ହେଡଲାଇନସ୍:

ଆତ୍ମନିର୍ଭର ଭାରତର ଯାତ୍ରା, ସଂକଳ୍ପରୁ ସିଦ୍ଧିର ଯାତ୍ରା ଏବଂ ବିଶ୍ୱଗୁରୁ ହେବା ପାଇଁ ଭାରତବର୍ଷର ଯାତ୍ରା : ସମୀର ମହାନ୍ତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସେବା, ସୁଶାସନ ଏବଂ ଗରୀବକଲ୍ୟାଣର ନିରନ୍ତର ଯାତ୍ରା । “ଦେଶର କିଛି ହୋଇ ପାରିବ ନାହିଁ” ଚିନ୍ତାଧାରାରୁ “ମୋଦି ଅଛନ୍ତି ତ ସବୁ କିଛି ସମ୍ଭବ”ର ଧାରଣା ସୃଷ୍ଟିି ହୋଇଛି । ଅତୀତରେ ସରକାର ଲୋକଙ୍କୁ କହୁଥିଲେ ‘ହେଲା ତ ହେଲା, ନହେଲେ ନାହିଁ’ । ବର୍ତମାନ ଲୋକେ କହୁଛନ୍ତି, ‘ଯାହା ଆଗରୁ ହୋଇନଥିଲା, ତାହା ମୋଦି ସରକାରଙ୍କ ଶାସନ କାଳରେ ହେଲା’ । ଗତ ୮ ବର୍ଷ ଯାତ୍ରାରେ ଜାତି, ପରିବାର, ଭ୍ରଷ୍ଟାଚାର, ତୁଷ୍ଟିକରଣ ଭାରତୀୟ ରାଜନୀତିକୁ ସର୍ବସ୍ପର୍ଶୀ, ସର୍ବ ସମାବେଶୀ, ବିକାଶବାଦର ଜୟଯାତ୍ରାରେ ପରିଣତ କରାଯାଇଛି । ଗରୀବ, ପଛୁଆ, ଦଳିତ, ଆଦିବାସୀ, ମହିଳା, ଯୁବକ, ଅଳ୍ପସଂଖ୍ୟକ ଏବଂ ସମାଜର ପ୍ରତ୍ୟେକ ସ୍ତରରେ ବାସ କରୁଥିବା ଲୋକଙ୍କ ଜୀବନମାନର ଉତ୍‌ଥାନର ଯାତ୍ରା ହେଉଛି ଗତ ୮ ବର୍ଷ । କଠିନରୁ କଠିନତମ ପରିସ୍ଥିତି ଓ ଆହ୍ୱାନକୁ ସଫଳତାର ସହ ସାମ୍ନା କରିବାକୁ ଶିଖାଇଛି ଗତ ୮ ବର୍ଷର ମୋଦି ଶାସନ । ଏହା ଆତ୍ମନିର୍ଭର ଭାରତର ଯାତ୍ରା, ସଂକଳ୍ପରୁ ସିଦ୍ଧିର ଯାତ୍ରା ଏବଂ ବିଶ୍ୱଗୁରୁ ହେବା ପାଇଁ ଭାରତବର୍ଷର ଯାତ୍ରା ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
କେନ୍ଦ୍ରରେ ମୋଦି ସରକାରଙ୍କ ୮ ବର୍ଷ ଶାସନର ପୁର୍ତି ଅବସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତବର୍ଷର ଆତ୍ମ ବିଶ୍ୱାସ ବୃଦ୍ଧି ପାଇଛି । ଆତ୍ମନିର୍ଭର ଭାରତ ପଥରେ ଦୃତ ଅଗ୍ରସର ହେବା ସହିତ ଲୋକଙ୍କ ଭିତରେ ରାଷ୍ଟ୍ରବାଦ ଭାବନା ବୃଦ୍ଧି ପାଇଛି । ସମସ୍ତ କ୍ଷେତ୍ରରେ ଜନତାଙ୍କ ମୈାଳିକ ସୁବିଧା ବୃଦ୍ଧି ପାଇଛି । କୃଷକ ଏବଂ ଗରୀବଙ୍କ ଆୟ ବୃଦ୍ଧି ପାଇଛି । ଖରାପ ପରିସ୍ଥିତିରୁ ଶୀଘ୍ର ବାହାରି ଆସିବା ଶିଖିଛି ଭାରତବର୍ଷ । ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ଏବଂ ସବ୍‌କା ପ୍ରୟାସ;ଅନ୍ତୋଦୟ; ସେବା ହିି ସଂଗଠନ; ରାଷ୍ଟ୍ର ସର୍ବୋପରୀ; ଗ୍ରାମାଂଚଳ, ଗରୀବ, କୃଷକ, ଦଳିତ, ପୀଡିତ, ପଛୁଆ, ଯୁବ, ମହିଳାଙ୍କ ବିକାଶ; ଆତଙ୍କବାଦୀ ଏବଂ ଭ୍ରଷ୍ଟାଚାର ବିରୁଦ୍ଧରେ ଜିରୋ ଟଲରେନ୍ସ ନୀତି ଏବଂ କଲ୍ୟାଣକାରୀ ଅର୍ଥବ୍ୟବସ୍ଥାର ନିର୍ମାଣ ହେଉଛି ମୋଦି ସରକାରଙ୍କ ମୂଳ ମନ୍ତ୍ର ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ପ୍ରୟାସ କାରଣରୁ ଅତୀତରେ କେବଳ କାଗଜ କଲମରେ ସୀମିତ ହୋଇ ରହି ଆସୁଥିବା ବିକାଶ କାର୍ଯ୍ୟ ଆଜି ବାସ୍ତବରେ ଊରମକ୍ଷବକ୍ସବଗ୍ଧସକ୍ଟଦ୍ଭ ରୁଓଜ୍ଞକ୍ଟ୍ରକ୍ଷରଜ୍ଞରଦ୍ଭଗ୍ଧବଗ୍ଧସକ୍ଟଦ୍ଭର ଯାତ୍ରାରେ ପରିଣତ ହୋଇଛି । ଗତ ୮ ବର୍ଷରେ ଦେଶର ଗରିବୀ ୨୨ ପ୍ରତିଶତରୁ ୧୦ ପ୍ରତିଶତକୁ ହ୍ରାସ ପାଇଛି । କରୋନା ସଂକଟ ସତ୍ୱେ ଅତି ଗରୀବ ହାର ୧ ପ୍ରତିଶତରୁ ତଳେ (୦.୮ ପ୍ରତିଶତ)ରହିଛି ।ଦେଶର ପ୍ରତି ବ୍ୟକ୍ତି ଆୟ ୭୯ ହଜାରରୁ ୧.୫ ଲକ୍ଷକୁ ବୃଦ୍ଧି ହୋଇଛି । ବିଦେଶୀ ମୁଦ୍ରା ଭଣ୍ଡାର ୩୦୦ ଆରବ ଡଲାରରୁ ୬୦୦ ଆରବ ଡଲାରକୁ ବୃଦ୍ଧି ପାଇଛି ।୨୦୧୪ ମସିହା ପର୍ଯ୍ୟନ୍ତ ଦେଶରେ ମାତ୍ର ୬.୩୭ ଲକ୍ଷ ପ୍ରାଇମେରୀ ବିଦ୍ୟାଳୟ ଥିବାବେଳେ ଗତ ୮ ବର୍ଷରେ ଆହୁରି ୬.୫୩ ପ୍ରାଇମେରୀ ବିଦ୍ୟାଳୟ ସ୍ଥାପନ ହୋଇଛି ।୨୦୧୪ ରେ ଦେଶର ସାକ୍ଷରତା ହାର ୬୯ ପ୍ରତିିଶତ ଥିଲା ଏବଂ ବର୍ତମାନ ଏହି ହାର ୭୫ ପ୍ରତିଶତକୁ ପହଂଚିଛି ।ଗତ ୮ ବର୍ଷରେ ୧୭୦ଟି ନୂତନ ମେଡିକାଲ କଲେଜ ଏବଂ ୧୫ଟି ନୁତନ ଏମ୍ସ ମେଡିକାଲ କଲେଜ ପ୍ରତିଷ୍ଠା ହୋଇଛି । ୮୨୨୭ଟି ଜନ ଔଷଧି କେନ୍ଦ୍ରରେ ଶସ୍ଥାରେ ଔଷଧ । ଓଡିଶାରେ ପୁରୀ, ବାରିପଦା, ସୁନ୍ଦରଗଡ, ବଲାଙ୍ଗୀର, କୋରାପୁଟ, ତାଳଚେର ଏବଂ ବାଲେଶ୍ୱରରେ ଏମ୍ସ ମେଡିକାଲ କଲେଜ ପ୍ରତିଷ୍ଠା ହୋଇଛି ।ଭାରତ ବର୍ଷର ରାଜପଥ ନେଟୱାର୍କ ସମଗ୍ର ବିଶ୍ୱରେ ୨ୟ ସ୍ଥାନ ଅଧିକାର କରିଛି । ଗତ ୮ ବର୍ଷରେ ପାଖାପାଖି ୩.୨୫ ଲକ୍ଷ କିଲୋମିଟରର ନୂତନ ରାଜପଥ ନିର୍ମାଣର ସ୍ୱୀକୃତି ମିଳିିଛି । ୨୦୧୩-୧୪ ରେ ଦିନକୁ ୧୨ କିମି ନିର୍ମାଣ ହେଉଥିବାବେଳେ ବର୍ତମାନ ୩୭ କିମିକୁ ପହଂଚିଛି । ଓଡିଶାରେ ୫୮୯୭ କିମିର ନୂତନ ରାଜପଥ ନିର୍ମାଣ ହୋଇଛି ।ସୈାର ଏବଂ ପବନଚାଳିତ ଶକ୍ତିରେ ଭାରତର କ୍ଷମତା ୨ ଗୁଣ ବୃଦ୍ଧି ପାଇଛି ।ଦେଶର ବାର୍ଷିକ ଖାଦ୍ୟଶସ୍ୟ ଉତ୍ପାଦନ କ୍ଷମତା ୩୧୬.୦୬ ମିଲିୟନ ଟନକୁ ବୃଦ୍ଧି ପାଇଛି ।କରୋନା ମହାମାରୀ କାରଣରୁ ବିଶ୍ୱ ବଜାର ପ୍ରଭାବିତ ହେବା ସତ୍ୱେ ଗତ ଆର୍ଥିକ ବର୍ଷରେ ୪୧୮ ଆରବ ଡଲାରର ରେକର୍ଡ ପରିମାଣ ରପ୍ତାନୀ ହୋଇଛି ।୨୦୦୯ – ୨୦୧୪ (ୟୁପିଏ ସରକାର)ରେ କୃଷି ବଜେଟ ମାତ୍ର ୮.୫ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ୨୦୧୪-୨୦୧୯ (ମୋଦି ସରକାର)ରେ ୩୮.୮ ପ୍ରତିଶତ ବୃଦ୍ଧି ପାଇଛି । ୨୦୧୩-୧୪ରେ ଭାରତର ଜିଡିପି ୧୧୨.୩୩ ଲକ୍ଷ କୋଟି ଟଙ୍କା ଥିବାବେଳେ ଆଜି ଭାରତ ବର୍ଷର ଜିଡିପି ୨୩୨.୧୪ ଲକ୍ଷ କୋଟି ଟଙ୍କାକୁ ପହଂଚିଲାଣି ।ମୋଦି ଶାସନରେ ଦେଶକୁ ୫୦୦.୫ ଆରବ ଡଲାରର ବିଦେଶୀ ପୁଂଜି ନିବେଶ ହୋଇଛି ।ଜିଏସଟି ସଂଗ୍ରହ ଲଗାତାର ଭାବେ ରେକର୍ଡ ସୃଷ୍ଟି କରୁଛି । ଗତ ଥର ଏହି ପରିମାଣ ୧.୬୭ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି ।ଇଜ୍ ଅଫ୍ ଡୁଇଙ୍ଗ୍ କାରଣରୁ ସୁବିଧାରେ ବ୍ୟବସାୟ ଆରମ୍ଭ କ୍ଷେତ୍ରରେ ବିଶ୍ୱର ୫ଟି ଅଗ୍ରଣୀ ଦେଶରେ ଭାରତବର୍ଷ ରହିଛି । ୩ ଟ୍ରିଲିୟନ ଡଲାରରେ ପହଂଚି ସାରିଥିବା ଆମ ଦେଶର ଅର୍ଥବ୍ୟବସ୍ଥା ବହୁ ଶୀଘ୍ର ୫ ଟ୍ରିଲିୟନ ଡଲାର ଅର୍ଥନୀତି ଦିଗକୁ ଅଗ୍ରସର ହେଉଛି । ମୋଦି ସରକାରରେ ବର୍ତମାନ ଇଜ୍ ଅଫ୍ ଲିଭିଙ୍ଗ୍‌କୁ ଗୁରୁତ୍ୱ ଦିିଆଯାଉଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଖଦୀ ବସ୍ତ୍ର ବ୍ୟବସାୟ ୧.୧୫ ଲକ୍ଷ କୋଟି ଟଙ୍କାରେ ପହଂଚିସାରିଛି ।ଷ୍ଟାର୍ଟ ଅପ୍ ଏବଂ ୟୁନିକର୍ଣ୍ଣ ହବ୍ ଭାବେ ଭାରତ ଆଜି ବିଶ୍ୱ ଦରବାରରେ ନିଜକୁ ପ୍ରତିଷ୍ଠିତ କରିଛି ।ଔଇଗ (ଜନଧନ, ଆଧାର, ମୋବାଇଲ) କାରଣରୁ ଲାଭାର୍ଥୀମାନେ ସିଧାସଳଖ ଭାବେ ଶତ ପ୍ରତିଶତ ସହାୟତା ରାଶି ପାଉଛନ୍ତି । ଡିବିଟି ଜରିଆରେ ଗତ ୮ ବର୍ଷରେ ମୋଦି ସରକାର ୨୨୫ ଖରବ ଟଙ୍କା ପ୍ରଦାନ କରିଛନ୍ତି ।ପୋଷ୍ଟ ଅଫିସରେ ରେଳ ସଂରକ୍ଷଣ, ବ୍ୟାକିଂ, ପାସପୋର୍ଟ ସୁବିଧା । ୧୪ର୍ଦ୍ଦଶ ଏବଂ ୧୫ଦଶ ଅର୍ଥ କମିଶନରେ ସଶକ୍ତ ପଂଚାୟତ ଏବଂ ପର୍ଯ୍ୟାପ୍ତ ଅର୍ଥ ଆବଂଟନ
ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରୀ)ରେ ସମଗ୍ରଭାରତବର୍ଷରେ ୫୮ ଲକ୍ଷ ବାସଗୃହ ନିର୍ମାଣ ହୋଇଥିବାବେଳେ ଓଡିଶାରେ ୨.୧୩ ଲକ୍ଷବାସଗୃହ ନନିର୍ମାଣ ହୋଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ରେଭାରତବର୍ଷରେ ୨.୫୨ କୋଟି ଏବଂ ଓଡିଶାରେ ମଂଜୁର ୨୬ ଲକ୍ଷ ଏବଂ ନିର୍ମାଣ ହୋଇଛି ୧୬.