ସାତ ଦିନ ଭିତରେ କାର୍ଯକ୍ଷମ କର , ନଚେତ ଆନ୍ଦୋଳନ
ବରଗଡ :- ଦୀର୍ଘ ଦିନରୁ ବରଗଡ଼ ଜିଲ୍ଲା ର ପୂରୁଣା ମୁଖ୍ୟ ଚିକିତ୍ସାଳୟରେ ରକ୍ତ ପୃଥକୀରଣ ବିଭାଗର ଶୁଭ ଉଦ୍ଘାଟନ ହୋଇ ସ୍ଥାଣୁ ଅବସ୍ଥା ରେ ପଡିଅଛି । ଏ ନେଇ ନିଷ୍ଠା ପରିବାର ତରଫରୁ ଅନେକ ଥର ଦାବି ତଥା ଧାରଣା ଦିଆଯାଇଥିଲା । ଧାରଣାକୁ ବରଗଡ଼ ଜିଲ୍ଲା ର ଅନେକ ସାମାଜିକ ସଂଗଠନ ସମର୍ଥନ ଜଣାଇ ଅସନ୍ତୋଷ ପ୍ରକାଶ କରିଥିଲେ।ଧାରଣା ସ୍ଥଳରେ ତତ୍କାଳୀନ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ତଥା ବ୍ଲଡ୍ ବ୍ୟାଙ୍କ ଅଧିକାରୀ ଲିଖିତ ପ୍ରତିଶୃତି ଦେଲେ ଯେ ଦୁଇ ମାସ ମଧ୍ୟରେ ଏହା ନିଶ୍ଚିତ ଭାବରେ କାର୍ଯ୍ୟକ୍ଷମ ହେବ।କିନ୍ତୁ ଦୁଃଖ ର ବିଷୟ ଆଜି ପର୍ଯ୍ୟନ୍ତ ପୂର୍ବବତ ରହିଅଛି।ସମସ୍ତ ହସ୍ପିଟାଲ କତୃପକ୍ଷ SEPARATION BLOOD ଲେଖୁଥିବା ବେଳେ ରୋଗୀ ଓ ସମ୍ପର୍କୀୟ ମାନେ ବହୁତ ହଇରାଣ ହେବା ସହ ଅନେକ ଖର୍ଚ୍ଚାନ୍ତ ର ସମ୍ବୁଖିନ ହେଉଛନ୍ତି।ତେଣୁ ,ଆଜି ପୁଣି ଥରେ ନିଷ୍ଠା ପରିବାର ର ଏକ ପ୍ରତିନିଧି ଦଳ ବରଗଡ଼ ଜିଲ୍ଲାପାଳ ମନିଷା ବେନାର୍ଜି ଙ୍କୁ ଭେଟି ଏକ ଦାବୀ ପତ୍ର ପ୍ରଦାନ କରି କହିଛନ୍ତି ଯେ, ଯଦି ଆଗାମୀ ସାତ ଦିନ ମଧ୍ୟରେ ରକ୍ତ ପୃଥକୀକରଣ ବିଭାଗ କାର୍ଯ୍ୟକାରୀ ନ ହୁଏ ତେବେ ବରଗଡ଼ ଜିଲ୍ଲା ର ସମସ୍ତ ସ୍ୱେଚ୍ଛାସେବୀ ସଙ୍ଗଠନ ମାନଙ୍କ ସହଯୋଗ ରେ ଏକ ବିରାଟ ଜନ ଆନ୍ଦୋଳନ କରାଯିବ । ଆଜିର ପ୍ରତିନିଧି ଦଳରେ ନିଷ୍ଠା ର ସଂପାଦକ ଲୋକନାଥ ସାହୁ, ଉପଦେଷ୍ଟା ଅଶ୍ବିନୀ ତ୍ରିପାଠୀ,ଶୋଭନ ରଥ, ଅମନ ଦେହୁରୀ, ମହିଳା ଶାଖା ସଂଯୋଜିକା ତ୍ରିପୁରା ସୁହୁଲା ଓ ରୀନା ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।