ପୁରୀ( ଅନିମେଶ ପଟ୍ଟନାୟକ) : ସତ୍ୟବାଦୀ ବିଧ୍ୟାୟକ ଉମା ସାମନ୍ତରାୟଙ୍କୁ ଛାତ୍ର କଂଗ୍ରେସ ତରଫରୁ ଭିଆଇପି ରୋଡରେ କାଳି ମାଡ ହୋଇଛି | ବକୁଳବନ ଉଦ୍ଧାର ଏବଂ ଓଡ଼ିଆ ବିଶ୍ୱ ବିଦ୍ୟାଳୟ କାର୍ଯ୍ୟକୁ ବିରୋଧ ଏବଂ ଜନତାଙ୍କ ପ୍ରତି ଅପବ୍ୟବହାର ନେଇ ଛାତ୍ର କଂଗ୍ରେସ ତରଫରୁ କାଳି ମାଡ କରାଯାଇଥିବା ଜଣାପଡିଛି | "ବିଜେଡିର କୌଣସି ନେତାଙ୍କୁ ପୁରାଇ ଦିଆଯିବନି ପୁରୀ ସହରକୁ" ଏହା କହି ଟାର୍ଗେଟ କରିଛନ୍ତି ଛାତ୍ର କଂଗ୍ରେସ ଜ଼ିଲ୍ଲା ସଭାପତି ଆଶୁତୋଷ ମିଶ୍ର, ଅଗସ୍ତିନ ଜୋସେଫ, ରୀଶାନ ଦାଶ, ସୋମନାଥ ନାୟକ,କୃଷ୍ଣଚନ୍ଦ୍ର ବେହେରା, ରୁଦ୍ରପ୍ରତାପ ଦାଶ ଓ ଶୁଭ୍ରକାନ୍ତ ନାୟକ | ସମସ୍ତେ ଏକାଠି ହୋଇ ଉମା ସାମନ୍ତରାୟ ଗୋ-ବ୍ୟାକ ସହ ଓଡିଶା ସରକାର ମୁର୍ଦାବାଦ କହି କାଳି ମାଡ ହୋଇଥିଲା | ସକାଳେ ଜୋର ଜବରଦସ୍ତି ପୋଲିସ ରଥଯାତ୍ରା ସମନ୍ୱୟ ମିଟିଙ୍ଗକୁ ଆସିଥିବା ମନ୍ତ୍ରୀଙ୍କୁ ସୁରକ୍ଷା ଦେବାକୁ ଗୁଣ୍ଡା ସାଜି ଛାତ୍ର ଓ ଯୁବ କଂଗ୍ରେସ କର୍ମୀଙ୍କୁ ଉଠାଇ ନେଇଥିଲେ ବୋଲି ଛାତ୍ର କଂଗ୍ରେସ ଅଭିଯୋଗ କରିଛି | ଏହାର ଆକ୍ରୋଶରେ ଛାତ୍ର କଂଗ୍ରେସ ତରଫରୁ ବିଜେଡି ନେତା ସତ୍ୟବାଦୀ ବିଧ୍ୟାୟକଙ୍କୁ କାଳି ମାଡ କରି ଜବାବ ମଗା ଯାଇଥିଲା ବୋଲି ଛାତ୍ର କଂଗ୍ରେସ ପକ୍ଷରୁ କୁହାଯାଇଛି |
ରାଜ୍ୟ
ସତ୍ୟବାଦୀ ବିଧ୍ୟାୟକ ଉମା ସାମନ୍ତରାୟଙ୍କୁ ଛାତ୍ର କଂଗ୍ରେସ ତରଫରୁ କାଳି ମାଡ
- Hits: 523