୮୫ ଲକ୍ଷବାସଗୃହ । ସ୍ୱଚ୍ଛଭାରତ ଯୋଜନାରେଭାରତରେ ୧୧.୨୨ କୋଟି ଶୋଚାଳୟ ନିର୍ମାଣ ହୋଇଥିବାବେଳେ ଓଡିଶାରେ ୭୧ ଲକ୍ଷ ନିର୍ମାଣ ହୋଇଛି । ହର୍ ଘର୍ ନଲ୍ ପେ ଜଲ୍ ଯୋଜନାରେ ଭାରତରେ ୯.୪୦ କୋଟି ଘରକୁ ଏବଂ ଓଡିଶାରେ ୪୧ ଲକ୍ଷ ଘରକୁ (ସମୁଦାୟ ଆଂବଟିତର ମାତ୍ର ୪୭ ପ୍ରତିଶତ) ପାନୀୟ ଜଳ ଯୋଗାଇ ଦିଆଯାଇଛି ଏବଂ ଓଡିଶାର ୫୬ ପ୍ରତିଶତ ଗ୍ରାମାଂଚଳରେ ପାନୀୟ ଜଳ ବ୍ୟବସ୍ଥା ନାହିଁ ।ପିଏମ ଉଜ୍ଜ୍ୱଳା ଯୋଜନାରେଭାରତବର୍ଷରେ ୯ କୋଟି ଏବଂ ଓଡିଶାରେ ୫୨.୩୫ ଲକ୍ଷ ମହିଳାଙ୍କୁ ମାଗଣା ରୋସେଇ ଗ୍ୟାସ ଯୋଗାଇ ଦିଆଯାଇଛି । ସୈାଭାଗ୍ୟ (ଉଜଳା) ଯୋଜନାରେଭାରତରେ ୨.୮୧ କୋଟି ଘରେ୩୬ କୋଟିରୁ ଉର୍ଦ୍ଧ୍ୱ ଏବଂ ଓଡିଶାରେ ୫.୨୩ କୋଟି ଏଲଇଡି ବଲ୍ୱ ବିତରଣ ହୋଇଛି । ଗରୀବ କଲ୍ୟାଣ ଅନ୍ନ ଯୋଜନାରେ ଗତ ୨ ବର୍ଷରେ (କରୋନା ମହାମାରୀ ସଂକଟ) ମୋଦି ସରକାର ୮୦ କୋଟି ଦେଶବାସୀଙ୍କୁ ୩.୪୦ ଲକ୍ଷ କୋଟି ଟଙ୍କା ମୂଲ୍ୟର ମାଗଣା ରାସନ (ଚାଉଳ, ଗହମ, ଡାଲି) ପ୍ରଦାନ କରିଛନ୍ତି । ଓଡିଶାରେ ୩.୨୪ କୋଟି ହିତାଧିକାରୀ ଲାଭାନ୍ୱିତ ହୋଇଛନ୍ତି ।କିସାନ ସମ୍ମାନ ନିଧି ଯୋଜନାରେଦେଶର ୧୨ କୋଟି କୃଷକ ପରିବାରକୁ ଡିବିଟି ଜରିଆରେ ବାର୍ଷକ ୬ ହଜାର ଟଙ୍କା ହିସାବରେ ୧.୮୨ ଲକ୍ଷ କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବାବେଳେ ଓଡିଶାରେ ୪୦.୫୪ ଲକ୍ଷ କୃଷକ ପରିବାରକୁ ୭୦୯୭ କୋଟି ଟଙ୍କା ପ୍ରଦାନ କରାଯାଇଛି । ରାଜ୍ୟ ସରକାର ସଠିକ ତାଲିକା ପ୍ରଦାନ ନକରିବା କାରଣରୁ ଲକ୍ଷାଧିକ ଚାଷୀ ପରିବାର ଏହି ସୁବିଧା ପାଇବାରୁ ବଂଚିତ ।ପିଏମ କୃଷି ସିଚାଇ ଯୋଜନାରେଆନ୍ଧ୍ର, ଗୁଜୁରାଟ, ରାଜସ୍ଥାନ ଭଳି ରାଜ୍ୟରେ ୭୦-୮୦ ଲକ୍ଷ ହେକ୍ଟର ଜମି ଜଳସେଚିତ କରୁଥିବାବେଳେ ଓଡିଶାରେ ମାତ୍ର ୩୩ ହଜାର ହେକ୍ଟର ଜମି ଜଳସେଚିତ ହେଉଛି ।କୃଷକଙ୍କ ଆର୍ଥିକ ଅଭିବୃଦ୍ଧି ପାଇଁ ପ୍ରତ୍ୟେକ ଖାଦ୍ୟଶସ୍ୟର ଏମଏସପି ଦେଢ ଗୁଣ ବୃଦ୍ଧି କରାଯାଇଛି । ରାଷ୍ଟ୍ରୀୟ ସ୍ତରରେ ଚାଷୀଙ୍କ ଆୟ ବୃଦ୍ଧି ପାଇ ୧୦୨୪୮ ଟଙ୍କାରେ ପହଂଚିଥିବାବେଳେ ଓଡିଶାରେ ମାତ୍ର ୫୧୧୨ ଟଙ୍କା ଅଛି ।ପିଏମ ଫସଲ ବୀମା ଯୋଜନାରେ ଭାରତବର୍ଷରେ ୩୭.