ହେଡଲାଇନସ୍:

ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ କଂଗ୍ରେସ ରାଜରାସ୍ତାରେ ଲଢ଼େଇ କରିବ : ଶରତ ପଟ୍ଟନାୟକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର/ଶାସକ ପ୍ରଶାସକ : କଂଗ୍ରେସ ନିଶ୍ଚିତ ରାଜ୍ୟରେ ଫେରିବ । ରାଜ୍ୟର ଜନସାଧାରଣ ଏ ଦୁଇ ଜନବିରୋଧି ସରକାରଙ୍କ ବିରୁଦ୍ଧରେ ଲଢ଼େଇ କରିବାପାଇଁ ପ୍ରସ୍ତୁତ ହୋଇସାରିଲାଣି । ଆସନ୍ତା ଦିନରେ କଂଗ୍ରେସ ସାରା ରାଜ୍ୟର ଗାଁକୁ ଗାଁ ଯିବ ଏବଂ ସମସ୍ତ କର୍ମୀ ଏକଜୁଟ ହୋଇ ଏ ନିର୍ଣ୍ଣାୟକ ଲଢ଼େଇ ଲଢ଼ିବୁ । ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ ରାଜ ରାସ୍ତାରେ ଲଢ଼େଇ ହେବ |ଏ ଲଢ଼େଇ କ୍ଷମତା ଦଖଲ ପାଇଁ ନୁହେଁ ଏ ଲଢ଼େଇ ବିଚାରଧାରାର ଓ ରାଜ୍ୟର ସ୍ୱାର୍ଥକୁ ରକ୍ଷା କରିବାପାଇଁ | ବୋଲି ନବସଂକଳ୍ପ ଚିନ୍ତନ ଶିବିରରେ ନବନିଯୁକ୍ତ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ସାରା ରାଜ୍ୟରେ ବ୍ଲକ ସ୍ତରରୁ ଆସିଥିବା କଂଗ୍ରେସ ନେତୃବୃନ୍ଦ ତଥା ଜିଲ୍ଲା ଓ ରାଜ୍ୟସ୍ତରୀୟ ନେତୃବୃନ୍ଦମାନଙ୍କୁ ଉଦ୍ବୋଧନ ଦେଇ ଦୃଢୋକ୍ତି ବାଢ଼ିଛନ୍ତି |
ସୂଚନାଯୋଗ୍ୟ ଯେ, ନବଚିନ୍ତନ ଶିିବିରରେ ରାଜ୍ୟ ତଥା ଦେଶର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି । ପ୍ରଥମ ଦିନ ଅଧିବେଶନରେ ଚିନ୍ତନ ଶିବିରରେ ଉଦୟପୁର ଚିନ୍ତନଶିବିର ନିର୍ଦ୍ଦେଶନାମା ଅନୁସାରେ ୬ଟି କମିଟି ଗଠନ କରାଯାଇଥିଲା । ରାଜନୈତିକ ବ୍ୟାପାର କମିଟି, ସଂଗଠନ କମିଟି, ଅର୍ଥନୈତିକ କମିଟି, ସାମାଜିକ ନ୍ୟାୟ କମିଟି, ଯୁବ ଛାତ୍ର କମିଟି, ମହିଳା ଶଶକ୍ତିକରଣ କମିଟି, କୃଷି, କଷକ ଓ କୃଷି ଶ୍ରମିକ କମିଟି ମାନ ଗଠନ ହୋଇଥିଲା । ଏହି ସସସ୍ତ କମିଟିରେ ବିଭିନ୍ନ କଂଗ୍ରେସ ନେତୃବର୍ଗ ଯୋଗଦାନ କରି ନିଜ ନିଜର ମତ ଉପସ୍ଥାପନ କରିବା ସହିତ ଆସନ୍ତା ଦିନରେ ସେହିସବୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ କଂଗ୍ରେସ ଦଳ ସାରା ରାଜ୍ୟରେ ଜନଆନ୍ଦୋଳନ ସୃଷ୍ଟି କରିବା ସହିତ ପଦଯାତ୍ରା କରିବ । କଂଗ୍ରେସ ନିଜ ଚିନ୍ତାଧାରାରୁ କେବେହେଲେ ବିରତ ହେବ ନାହିଁ । ଅନ୍ତ ରାଜ୍ୟ ନଦୀ ଜଳ ବିବାଦ ଯଥା ମହାନଦୀ ଜଳ ବିବାଦକୁ ନେଇ ରାଜ୍ୟ କଂଗ୍ରେସ କମିଟି ଅତିଶୀଘ୍ର ଏକ ମୁଭମେଂଟ ଆରମ୍ଭ କରାଯିବ । ସାରା ରାଜ୍ୟରେ କଂଗ୍ରେସ ଏକ ବିଶାଳ ଜନ ଆନ୍ଦୋଳନ ସୃଷ୍ଟି କରିବ । ଯଦ୍ୱାରା ଯେଉଁଭଳି ଭାବରେ ଓଡ଼ିଶାରେ ବିଜେପି ଏବଂ ବିଜେଡ଼ି ଗଣତନ୍ତ୍ରକୁ ଆଜି ଏକ ବଜାରତନ୍ତ୍ରରେ ପରିଣତ କରିଛନ୍ତି ତାର ସଂପୂର୍ଣ୍ଣ ପ୍ରତିରୋଧ ଓ ତତ୍‌ସହିତ ଗଣତନ୍ତ୍ରକୁ ସୁରକ୍ଷା ଦେବାପାଇଁ ଯେଉଁ ଚିନ୍ତାଧାରା ଜାତିର ପିତା ମହତ୍ମା ଗାନ୍ଧୀଙ୍କୁ ହତ୍ୟାକଲା ସେହି ଚିନ୍ତାଧାରାକୁ ବିଜେପି ତାର ମୂଳ ମନ୍ତ୍ର କରିଛି । ବିଜେପି ଏବଂ ବିଜେଡ଼ି ଗୁଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ ଆଉ ଅଛପା ହୋଇ ରହିନାହିଁ ଏକ କଥାକୁ ଜଗତଗୁରୁ ସଂକାରାଚାର୍ଯ୍ୟ କହିସାରିଛନ୍ତି । ବଡ଼ ଆଶ୍ଚର୍ଯ୍ୟର କଥା ଭାରତୀୟ ଜନତାପାର୍ଟି କେବଳ ବଡ଼ ବଡ଼ ଶିଳ୍ପପତିଙ୍କ ପାଇଁ କାମ କରୁଛି । ଭାରତବର୍ଷ ଏଭଳି ସ୍ଥିତରେ ପଂହଚିଛି ମାତ୍ର ୨% ଲୋକଙ୍କ ହାତରେ ମାତ୍ରାଧିକ ସଂପତି ଠୁଳ ହୋଇଛି । ଧନି ଗରିବଙ୍କ ଆୟର ଅସମାନତା ବହୁ ମାତ୍ରାରେ ବୃଦ୍ଧି ପାଇଛି । ସୀମା ବିବାଦକୁ ମଧ୍ୟ ଜନତା ଜର୍ନାଦ୍ଦନଙ୍କ ଦୃଷ୍ଟି ଆକର୍ଷଣ କରିବ । ତତ୍‌ସହିତ ଓଡ଼ିଶାର ଏକ ଇଂଚ ଜମି ନଦେବା ପାଇଁ କଂଗ୍ରେସ ନିଷ୍ପତି ନେଇ ସାରିଛି । ପଡ଼ୋଶୀ ରାଜ୍ୟମାନଙ୍କ ସହିତ ଧାନ କ୍ୱିଂଟାଲ ପିଛା ୨୬୦୦ ଟଙ୍କା ଦରରେ ରାଜ୍ୟର ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରାଯିବା ଉପରେ ନିଷ୍ପତି ହୋଇଛି । ଚାଷକାର୍ଯ୍ୟ ପାଇଁ କୃଷକମାନଙ୍କ ମାଗଣରେ ବିଦ୍ୟୁତ ଯୋଗାଣ କରିବା, କୃଷକମାନଙ୍କର ସମସ୍ତ କୃଷି ଋଣ ଛାଡ଼ କରିବା ଏବଂ ପ୍ରତି ବ୍ଲକରେ ୭୦% ଜଳସେଚନ ସୁବିଧା ସହିତ ଶୀତଳ ଭଣ୍ଡାର, ଗୋଦାମ ଘର ସହିତ କୃଷିଭିର୍ତିକ ଶିଳ୍ପ ପ୍ରତିଷ୍ଠା କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି । କୃଷି ଶ୍ରମିକ ମାନଙ୍କ ପାଇଁ ୩୬୫ ଦିନ ଶ୍ରମ ଦିବସ ସୃଷ୍ଟି କରିବା ସହିତ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଭାବରେ କୃଷକ ଓ କୃଷିଶ୍ରମିକ ଉନ୍ନୟନ ବୋର୍ଡ ଗଠନ କରାଯାଇଥିଲା ଠିକ ସେହିପରି ଭାବରେ ଛାତ୍ର ଓ ଯୁବକମିଟି ବେରୋଜଗାରୀ ଉପରେ ଗୁରୁତ୍ୱାରୋପ କରିଥିଲେ । ଆସନ୍ତା ଦିନରେ ସାରା ରାଜ୍ୟରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବେରୋଜଗାରୀକୁ ନେଇ ଲଢ଼େଇ କରାଯିବ ପାଇଁ ନିଷ୍ପତି ନିଆଯାଇଛି । ରାଜ୍ୟର ସସସ୍ତ କ୍ରଂଟାକ୍ଟଚୁଆଲ ନିଯୁକ୍ତିକୁ ବନ୍ଦ କରି ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯାଉ ଓ ଗରିବ ଛାତ୍ରଛାତ୍ରୀ ମାନଙ୍କୁ କଲେଜ ଓ ବିଶ୍ୱବିଦ୍ୟାଳୟ ମାନଙ୍କରେ ମାଗଣା ଶିକ୍ଷା ପ୍ରଦାନ ସହିତ ତାଙ୍କର ସମସ୍ତ ଖର୍ଚ୍ଚ ସରକାର ବହନ କରନ୍ତୁ । ସାରା ରାଜ୍ୟରେ ଯୁବକ ଓ ଯୁବତୀ ମାନଙ୍କ ସହିତ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଯଥା ସାଂସ୍କୃତିକ କ୍ରୀଡ଼ା ମାଧ୍ୟମରେ ଅଧିକରୁ ଅଧିକ ସଂପର୍କ ସ୍ଥାପନ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ସଂଗଠନକୁ ସୁଦୃଢ଼ କରିବା ପାଇଁ ବୁଥ କମିଟିକୁ ସୁଦୃଢ଼ କରିବା ସହିତ ପ୍ରତ୍ୟେକ ବୁଥରୁ ସେ ବୁଥର ସଂପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବା ଏବଂ ନୂତନ ଯୁବକଯୁବତୀଙ୍କ ନାମକୁ ଭୋଟର ଲିଷ୍ଟରେ ସାମିଲ କରିବା ସମସ୍ତ କଂଗ୍ରେସ କର୍ମୀମାନଙ୍କୁ ସମ୍ମାନୀତ କରିବା କାର୍ଯ୍ୟକ୍ରମ ହାତକୁ ନିଆଯିବ । ପଂଚାୟତ ସ୍ତରରୁ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ମାନଙ୍କର ତଥ୍ୟ ସଂଗ୍ରହ କରାଯିବା ସହିତ ସେମାନେ କି ପ୍ରକାରର କାର୍ଯ୍ୟ କରୁଛନ୍ତି ସେମାନଙ୍କର ଅଭାବ ଅସୁବିଧାର ତଥ୍ୟ ସଂଗ୍ରହ କରିବା ସହିତ ସେମାନଙ୍କ ସହିତ କିଭଳି ଭାବରେ ଅଧିକରୁ ଅଧିକ ସଂପର୍କ ସ୍ଥାପନ କରାଯାଇ ପାରିବା ତା ଉପରେ ଗୁରୁତ୍ୱାରୋପ କରାଯିବ । ବୁଥ ସ୍ତରରେ ମହିଳା, ପଛୁଆବର୍ଗ, ଅନୁସୂଚିତ ଜାତି ଓ ଜନଜାତି ତଥା ସଂଖ୍ୟାଲଘୁ ସମସ୍ତଙ୍କୁ ବୁଥ କମିଟିରେ ରଖାଯିବ । ବାରମ୍ବାର ପ୍ରଶିକ୍ଷଣ ଶିବିର ଜିଲ୍ଲା, ବ୍ଲକ ଏବଂ ଜୋନ ସ୍ତରରେ କରାଯିବ । ଯଦ୍ୱାରା କଂଗ୍ରେସର ଆଦର୍ଶ, କଂଗ୍ରେସର ଚିନ୍ତାଧାରା, କଂଗ୍ରେସ ନେତୃବର୍ଗ କଂଗ୍ରେସ କର୍ମୀଙ୍କ ସହିତ ଜଡ଼ିତ ହେବା ସହିତ କଂଗ୍ରେସ ସଂଗଠନ ଅଧିକ ସଶକ୍ତ ହୋଇପାରିବ । ପ୍ରତ୍ୟେକ ଜିଲ୍ଲା ଏବଂ ବ୍ଲକ ସ୍ତରରେ ଏକ ଗ୍ରିଭାନ୍ସ କମିଟି ରହିବ ଯେଉଁ ଗ୍ରିଭାନ୍ସ କମିଟି ଜନସାଧାରଣଙ୍କର ଡାକ୍ତରଖାନା, ଥାନା, ତହସିଲ, ବ୍ଲକ ଏବଂ ଶିକ୍ଷାନୁଷ୍ଠାନ ମାନଙ୍କରେ ଯଦି କିଛି ଅସୁବିଧା ଭୋଗ କରୁଛନ୍ତି ସେ ସବୁରେ ସମାଧାନ କରିବାରେ ଗ୍ରିଭାନ୍ସ କମିଟି ସାହାଯ୍ୟ କରିବ । ଅର୍ଥନୈତିକ କମିଟି ରାଜ୍ୟର ସମସ୍ତ ଖଣିକୁ ରାଜ୍ୟ ସରକାର ନିଜ ଅଧିନକୁ ନେବା ଏବଂ ଖଣି ଅଂଚଳର ଜମି ଉପରେ ସେସ୍ ବସାଇବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ତତ୍ ସହିତ ରାଜ୍ୟରେ ଶିଳ୍ପ ସହିତ କୃଷି, ପର୍ଯ୍ୟଟନ, କୁଟୀରଶିଳ୍ପ, ମଧ୍ୟମ ଓ କ୍ଷୁତ୍ର ଶିଳ୍ପକୁ ଗୁରୁତ୍ୱପ୍ରଦାନ କରିବା ସହିତ ଏହା କିଭଳି ଭାବରେ ରାଜ୍ୟର ଅର୍ଥନୀତିକୁ ସଜାଡ଼ିବା ସହିତ ସୁଦୃଢ଼ କରାଯାଇ ପାରିବ ସେ ନିଷ୍ପତି ନିଆଯାଇଥିଲା । ସାମାଜିକ ନ୍ୟାୟ କମିଟି ରାଜ୍ୟ, ଜିଲ୍ଲା, ବ୍ଲକ ଏବଂ ଜୋନ ସ୍ତରରେ କଂଗ୍ରେସ ସଂଗଠନରେ କିଭଳି ଭାବରେ ଅନୁସୂଚିତ ଜାତି ଓ ଜନଜାତି ତଥା ପଛୁଆବର୍ଗଙ୍କୁ ଜନସଂଖ୍ୟା ଆଧାରରେ ସୁଯୋଗ ମିଳିବ । ପେଷାୟୀଙ୍କୁ କାର୍ଯ୍ୟକାରୀ କରାଇବା, ଝୋଡ଼ିଆର, ଧୁରୁଆ ଏସମସ୍ତ ଜାତିମାନଙ୍କୁ ଜନଜାତି ତାଲିକାଭୁକ୍ତ କରିବା ମେହେନ୍ତର, ମାହରା, ପାଣବୈଷ୍ଣବ ଙ୍କୁ ଅନୁସୂଚିତ ଜନଜାତି ତାଲିକାଭୁକ୍ତ କରାଯିବ । ଓଡ଼ିଶାରେ ଓବିସି ରିର୍ଜରଭେସନ ଜନସଂଖ୍ୟା ଆଧାରରେ କରାଯିବାକୁ ନିଷ୍ପତି ହୋଇଥିଲା । ମହିଳା ଶଶକ୍ତିକରଣ କ୍ଷେତ୍ରରେ ରାଜ୍ୟ କଂଗ୍ରେସ, ବ୍ଲକ କଂଗ୍ରେସ, ଜିଲ୍ଲା କଂଗ୍ରେସ ଉଚ୍ଚ କ୍ଷମତାସଂପର୍ଣ୍ଣ କମିଟି ଗଠନ କରି ବ୍ଲକ ଏବଂ ଜିଲ୍ଲା ସ୍ତରରେ ମହିଳା ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଉପରେ ତଥ୍ୟ ସଂଗ୍ରହ କରିବା ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ କାର୍ଯ୍ୟ କରିବ । ସହାରାଂଚଳ ଏବଂ ଗ୍ରାମାଂଚଳରେ ସ୍ୱୟଂ ସହାୟକ ଗୋଷ୍ଠୀ ନିମନ୍ତେ ସମସ୍ତ ଆବଶ୍ୟକୀୟ ସହାୟତା ପ୍ରଦାନ କରିବା କ୍ଷେତ୍ରରେ କାର୍ଯ୍ୟ କରିବେ । ୩୩% ମହିଳା ମାନଙ୍କୁ ସଂରକ୍ଷଣ ଦିଆଯାଉ ବୋଲି ନିଷ୍ପତି ହୋଇଛି ।
ଏହି ନବସଂକଳ୍ପ ଶିବିର ଉଦ୍‌ଜାପନୀ କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଭାରୀ ଡ. ଏ ଚେଲା କୁମାର ଜୀ, ସହ ପ୍ରଭାରୀ ଜି. ରୁଦ୍ର ରାଜୁ, କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ନରସିଂହ ମିଶ୍ର, ପ୍ରାକ୍ତନ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରାକ୍ତନ ମନ୍ତ୍ରୀ ତଥା ଏଆଇସିସି ସଂପାଦକ ଶରତ କୁମାର ରାଉତ, ପ୍ରାକ୍ତନ ମନ୍ତ୍ରୀ ଗଣେଣ୍ୱର ବେହେରା, ମଧ୍ୟପ୍ରଦେଶ ପିଆରଓ ତଥା ପ୍ରାକ୍ତନ ସାଂସଦ ଡ. ରାମଚନ୍ଦ୍ର ଖୁଂଟିଆ, ପ୍ରାକ୍ତନ ଏଆଇସିସି ସଂପାଦକ ଡ. ବିଶ୍ୱରଞ୍ଜନ ମହାନ୍ତି, ବିଧାୟକ ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂ ସାଲୁଜା, ସି.