ଭୁବନେଶ୍ୱର : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାରେ ଆସିଛି ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବିରୋଧ କରି ଆଗତ ହୋଇଥିବା ଦୁଇଟି ଆବେଦନକୁ ଖାରଜ କରିବା ସହ ଅଦାଲତଙ୍କ ଗୁରୁତ୍ୱପୂର୍ଣ୍ଣ ସମୟ ନଷ୍ଟ କରିଥିବା ଯୋଗୁ ଦୁଇ ଆବେଦନକାରୀଙ୍କ ଲକ୍ଷେ ଟଙ୍କା ଲେଖାଏ ଜୋରିମାନା କରିଛନ୍ତି ସର୍ବୋଚ୍ଚ ଅଦାଲତ | ସୁପ୍ରିମକୋର୍ଟରେ ଓଡ଼ିଶା ସରକାରଙ୍କ ବିଜୟ ହୋଇଛି । ସୁପ୍ରିମକୋର୍ଟଙ୍କ ଫୈସଲା ପରେ ମୁଖ୍ୟମନ୍ତ୍ରୀ କରିଛନ୍ତି ଟ୍ୱିଟ୍ ଓ ରଖିଛନ୍ତି ନିଜ ସଂକ୍ଷିପ୍ତ ପ୍ରତିକ୍ରିୟା । ‘ତୁମ ଇଚ୍ଛା ବିନା ପତ୍ରଟେ ହଲେନି ଆହେ ଜଗନ୍ନାଥ । ଜୟ ଜଗନ୍ନାଥ ।’ ସରକାରଙ୍କ ବିଜୟ ପରେ ଶ୍ରୀଜଗନ୍ନାଥଙ୍କୁ ଶ୍ରେୟ ଦେଇଛନ୍ତି ନବୀନ ।
ରାଜ୍ୟ
ତୁମ ଇଚ୍ଛା ବିନା ପତ୍ରଟେ ହଲେନି ଆହେ ଜଗନ୍ନାଥ
- Hits: 769