୫୨ କୋଟି ଚାଷୀ ଉପକୃତହୋଇଛନ୍ତି । ଅୟୁଷ୍ମାନ ଭାରତ ଯୋଜନାରେ ୬୫ କୋଟି ଦେଶବାସୀଙ୍କୁ ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ସହ ୧୮ କୋଟିରୁ ଉର୍ଦ୍ଧ୍ୱ କାର୍ଡ ଜାରୀ ହୋଇଛି । ଓଡିଶାବାସୀ ଏହି ଯୋଜନାରୁ ବଂଚିତ ।ପ୍ରଥମ ଥର ପାଇଁ ମାସିକ ୩ ହଜାର ଟଙ୍କାର ପେନସନ୍ ପ୍ରଦାନ ।ପିଏମ ମୁଦ୍ରା ଯୋଜନାଯାଜନାରେ୩୪ କୋଟିରୁ ଉର୍ଦ୍ଧ୍ୱ ବିତରଣ ହୋଇଛି । ପିଏମ୍ ଜନଧନ ଯୋଜନାରେ୪୫ କୋଟିରୁ ଉଦ୍ଦ୍ୱର୍ ବ୍ୟାଂକ ଅକାଉଂଟ ଖୋଲାଯାଇଛି । ୨୫ କୋଟି ମହିଳା ଅଛନ୍ତି । ୩୫ ଲକ୍ଷ ସ୍ୱୟଂ ସହାୟିକା ଗାଷ୍ଠୀ ଜରିଆରେ ୮ କୋଟି ମହିଳା ଉଦ୍ୟୋଗୀଙ୍କୁ ଯୋଡାଯାଇଛି । ଓଡିଶାର ୧.୮୭ କୋଟି ବ୍ୟାଂକ ଆକାଉଂଟ ଏବଂ ୭୩୧୫ କୋଟି ଟଙ୍କା ଗଚ୍ଛିତ ରହିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ପ୍ରତ୍ୟେକ ଗରୀବଙ୍କୁ ବାସଗୃହ, ବିଜୁଳି, ଶୈାଚାଳୟ, ପାନୀୟ ଜଳ, ରୋସାଇ ଗ୍ୟାସ, ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ କାର୍ଡ ଯୋଗାଇବା । ପ୍ରତ୍ୟେକ ଗ୍ରାମକୁ ଇଂଟରନେଟ. ଜନ ସହାୟତା କେନ୍ଦ୍ର, ପକ୍କା ସଡକ । ଖାଦ୍ୟ ଶସ୍ୟ, ରକ୍ଷା, ମହାକାଶ, ଏସଏଚଜି, ସେନାରେ ମହିଳା ଅଫିସର ନିୟୋଜିତ, ମୁଦ୍ରା ଋଣ ପାଇଁ ପ୍ରାଥମିକତା, ବେଟି ବଚାଓ-ବେଟି ପଢାଓ, ସୁକନ୍ୟା ସମୃଦ୍ଧି ଯୋଜନା, ପିଏମ ସମର୍ଥ ଯୋଜନା, ମାତୃ ବନ୍ଦନା ଯୋଜନା ଜରିଆରେ ମହିଳା ସଶକ୍ତିକରଣ, ଏଫପିଓ, ଡିଜିଟାଲ ଇଣ୍ଡିଆ, ୱାନ୍ ନେସନ - ୱାନ୍ ରାସନ୍‌, ଦକ୍ଷତା ଓ କୈାଶଳ ବବିକାଶ ପାଇଁ ସ୍ୱତନ୍ତ୍ର ମନ୍ତ୍ରାଳୟ ଗଠନ, ପିଏମ ସ୍ୱନିଧି ଯୋଜନା, ଉଡାନ ଯୋଜନା ଜରିଆରେ ଆତ୍ମନିର୍ଭର ଭାରତ ଗଠନ ସମ୍ଭବ ହୋଇପାରିବ ଏବଂ ଏହାକୁ ଲକ୍ଷ୍ୟ ରଖି ମୋଦି ସରକାର କାଯ୍ୟ୭ରତ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଧାରା ୩୭୦ ଉଚ୍ଛେଦ ଓ ଜମ୍ମୁ କାଶ୍ମୀର ପ୍ରସଙ୍ଗ, ରାମ ମନ୍ଦିର ନିର୍ମାଣ, ତିନ୍ ତଲାକ ଉଚ୍ଛେଦ, ନାଗରିକତା ସଂଶୋଧନ ଆଇନ, ଦେଶର ଶିକ୍ଷା ବ୍ୟବସ୍ଥାକୁ ବଦଳାଇବା ପାଇଁ ନୂତନ ରାଷ୍ଟ୍ରୀୟ ଶିକ୍ଷା ପ୍ରବର୍ତନ । ଭାରତୀୟ ସଂସ୍କୃତି, ଐତିହ୍ୟ ଓ ପରଂପରାକୁ ଗୁରୁତ୍ୱ, ଉଚ୍ଛ ବର୍ଗର ଆର୍ଥୀକ ଅନଗ୍ରସରଙ୍କ ପାଇଂ ୧୦ ପ୍ରତିଶତ ସଂରକ୍ଷଣ, ୱାନ୍ ର‌୍ୟାଂକ - ୱାନ୍ ପେନସନ, ଓବିସି କମିଶନଙ୍କୁ ସାମ୍ବିଧାନିକ ମାନ୍ୟତା, ଓବିସିଙ୍କ ପାଇଁ ମେଡିକାଲ, ଡେଂଟାଲ, ସୈନିକ, ନବଦ୍ୟୋୟ ଏବଂ କେନ୍ଦ୍ରୀୟ ବିଦ୍ୟାଳୟରେ ୨୭ ପ୍ରତିଶତ ସଂରକ୍ଷଣ ଆଦି ବିଭିନ୍ନ ବିବାଦୀୟ ପ୍ରସଙ୍ଗ ଏବଂ ଐତିହାସିକ ନିଷ୍ପତି କ୍ଷେତ୍ରରେ ମୋଦି ସରକାରଙ୍କ ଭୁମିକା ଅତ୍ୟନ୍ତ ପ୍ରଶଂସନୀୟ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଭାରତୀୟ ସଂସ୍କୃତିକୁ ସମ୍ମାନ ଜଣାଇ ମୋଦି ସରକାରଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣ; ଦିବ୍ୟ କାଶୀ ଭବ୍ୟ କାଶୀ ସ୍ୱପ୍ନ ସାକାର; ରାମାୟଣ ସର୍କିଟ, ମହାଭାରତ ସର୍କିଟ, ବୁଦ୍ଧ ସର୍କିଟ ର ନିର୍ମାଣ; ବାବା କେଦାରନାଥ ଧାମ ପୁନରୁଦ୍ଧାର; ଷ୍ଟେଚ୍ୟୁ ଅଫ୍ ୟୁନିଟି; ଇଣ୍ଡିଆ ଗେଟରେ ନେତାଜୀ ସୁବାଷ ବୋଷଙ୍କ ପ୍ରତିମା; ଜାଲିଆନାବାଲାବାଗ ସ୍ମାରକ; ବାବା ଭିମରାଓଙ୍କ ସହ ଜଡିତ ପଂଚତୀର୍ଥ ନିର୍ମାଣ; ଆଦିବାସୀ ସ୍ୱତନ୍ତ୍ରତା ସେନାନୀଙ୍କ ଉଦ୍ଦେଶ୍ୟରେ ଜନଜାତି ସଂଗ୍ରହାଳୟ ପ୍ରତିଷ୍ଠା; ନ୍ୟାସନାଲ ୱାର୍ ମେମୋରିଆଲ ଏବଂ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ସ୍ଥାପନା କରିଛନ୍ତି ।
ନାଗାଲାଣ୍ଡ ଶାନ୍ତି ବୁଝାମଣା ୨୦୧୫, ଏନଏଲଏଫଟି ତ୍ରିପୁରା ବୁଝାମଣା ୨୦୧୯, ବୃ ରିୟାଙ୍ଗ ବୁଝାମଣା ୨୦୨୦, କାର୍ବୀ ଆଙ୍ଗଲୋଙ୍ଗ ବୁଝାମଣା୨୦୨୧ ଜରିଆରେ ପୂର୍ବତୋର ରାଜ୍ୟର ବିକାଶ ପାଇଁ ମୋଦି ସରକାରଙ୍କ ବଳିଷ୍ଠ ପଦକ୍ଷେପ ଚିର ସ୍ମରଣୀୟ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ପଡୋଶୀ ରାଷ୍ଟକୁ ପ୍ରାଥମିକତା ଏବଂ ସୁସଂପର୍କ ସ୍ଥାପନ; ଉରୀ ସର୍ଜିକାଲ ଷ୍ଟ୍ରାଇକ, ପୁଲୱାମା ଏୟାର ଷ୍ଟ୍ରାଇକ ଜରିଆରେ ଆତଙ୍କବାଦ ବିରୁଦ୍ଧ ଲଢେଇର ଦୃଢ ଜବାବ୍ ଦେଇଥିବା ମୋଦି ସରକାର ଅନ୍ତରାଷ୍ଟ୍ରୀୟ ସୈାର ସଂଗଠନର ଗଠନ, ପର୍ଯ୍ୟାବରଣ ବୁଝାମଣା, ଆତଙ୍କବାଦ ବିରୁଦ୍ଧରେ ଏକତା, ଗଣତନ୍ତ୍ର ଦିବସରେ ଆସିୟାନ ରାଷ୍ଟ୍ରଙ୍କୁ ନିମନ୍ତ୍ରଣ, ୨୧ ଜୁନ୍ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ, ଆୟୁର୍ବେଦର ପ୍ରଚାର ଓ ପ୍ରସାର କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ବିଶ୍ୱ ନେତୃତ୍ୱର ପରିଚୟ ଦେଇଛନ୍ତି ।