ଏସ୍ ରାଜନ ଏକ୍କା, ଦାଶରଥି ଗମଙ୍ଗୋ, ପ୍ରାକ୍ତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ପ୍ରାକ୍ତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ପ୍ରମୁଖ ନେତୃମଣ୍ଡଳୀ କଂଗ୍ରେସ ଦଳର ବିଭିନ୍ନ ଦିଗ ଉପରେ ଉଦ୍‌ବୋଧନ ଦେଇଥିଲେ । ବରିଷ୍ଠ କଂଗ୍ରେସ ନେତା ଯଜେ୍ଞଶ୍ୱର ବାବୁ, ଶୁଭେନ୍ଦୁ ମହାନ୍ତି, ସୁରେଶ କୁମାର ମହାପାତ୍ର, ଦେବାଶିଷ ପଟ୍ଟନାୟକ, ସସ୍ମିତା ବେହେରା, ବନ୍ଦିତା ପରିଡ଼ା, ସ୍ମୃତି ରଞ୍ଜନ ଲେଙ୍କା, ୟାସିର ନୱାଜ, ପଦ୍ମାକର ଗୁରୁ, ଲୋକନାଥ ମହାରଥି, ବିଶ୍ୱଜିତ ଦାଶ, ମାନସ ଚୌଧୁରୀ, କିଶୋର ଜେନା, ଯୁଧିଷ୍ଠୀର ଜେନା, ଜ୍ଞାନ ରଞ୍ଜନ ପଟ୍ଟନାୟକ, ଲଲାଟେନ୍ଦୁ ଦାସ, ସତ୍ୟବ୍ରତ ନାୟକ, ମନୋରଞ୍ଜନ ଦାଶ, ରଜନୀ ମହାନ୍ତି, ଅମୀୟ ପଟ୍ଟନାୟକ, ହଳଧର ସେଠୀ, ତରୁଣ ମିଶ୍ର, ନିରଞ୍ଜନ ନାୟକ, ଦୀପକ କୁମାର ସାହୁ, ସରୋଜ ପରିଡ଼ା, ସଂଜୀବ ଗିରି, ବେଣୁମାଧବ ତ୍ରିପାଠୀ, ଗିରିବାଳା ବେହେରା, ସ୍ୱାଧୀନବାଳା ଦାସ, ରଞ୍ଜିତ କୁମାର ଦାସ, ମମତା କୁଣ୍ଡୁ, ଅମୀୟ ପାଣ୍ଡବ, ମନୋଜ ରାଉତ, ମନୋରଞ୍ଜନ ତ୍ରିପାଠୀ ଙ୍କ ସମେତ ଜିଲ୍ଲା କଂଗ୍ରେସ କମିଟିର ସମସ୍ତ ସଭାପତି ଗଣ, ବ୍ଲକ ଓ ନଗର କଂଗ୍ରେସର ସମସ୍ତ ସଭାପତି ଗଣଙ୍କ ସମେତ ପିସିସିର ସମସ୍ତ ଛାମୁଆ ସଂଗଠନ, ବିଭାଗ ଓ ପ୍ରକୋଷ୍ଠର ରାଜ୍ୟ ମୁଖ୍ୟଙ୍କ ସମେତ କର୍ମକର୍ତାମାନେ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ବିଭିନ୍ନ ପ୍ରସଙ୍ଗ ଉପରେ କିଛି ଜିଲ୍ଲା ସଭାପତି, ନଗର ଓ ବ୍ଲକ କଂଗ୍ରେସ ସଭାପତିମାନେ ନିଜର ବହୁମୂଲ୍ୟ ମତାମତ ପ୍ରଦାନ କରିଥିଲେ ।

0
0
0
s2sdefault