ଓଜେୟୁର ପୁରୀ ଜିଲ୍ଲା ଶାଖା ପକ୍ଷରୁ ୧୧ତମ ବାର୍ଷିକୋତ୍ସବ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ (ଅନିମେଶ ପଟ୍ଟନାୟକ): ଓଡ଼ିଶା ସାମ୍ବାଦିକ ସଂଘ (ଓଜେୟୁ)ର ୧୧ ତମ ବାର୍ଷିକୋତ୍ସବ ପାଳିତ ହୋଇଯାଇଛି । ସ୍ଥାନୀୟ ଚକ୍ରତୀର୍ଥ ରୋଡ ସ୍ଥିତ ସଂସ୍କୃତି ଭବନରେ ନ୍ୟୁଜ୍ ସେଭେନର ବରିଷ୍ଠ ସାମ୍ବାଦିକ ବିଭୂତି ବିଶ୍ଵାଳ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମ୍ବାଦିକମାନେ ଠିକ ଓ ସତ୍ୟ ଘଟଣା ଲେଖିଲେ ଦିନେ ନା ଦିନେ କିଏ ହେଲେ ସମ୍ବାଦିକଙ୍କୁ ମନେ ପକାଇବେ ବୋଲି କହିଥିଲେ । ଅନ୍ୟତମ ସମ୍ମାନିତ ଅତିଥ୍‌ ଭାବେ ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ୍‌ର ପୁରୀ ମୁଖ୍ୟ ସାମ୍ବାଦିକ ରାଜକୁମାର ମହାନ୍ତି ସଂଘର ଗଣତନ୍ତ୍ରମୁଖୀ କାର୍ଯ୍ୟକଳାପକୁ ପ୍ରଶଂସା କରିଥିଲେ । ରାଜ୍ୟର ଅନ୍ୟତମ ଚର୍ଚ୍ଚିତ ଚେହେରା ଓଡ଼ିଶା ସମ୍ବାଦର ମୁଖ୍ୟ ସମ୍ପାଦକ ସନ୍ଦୀପ ମିଶ୍ର ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ବିଭୂପ୍ରସାଦ ତ୍ରିପାଠୀ, ବରିଷ୍ଠ ସମାଜସେବୀ ସୁଚିସ୍ମିତା ପୃଷ୍ଟି, ସଂଘର ମାର୍ଗଦର୍ଶକ ଚକ୍ରଧର ମହାପାତ୍ର, ଭୁବନେଶ୍ଵରର ବରିଷ୍ଠ ଚିକିତ୍ସକ ଡ଼କ୍ଟର ଅମ୍ରିତ ପାଟ୍ଟଯୋଶୀ ପ୍ରମୁଖ ଯୋଗଦେଇ ସମ୍ବାଦିକଙ୍କ ସମସ୍ୟା ଉପରେ ଆଲୋକପାତ କରିଥିଲେ । ପରେ ଓଡ଼ିଶୀ ନୃତ୍ୟ ସହ ମନୋରଞ୍ଜନ ଭିତିକ କାର୍ଯ୍ୟକ୍ରମର ମଜା ଉଠାଇଥିଲେ ଦର୍ଶକବୃନ୍ଦ ।
କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ବିଜୟ କୁମାର ମିଶ୍ର ସଭାପତିତ୍ବ କରିଥିବା ବେଳେ ସଂପାଦକ ସୁଧାଂଶୁ ଶେଖର କର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । କାର୍ଯ୍ୟକ୍ରମକୁ ଉପସଭାପତି ବିଶ୍ଵନାଥ ମିଶ୍ର ମଞ୍ଛ ସଂଚାଳନ କରିଥିଲେ । ଶେଷରେ ଅତିଥିମାନଙ୍କ ଦ୍ବାରା ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସଂଘ ତରଫରୁ ସମ୍ମାନିତ କରାଯାଇଥିଲା । ସହସଂପାଦକ ଦେବେନ୍ଦ୍ର କୁମାର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ସୁଶାନ୍ତ ସାହୁ, ପ୍ରଦୀପ ପ୍ରଧାନ, ବିକ୍ରମ ଆଚାର୍ଯ୍ୟ, ସାଗରମଦନ ମୋହନ ପ୍ରତିହାରୀ, ଅନିମେଶ ପଟ୍ଟନାୟକ, ଦିବ୍ୟରଞ୍ଜନ ବିଶୋଇ, ସତ୍ୟନାରାୟଣ ପଟ୍ଟନାୟକ, ସୁବୋଧ କୁମାର ସୁବୁଦ୍ଧି ପ୍ରମୁଖ ସହଯୋଗ କରିଥିଲେ ।

0
0
0
s2sdefault