ରୁଷ, ୟୁଏଇ, ଭୁଟାନ, ବାହାରିନ, ଆଫଗାନିସ୍ଥାନ ମାଲଦୀପର ସର୍ବୋଚ୍ଚ ନାଗରିକ ସମ୍ମାନ; ସିଓଲ ଶାନ୍ତି ପୁରସ୍କାର; ବିଶ୍ୱ ଉର୍ଜା ଏବଂ ପର୍ଯ୍ୟାବରଣ ଲିଡରସିପ ସମ୍ମାନ; ଆମେରିକାର ପ୍ରତିଷ୍ଠିତ ଲିଜନ ଅଫ୍ ମେରିଟ ସମ୍ମାନ; ଗ୍ଲୋବାଲ ଗୋଲକିପର ସମ୍ମାନ (ବିଲ୍ ଏବଂ ମିରିଂଡା ଗେଟ୍ସ ଫାଉଂଡେସନ)ରେ ସମ୍ମାନିତ ହୋଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଭାରତବର୍ଷକୁ ବିଶ୍ୱରେ ସମ୍ମାନିତ କରିଛନ୍ତି ।
କୋଭିଡ୍ ପରିଚାଳନାରେ ବିଶ୍ୱର ୧୦୦ରୁ ଉର୍ଦ୍ଧ୍ୱ ରାଷ୍ଟ୍ରକୁ ଔଷଧ ଏବଂ ଟୀକା ଯୋଗାଣ; ବର୍ତମାନ ସୁଦ୍ଧା ପାଖାପାଖି ୨୦୦ କୋଟି ଡୋଜ୍ କୋଭିଡ ଟୀକାକରଣ । ଓଡିଶାରେ ପାଖାପାଖି ୬.୫ କୋଟି କୋଭିଡ୍ ଟୀକାକରଣ ହୋଇଛି ।ମେଡିକାଲ ଅକ୍ସିଜେନ, ଜୀବନ ରକ୍ଷାକାରୀ ଔଷଧକୁ ଯୁଦ୍ଧକାଳୀନ ଭିତିରେ ଯୋଗାଇଥିଲେ ।ବନ୍ଦେ ଭାରତ ଯୋଜନାରେ ପ୍ରବାସୀ ଭାରତୀୟଙ୍କୁ ଏବଂ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ଯୋଗେ ପଡୋଶୀ ରାଜ୍ୟରେ ଥିବା ଶ୍ରମିକମାନଙ୍କୁ ନିଜ ନିଜ ଘରେ ପହଂଚାଇବାର ସଫଳ ବ୍ୟବସ୍ଥା ।କରୋନାରେ ଅନାଥ କିମ୍ବା ବାପା / ମା ଙ୍କୁ ହରାଇଥିବା ପିଲାମାନଙ୍କୁ ପିଏମ କେୟାର୍ସ ଯୋଜନାରେ ଛାତ୍ରବୃତି, ଜୀବନ ବୀମା ଏବଂ ଆର୍ଥିକ ସୁରକ୍ଷା ସୁନିଶ୍ଚିତ ।ଦେଶର ପ୍ରତ୍ୟେକ ଜିଲ୍ଲାରେ ଅକ୍ସିଜେନ ପ୍ଲାଂଟ ସ୍ଥାପନା କରାଯାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଗରୀବକଲ୍ୟାଣ ଯୋଜନାର ଓଡିଶାକୁ ପ୍ରୟୋଗଶାଳା କରିଥିବା ମୋଦି ସରକାରରେ ଆକାଂକ୍ଷା ଜିଲ୍ଲା ତାଲିକାରେ ଓଡିଶାର ୧୦ ଟି ଜିଲ୍ଲା ଅନ୍ତର୍ଭୁକ୍ତ; ଉଡାନ ଯୋଜନାରେ ଜୟପୁର, ଝାରସୁଗୁଡା, ରାଉରକେଲା ଆଦି ସହର ସାମିଲ; ପିଏମ ଗତିଶକ୍ତି ଯୋଜନାରେ ଓଡିଶାକୁ ପ୍ରାଧାନ୍ୟ; ଭାରତମାଳ ଏବଂ ସାଗରମାଳା ପ୍ରକଳ୍ପ ଦ୍ୱାରା ଓଡିଶାର ପର୍ଯ୍ୟଟନ ଓ ଅର୍ଥନୀତିର ବିକାଶ; ଫନୀ, ଅଂଫାନ, ହୁଡ୍‌ହୁଡ୍‌, ୟଶ ବାତ୍ୟା ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓଡିଶାବାସିଙ୍କ ସହିତ ମୋଦି ସରକାର ଏବଂ ପର୍ଯ୍ୟାପ୍ତ ଆର୍ଥୀକ ସହାୟତା ପ୍ରଦାନ । ସେହିପରି ମୋଦି ସରକାରରେ ଓଡିଆ ସମ୍ମାନିତ ଓ ଓଡିଶାବାସୀ ଗର୍ବିତ ହୋଇଛନ୍ତି । ୧୮୧୭ ମସିହା ପାଇକ ବିଦ୍ରୋହକୁ ଜାତୀୟ ମାନ୍ୟତା ପ୍ରଦାନ କରିବା ସହିତ ପାଠ୍ୟପୁସ୍ତକରେ ସାମିଲ କରାଗଲା । ଖୋର୍ଦ୍ଧା ବରୁଣାଇଠାରେ ପାଇକ ସ୍ମାରକୀର ଶିଳାନ୍ୟାସ ଏବଂ ୨୦୦ କୋଟି ଟଙ୍କା ପ୍ରଦାନ । ୩ ଜଣ ଓଡିଆଙ୍କୁ ରାଜ୍ୟପାଳ ଦାୟୀତ୍ୱ । ମୋଦି ସରକାର ଅମଳରେ ୫ ଜଣଙ୍କୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସାମିଲ । ବହୁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ପଦ୍ମଶ୍ରୀ, ପଦ୍ମବିଭୁଷଣ, ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ । ରିଜର୍ଭ ବ୍ୟାଂକ ଗଭର୍ଣ୍ଣର, ଜାତୀୟ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ, ଏନବିଆଇ ନିଦ୍ଦେର୍ଶକ, ଏନଡିଏଫ ଡିଜି, ସେନାବାହିନୀର ଗୁରୁତ୍ୱପୂର୍ଣ୍ଣ ଆଦି ପଦରେ ଓଡିଆଙ୍କୁ ନିଯୁକ୍ତି ଦିଆଯିବା ଆମ ସମସ୍ତଙ୍କ ପାଇଁ ଗୈାରବର ବିଷୟ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଆଜାଦୀ କି ଅମୃତ ମହୋତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ନୂତନ ଭାରତର ଶଙ୍ଖନାଦ ହୋଇଛି ।ଯେଉଁଠି ସମସ୍ତଙ୍କୁ ସମାନ ସୁଯୋଗ, ସମ୍ମାନ ଏବଂ ସୁଖ ସମୃଦ୍ଧି ମିଳିବ । ଯେଉଁଠି ସମସ୍ତଙ୍କ ପାଖରେ ବାସଗୃହ, ବିଜୁଳି, ପାନୀୟ ଜଳ, ରୋସେଇ ଗ୍ୟାସ ସଂଯୋଗ ଏବଂ ଶୈାଚାଳୟ ଥିବ । ଯେଉଁଠି କୃଷକ ସଶକ୍ତ ଏବଂ ମାତୃଶକ୍ତି ସମ୍ମାନିତ ହେଉଥିବ । ଯେଉଁଠି ସମାଜରେ ସଦଭାବ ଓ ବିକାଶର ଇଚ୍ଛାଶକ୍ତି ଥିବ । ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ଭାରତବର୍ଷକୁ ବିଶ୍ୱଗୁରୁ ରୁପରେ ପୁନଃସ୍ଥାପିତ କରିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକୁ ସାକାର କରିବା ପାଇଁ ଶ୍ରୀ ମହାନ୍ତି ସମସ୍ତଙ୍କୁ ନିବେଦନ କରିଛନ୍ତି ।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସାଂସଦ ତଥା ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା, ପୂର୍ବତନ ରାଜ୍ୟ ସଭାପତି ମନମୋହନ ସାମଲ, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ସାଂସଦ ଅପରାଜିତା ଷଡଙ୍ଗୀ, ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ପ୍ରଭାତୀ ପରିଡା ଓ ଅନୀତା ଶୁଭଦର୍ଶିନୀ, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଓ ଡ.ଲେଖାଶ୍ରୀ ସାମନ୍ତସିଂହାର ଉପସ୍ଥିତ ଥିଲେ ।

0
0
0
s2sdefault