ହେଡଲାଇନସ୍:

ପୋଡାପାଡ଼ିରେ ଶ୍ରୀ ମା ଅଗ୍ନିକୁମାରୀ ଠାକୁରାଣୀ ଦେଵୀଙ୍କ ଯାତ୍ରା ଉଦଯାପିତ୍ ।

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

କାଶୀପୁର /ପୋଡାପାଡ଼ି ରୁ ବୈକୁଣ୍ଠ ଦୁରିଆ : 9 ଦିନ ଧରି ପୂଜା ଅର୍ଚନା ହୋଇ ଆସୁଥିବା ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ପୋଡାପାଡ଼ି ସ୍ଥିତ ଶ୍ରୀ ମା ଅଗ୍ନିକୁମାରୀ ଠାକୁରାଣୀଙ୍କ ଘଣ୍ଟ ଯାତ୍ରା ଆଜି ଉଦଯାପିତ ହୋଇଯାଇଛି | ଏହି 9 ଦିନ ସ୍ଥାନୀୟ କଳାକାର ଆପଣ ମାନଙ୍କ ଜଣାଶୁଣା ଟିକିରିର ଲିଙ୍ଗରାଜ, କାମେଶ୍ୱର, ଅର୍ଜୁନ ଏବଂ କାଶୀପୁର ର କାଳିଆ ବିଭିନ୍ନ ପ୍ରକାର ନାଚ ଗୀତ ପ୍ରଦର୍ଶନ ଲୋକଙ୍କୁ ମୁଗ୍ଧ କରିଥିଲର |ପୂର୍ବ ସମୟରୁ ହିଁ ପୋଡାପାଡ଼ି ରେ ଠାକୁରାଣୀ ଯାତ୍ରା ଧୁମ ଧାମ ରେ ପାଳନ ହୁଏ |ଏହି ସମୟରେ ମା ଠାକୁରାଣୀ ଓ ମାଙ୍କ ଘଟ ହାଣ୍ଡି ବାହାରି ପ୍ରତ୍ୟେକ ଦିନ ସାହି ସାହି ପରିକ୍ରମା କରିଥାନ୍ତି ଓ ଶେଷ ଦୁଇ ଦିନ ପୂର୍ବରୁ ଦୁଇ ଖଣ୍ଡ ଗ୍ରାମ ମଧ୍ୟ ମା ଠାକୁରାଣୀ ପରିକ୍ରମ କରିଥାନ୍ତି ଓ ଗ୍ରାମବାସୀ ଲିଆ, ମୁଆ ପଣା ପାଣି ଏବଂ ଝାମୀ ଦେଇ ମାଆ ଙ୍କୁ ଶାନ୍ତି କରିଥାନ୍ତି | ଗ୍ରାମ ପରିକ୍ରମା କରି ଫେରି ଆସିବା ସମୟରେ ମା ଙ୍କୁ ଗ୍ରାମର ଯୁବକ ମାନେ ଡେମଷା ବାଜାର ତାଳେ ତାଳେ ସାଇଲୋଡି ନାଚରେ ପାଛୋଟି ନେଇଥାନ୍ତି ଯାତ୍ରା ପଡିଆ ଯାଏଁ | ରାତ୍ରୀ ସମୟରେ ଦର୍ଶକ ମାନଙ୍କ ମନୋରଞ୍ଜନ ପାଇଁ ଯାତ୍ରା କମିଟି ତରଫରୁ ବିଭିନ୍ନ ପ୍ରକାର ନାଟ ପରିବେଷଣ ସହ ସାହି ସାହି ରେ ଫାର୍ସ ବା ପଥ ପ୍ରାନ୍ତ ନାଟକ ମଧ୍ୟ ହୋଇଥାଏ |ଗତ ଦୁଇବର୍ଷ ଧରି କଭିଡ କଟକଣା ପାଇଁ ନିରାଡ଼ମ୍ବର ଭାବରେ ପାଳନ ହେଉଥିବା ବେଳେ ବର୍ତ୍ତମାନ ଧୁମ ଧାମ ରେ ପାଳନ ହେଉଛି | ଏହି ଯାତ୍ରା ବର୍ଷ କୁ ବର୍ଷ ହେଇଥାଏ ଯାତ୍ରା ଦେଖିବା ପାଇଁ ବହୁତ ଦୂର ଦୁରାନ୍ତର ଲୋକମାନେ ଆସିଥାନ୍ତି | 9ଦିନ ବ୍ୟାପି ମା ଠାକୁରାଣୀଙ୍କୁ ପୂଜା ଅର୍ଚନା କରି ଯାତ୍ରା ଓ ସୁରୁଖୁରୁରେ ଭଷାଣି ହୋଇଥିବାରୁ ଗ୍ରାମବାସୀ ମାନଙ୍କ ତରଫରୁ ମା ଅଗ୍ନିକୁମାରୀ ଠାକୁରାଣୀ ଯାତ୍ରା କମିଟି ସଭାପତି ମାଧବ ବେହେରା , ସେକ୍ରେଟାରୀ କୃଷ୍ଣ ପରିଛା , ମେମ୍ବର - ଖଗପତି ନାଏକ ,ଅଗାଧୁ ବାଘ , ସନ୍ତୁ ଦୋରା , ରଞ୍ଜନ ସେଠୀ , ମଣ୍ଟୁ ସାହାଣୀ , ଅଜୁ ବେହେରା ଙ୍କୁ ଏବଂ ପୂଜାରୀ ତ୍ରିପତି ସାହାଣୀ , ଟିକୁ ସ୍ୱାଇଁ , ଗୋଣ ବେହେରା , ତାମା ଦୋରା , ସୁଶୀଳା ଦୋରା ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଛନ୍ତି |

0
0
0
s2sdefault