ଠିପିଖୋଲା ବିଦେଶୀ ମଦ ଦୋକାନ ପାଇଁ ଅଞ୍ଚଳରେ ବଢିଚାଲିଛି ବିଶୄଙ୍ଖଳା- ବୁଦ୍ଧିଜୀବୀ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନିଶା ନିବାରଣ ଉପରେ ଆଲୋଚନା ସମୟରେ ସହର ମଧ୍ୟରେ ଠିପିଖୋଲା ବିଦେଶୀ ମଦ ଦୋକାନ ବନ୍ଦ ପାଇଁ ଦାବୀ କଲେ ବୁଦ୍ଧିଜୀବୀ ।

ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ସହରରେ ଦିନକୁ ଦିନ ନିଶା କାରବାର ବଢାବାରେ ଲାଗିଛି । ସହରର ବିଭିନ୍ନ ସ୍ଥାନରେ ସହଜରେ ନିଶା ଔଷଧ ତଥା ମଦ ମଧ୍ୟ ମିଲିଯାଉଛି । ଯଦ୍ବାରା ସହରରେ ବିଶୄଙ୍ଖଳା ସହ ଦୁର୍ଘଟଣା ମଧ୍ୟ ବଢିବାରେ ଲାଗିଛି । ଏହି ସମସ୍ୟାର ସମାଧାନ ପାଇଁ ଟାଉନ ହଳ ଠାରେ ପଦ୍ମପୁର ସହରର ବିଭିନ୍ନ ଅନୁଷ୍ଠାନ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । କିପରି ଭାବରେ ନିଶା କାରବାର ବନ୍ଦ କରାଯିବ ସେଥିପାଇଁ ବିଶେଷ ଭାବରେ ଆଲୋଚନା ହୋଇଥିଲା । ଇତି ମଧ୍ୟରେ ପଦ୍ମପୁର ସହର ମଧ୍ୟରେ ରହିଥିବା ଠିପି ଖୋଲା ବିଦେଶୀ ମଦ ଦୋକାନ ପାଇଁ ମଧ୍ୟ ମଦ୍ୟପ ମାନଙ୍କ ଦୌରାତ୍ମ ବଢୁଥିବା ନେଇ ବୁଦ୍ଧିଜୀବୀ ମାନେ ଆଲୋଚନା କରିଥିଲେ ।

ପଦ୍ମପୁର ସହରର ଭେଉଁରିଆ ଛକଠାରୁ ଜଗଦଲପୁର ରାସ୍ତା ନିକଟରେ ଚାନସେଲର ରେଷ୍ଟୁରେଣ୍ଟ ନାମରେ ଏକ ଠିପିଖୋଲା ବିଦେଶୀ ମଦ ଦୋକାନ ଚାଲିଛି । ଏହି ମଦ ଦୋକାନ କୁ ଲାଗି ଜନବସତି ଅବସ୍ଥିତ । ମଦ ଦୋକାନକୁ ପ୍ରତ୍ୟେକ ଦିନ ଶହ ଶହ ଶହ ଲୋକ ମଦ ପିଇବା ପାଇଁ ଆସିଥାନ୍ତି । ମଦ ପିଇ ରାସ୍ତା କଡରେ ନିଜର ଦୌରାତ୍ମ କରୁଥିବା ଅଭିଯୋଗ କରିଥିଲେ । ଏହା ସହ ଏହି ରାସ୍ତାରେ ମହିଳାମାନେ ଯିବା ଆସିବା ପାଇଁ ମଧ୍ୟ ଭୟ କରୁଥିବା ଲୋକମାନେ ଅଭିଯୋଗ କରିଥିଲେ । ସହର ମଧ୍ୟରେ ମଦ ଖୋଲିଥିବା ଯୋଗୁଁ ଯୁବଗୋଷ୍ଠୀ ମଧ୍ୟ ଏହାର ଶିକାର ହେଉଛନ୍ତି । ଏହି ମଦ ଦୋକାନ କୁ ଲାଗି ରହିଥିବା ପରିବାର ମାନେ ବହୁ ଅସୁବିଧା ଭୋଗୁଥିବା ଅଭିଯୋଗ କରିଛନ୍ତି । ମଦ ଦୋକାନକୁ ବନ୍ଦ କରିବା ପାଇଁ ବିଭିନ୍ନ ସମୟରେ ପ୍ରଶାସନକୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ କୌଣସି ପ୍ରକାର ପଦକ୍ଷେପ ନେଇ ନାହାନ୍ତି । ସେଥିପାଇଁ ଏହି ଆଲୋଚନା ଏହି ଠିପିଖୋଲା ବିଦେଶୀ ମଦ ଦୋକାନ ବନ୍ଦ କରିବା ପାଇଁ ସହରର ବୁଦ୍ଧିଜୀବୀ ମାନେ ଦାବୀ କରିଥିଲେ । ପ୍ରଶାସନ ଏହା ଉପରେ କଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା ।

0
0
0
s2sdefault