ହେଡଲାଇନସ୍:

ପୁଣି ଏକ ଜଘନ୍ୟ କାଣ୍ଡ : ନାବାଳିକା କୁ ବଳାତ୍କାର ଘଟଣା

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପୋଲିସ ତତ୍ପରତା ପରେ ତୁରନ୍ତ ଜେଲ ଗଲା ଅପରାଧୀ

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ଡୁଡୁକିଝରିଆ ଗ୍ରାମର ତେଜରାଜ ମେହେର ନାମକ ଜଣେ ଯୁବକ , ସେହି ଗ୍ରାମର ଜଣେ ନାବାଳିକା କୁ ଅସଦାଚରଣ କରିବା ସହିତ ଦୁଷ୍କର୍ମ କରିଥିବା ଅଭିଯୋଗ ଗତ କାଲି ସନ୍ଧ୍ୟା ସମୟରେ ପିଡିତା ଙ୍କର ବାପା ପାଇକମାଲ ଥାନାର ଦ୍ୱାରସ୍ଥ ହୋଇ ଅଭିଯୋଗ କରିଥିକେ । ଏହି ଦୁଷ୍କର୍ମ ର ଖବର ପାଇବା ପରେ ପାଇକମାଲ ପୋଲିସ ତୁରନ୍ତ ଘଟଣାର ତଦନ୍ତ ଓ ଅଭିଯୁକ୍ତ ର ଅନୁସନ୍ଧାନ ଆରମ୍ଭ କରିଦେଇ ଥିଲା । ହେଲେ ଥାନାରେ ଅଭିଯୋଗ ହୋଇଥିବା ଜାଣି ଅଭିଯୁକ୍ତ ଜଣକ ଗାଁରୁ ଚମ୍ପଟ ହୋଇ ଯାଇଥିଲା । ରାତିସାରା ଅଭିଯୁକ୍ତ କୁ ଖୋଜିବା ପାଇଁ ପୋଲିସ ର ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ଶେଷରେ ଆଜି ସକାଳୁ ଅଭିଯୁକ୍ତ ର ମୋବାଇଲ ଟ୍ରାକ କରି ବହୁ କଷ୍ଟରେ ଅଭିଯୁକ୍ତ କୁ ଧରିବାରେ ସଫଳ ହୋଇଥିଲା ପୋଲିସ । ଅଭିଯୋଗ କାରୀ ର ଅଭିଯୋଗ ଅନୁସାରେ ତାଙ୍କ ନାବାଳିକା ଝିଅ ଗତକାଲି ମଧ୍ୟାହ୍ନ ରେ ଶୌଚ ପାଇଁ ଯାଇଥିବା ବେଳେ ଅଭିଯୁକ୍ତ ତେଜରାଜ ତାକୁ କାବୁ କରି ଅସଦାଚରଣ କରିବା ସହିତ ଦୁଷ୍କର୍ମ କରିଥିଲା । ଏହାପରେ ଯୁବତୀ ଜଣକ ଘରକୁ ଆସି ଏକଥା ଜଣାଇବା ପରେ ପରିବାର ତରଫରୁ ପାଇକମାଲ ଥାନାରେ ଅଭିଯୋଗ ଜରିଥିଲେ । ଅତି ସମ୍ବେଦନଶୀଳ ଘଟଣା ହୋଇଥିବା କାରଣରୁ ପାଇକମାଲ ଥାନା ଅଧିକାରୀ ଙ୍କର ନିର୍ଦେଶରେ ସବିନ୍ସପେକ୍ଟର ଶ୍ରୀ ଶୋମ୍ୟକାନ୍ତ ବଳିୟାର ସିଂ ଘଟଣାର ତଦନ୍ତ ଭାର ଗ୍ରହଣ କରି ତୁରନ୍ତ ପ୍ରଥମେ ଅଭିଯୁକ୍ତ କୁ କାବୁ କରିବା ପାଇଁ ବାହାରି ପଡ଼ିଥିଲେ ଓ ଆଜି ସକାଳେ ଅଭିଯୁକ୍ତ କୁ କାବୁ କରିବାରେ ସଫଳତା ହାସଲ କରିଥିଲେ । ପାଇକମାଲ ଥାନାରେ କେଶ ନମ୍ବର 113/22 ଧାରା ,-376 , 324 , 506 , 34ipc ତଥା 6 ପକଶୋ ଆକ୍ଟ ରେ ମାମଲା ରୁଜୁ କରିବା ପରେ ପିଡିତା ତଥା ଅଭିଯୁକ୍ତ ର ମେଡିକାଲ ଟେଷ୍ଟ କରାଯାଇଥିଲା । ଏହାପରେ ଅଭିଯୁକ୍ତ କୁ କୋର୍ଟ ଫରୁଆଡ଼ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ବିଶ୍ଵଜିତ ମନବୋଧ ସୂଚନା ପ୍ରଦାନ କରିଛନ୍ତି ।

0
0
0
s2sdefault