ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ , ପାଇକମାଲ ପଦ୍ମପୁର ରାସ୍ତା ରେ ଅବସ୍ଥିତ ମାଝିପାଲି ( ଭୁଲିଆବନ୍ଧ ) ମୁଖ୍ୟ ଛକ ଠାରୁ କିଛି ଦୂରରେ ଆଜି ସକାଳ ସମୟରେ କିଛି ସ୍ଥାନୀୟ ଲୋକେ ଏକ ଲାଲ ରଙ୍ଗର ମାଓ ଵ୍ୟାନର ଲାଗିଥିବା ଦେଖିବାକୁ ପାଇଥିଲେ । ଉକ୍ତ ବେନର ରେ ଗରିବ ଶ୍ରମିକ ମାନଙ୍କର ପାଇଁ ଆସୁଥିବା କାମ ମେସିନ ସାହାଯ୍ୟ ରେ କରା ଯାଉଥିବା ଉଲ୍ଲେଖ ରହିଥିବା ବେଳ , ଝାରମୁଣ୍ଡା, ଭାଙ୍ଗଖୁଣ୍ଟି , ସାଲେପାଲି , ମିଠାପଲି , ଗୁରୁଣ୍ଡା, ଜାମସେଠ , ବରତୁଣ୍ଡା , ଆଦି ଗ୍ରାମର କିଛି ଲୋକ ମାଓବାଦୀ ମାନଙ୍କ ଗତିବିଧି ଉପରେ ନଜର ରଖି ପୋଲିସ କୁ ସୂଚନା ଦେଉଥିବା ଉଲ୍ଲେଖ ରହିଥିବା ବେଳେ , ଅଂଚଲ ର କିଛି ଦୋକାନୀ , ଦୋକାନରୁ ଅଧିକା ସଉଦା କିଣୁଥିବା ବ୍ୟକ୍ତି ମାନଙ୍କ ଉପରେ ସନ୍ଦେହ କରୁଥିବା ଉଲ୍ଲେଖ ରହିଛି । ଯେଉଁମାନେ ଏହିଭଳି କାମ କରୁଛନ୍ତି ସେମାନେ ସୁଧୁରୀ ଯିବା ପାଇଁ ଏହି ବେନର ରେ ଖୋଲାଖୋଲି ଭାବରେ ଚେତାବନୀ ରହିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ କିଛି ମାସ ପୂର୍ବରୁ ଠିକ ସମାନ ଜାଗାରେ ଆହୁରି ଏକ ବେନର ଲାଗିଥିଲା । ଆଜିକାର ଏହି ବେନର ଲାଗିବା ପରେ ଲୋକଙ୍କ ମନରେ ଅନେକ ପ୍ରକାର ଆଶଙ୍କା ଦେଖାଦେଇଛି । ବହୁଦିନ ପରେ ପୁଣି ଅଂଚଳରେ ମାଓବାଦୀ ମାନେ ନିଜର ଉପସ୍ଥିତି ପରୋକ୍ଷ ଭାବରେ ଜାହିର କରିଥିବା ଏବେ ଅଂଚଳରେ ଚର୍ଚ୍ଚା ଚାଲିଛି ।
ରାଜ୍ୟ
ବରଗଡ଼ ରେ ପୁଣି ମାଓବାଦୀ ଵ୍ୟାନର
- Hits: 4108