ହେଡଲାଇନସ୍:

ଶିଶୁ ଶ୍ରମିକ ନିରାକରଣ ସଚେତନତା ପଦଯାତ୍ରା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଵିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିଵସ ପାଳନ ଅବସରରେ ୨୯ ମେ ୨୦୨୨ ଠାରୁ ୧୨ ଜୁନ ୨୦୨୨ ପର୍ଯ୍ୟନ୍ତ ୧୫ ଦିନ ବ୍ୟାପି ଶିଶୁ ଶ୍ରମିକ ନିରାକରଣ ଅଭିଯାନ ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ଅଧିକାରୀ ଙ୍କ ମିଳିତ ଆନୁକୁଲ୍ୟରେ ଆଦି ଏକ ସଚେତନତା ପଦ ଯାତ୍ରା କଲେଜ ଛକ ଗଣେଶ ମନ୍ଦିର ନିକଟରୁ ବାହାରି ଚର୍ଚ୍ଚିକା ବଜାର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା l ଏହି ଶିଶୁ ନିରାକରଣ ସଚେତନତା ପଦ ଯାତ୍ରାକୁ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ବାବା ଆନନ୍ଦ ଦାସ୍ ଉଦ୍ ଘାଟନ କରିଥିଲେ l ଏହି ଶୋଭା ଯାତ୍ରାରେ ସ୍ବେଚ୍ଛସେବୀ ସଂଗଠନ, ଚାଇଲ୍ଡ଼ ଲାଇନ୍ ,ଟ୍ରେଡ଼ ୟୁନିୟନ ର ପ୍ରତିନିଧି ମାନେ ଅଂଶ ଗ୍ରହଣ କରିଥିଲେ l୧୪ବର୍ଷ ରୁ କମ୍ ବୟସ୍କ ଶିଶୁଙ୍କୁ କୌଣସି କାମରେ ନିୟୋଜିତ କରାଇବା ଏକ ଦାଣ୍ଡ ନୀୟ ଅପରାଧ l୧୨ବର୍ଷରୁ ୧୮ ବର୍ଷ ମଧ୍ୟରେ କିଶୋର ଙ୍କୁ ବିପଦ ସଂକୁଳ୍ କାମରେ ନିୟୋଜନ ଙ୍କୁ ବାରଣ କରାଯାଇଛି l ଏପରି କାମ କରାଉଥିବା ବ୍ୟକ୍ତି ଙ୍କୁ ୫୦ହଜାର ଟଙ୍କା ଯାଏ ଜୋରିମାନା ଦେବାକୁ ପଡ଼ିବ l କେବଳ ଜୋରିମାନା ନୁହେ ବରଂ ଶିଶୁଙ୍କୁ କୌଣସି କାର୍ଯ୍ୟରେ ଓ କିଶୋର ଙ୍କୁ (ବୃତ୍ତି ଓ ପ୍ରକ୍ରିୟା)ନିୟୋଜନ କରୁଥିଲେ ୨ବର୍ଷ ଯାଏ କାରାଦଣ୍ଡ ରେ ଦଣ୍ଡିତ କରାଯିବାର ବ୍ୟବସ୍ଥା ରହିଛି l ଏପରି ଭୁଲ ଦ୍ୱିତୀୟ ଥର ହେଲେ ୩ବର୍ଷ ଯାଏ କାରାଦଣ୍ଡ ମଧ୍ୟ ହୋଇପାରିବ l ଆପଣ ଜାଣିବାରେ ଯଦି କୌଣସି ବ୍ୟକ୍ତି ୧୪ବର୍ଷ ରୁ କମ୍ ବୟସର ପିଲାଙ୍କୁ କାମରେ ନିୟୋଜିତ କରିଛନ୍ତି କିମ୍ବା ୧୫ ରୁ୧୮ ବର୍ଷ କିଶୋର ଙ୍କୁ ବିପଦ ସଙ୍କୁଳ ବୃତ୍ତି ବା ପ୍ରକ୍ରିୟା ରେ ନିୟୋଜିତ କରିଛନ୍ତି ,ତେବେ ଅବିଲମ୍ବେ ଜିଲ୍ଲା ଶ୍ରମ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କିମ୍ବା ଜିଲ୍ଲାପାଳ ଙ୍କୁ ଅବଗତ କରାନ୍ତୁ lଏତଦ୍ ବ୍ୟତିତ ନିଶୁକ୍ଲ ଶ୍ରମିକ ସହାୟତା ହେଲ୍ପ୍ ଲାଇନ୍ ନଂ ୧୫୫୩୭୮ ଏବଂ ଚାଇଲଡ଼ ଲାଇନ୍ ନଂ ୧୦୯୮ କୁ ଯୋଗାଯୋଗ କରନ୍ତୁ l ଶିଶୁ ଶ୍ରମ ମୁକ୍ତ ଓଡିଶା ହେଉଛି ଆମର ସଂକଳ୍ପ l ଏହି ସଚେତନତା ଶୋଭା ଯାତ୍ରାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ କାହ୍ନୁ ଚରଣ ରାଉତ ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଂଜନ ପଟ୍ଟନାୟକ,ସରକାରୀ ଶ୍ରମ ଅଧିକାରୀଣୀ ସୌମ୍ୟା ରଂଜିତା ଦଳାଇ ,ଶ୍ରମ ନିରୀକ୍ଷକ ସୁରଥ କୁମାର ସ୍ବାଇଁ ,ଶାନ୍ତନୁ କୁମାର ବ୍ରହ୍ମା ,ଚାଇଲ୍ଡ଼ ଲାଇନ୍ ର ନରେଶ ଗୋଚ୍ଛାୟତ,ଏ.ଆଇ.ଟି.ୟୁ.ସି,ଆଇ.ଏନ୍.ଟି.ୟୁ.ସି ଓ ସିଟୁ ଟ୍ରେନ ୟୁନିୟନର କର୍ମକର୍ତ୍ତା ,ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ l

0
0
0
s2sdefault