ନିଶ୍ଚିନ୍ତକୋଇଲି (ଦେବେନ୍ଦ୍ର ଷଢଙ୍ଗୀ): ନିଶ୍ଚିନ୍ତକୋଇଲି ବ୍ଲକ କାର୍ଯ୍ୟାଳୟ ପରିସରରେ ୩ୟ ପଂଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଡ଼ିଓ କର୍ଣ୍ଣଦେବ ସମାଦ୍ଦାର, ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ, ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ପ୍ରାକ୍ତନ ଅଧ୍ୟକ୍ଷ ଗିରିଶରଂଜନ ମହାପାତ୍ର, ରମାକାନ୍ତ ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା, ପାନୀୟଜଳ, ବିଦ୍ୟୁତ୍ , ଗମନାଗମନ , ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ସହ ବ୍ଲକର ବହୁ କର୍ମଚାରୀ ମାନେ ଯୋଗଦାନ କରି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ସମସ୍ତ ପଂଚାୟତର ସରପଂଚ, ସମିତିସଭ୍ୟ ସଭ୍ୟା ମାନେ ଯୋଗଦାନ କରି ପଂଚାୟତ ସ୍ତରରେ ଯାହାକିଛି ସମସ୍ୟା ରହିଛି ତାହାକୁ ଆଲୋଚନା କରିବା ସହ ତୁରନ୍ତ ସମାଧାନ ପାଇଁ ଦାବି କରିଥିଲେ । ତେବେ ମୁଖ୍ୟତଃ ପାନୀୟ ଜଳ ସଂକଟ, ପରିମଳ ସମସ୍ୟା, ବିଦ୍ୟୁତ୍ ସମସ୍ୟା,କୃଷି, ସ୍ୱାସ୍ଥ୍ୟ ଗତ ସମସ୍ୟା ଉପରେ ଗଭୀର ଭାବେ ଆଲୋଚନା କରାଯାଇଥିଲା । ଏହି ସମସ୍ତ ସମସ୍ୟାର ସମାଧାନ ତୁରନ୍ତ କରାଯିବା ପାଇଁ ସରପଂଚ, ସମିତିସଭ୍ୟ ମାନେ ଦାବି କରିଥିଲେ ।
ରାଜ୍ୟ
ନିଶ୍ଚିନ୍ତକୋଇଲି ବ୍ଲକ କାର୍ଯ୍ୟାଳୟରେ ତୃତୀୟ ପଂଚାୟତସମିତି ବୈଠକ ଅନୁଷ୍ଠିତ
- Hits: 535