ଓଡ଼ିଶାରେ ଶାସନ ଗାଦିରେ ବସିଥିବା ଲୋକଙ୍କ ମୋଦିଙ୍କ ପ୍ରତି ଇର୍ଷା ପରାୟଣତା ବଢ଼ୁଥିବା ବେଳେ ଓଡ଼ିଶାବାସୀଙ୍କର ମୋଦିଙ୍କ ପ୍ରତି ସମର୍ଥନ ବୃଦ୍ଧି ପାଉଛି: ଧର୍ମେନ୍ଦ୍ର
ସିଧା ପ୍ରସାରଣ କାର୍ଯ୍ୟକ୍ରମ ରେ ମାହାଙ୍ଗାରେ ଯୋଗଦାନ କଲେ କେନ୍ଦ୍ର ଶିକ୍ଷା ,ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ମାହାଙ୍ଗା(ଦେବେନ୍ଦ୍ର ଷଡ଼ଙ୍ଗୀ) ମାହାଙ୍ଗା ବ୍ଲକ ବରାହିପୁର ଠାରେ ଗରିବ କଲ୍ୟାଣ ଯୋଜନା ସମ୍ମିଳନୀ କଟକ ଧାନ ଗଭେଷଣା କେନ୍ଦ୍ର ପକ୍ଷରୁ ଆୟୋଜିତ ହୋଇଅଛି । କାର୍ଯ୍ୟକ୍ରମ ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ସମେତ ଭାରତ ସରକାରଙ୍କ କୃଷି ବିଭାଗ ର ବିଭିନ୍ନ ଅଧିକାରୀ ମାନେ ଯୋଗ ଦେଇ ମୋଦି ସରକାରଙ୍କ 2ୟ ପାଳି ସରକାର ର 3ବର୍ଷ ପୂର୍ତ୍ତି ପାଳନ ଅବସରରେ ଦେଶ ର ଗରିବ ମାନଙ୍କ ପାଇଁ ସମର୍ପିତ ବିଭିନ୍ନ ଗରିବ କଲ୍ୟାଣ ଯୋଜନା ସମ୍ବନ୍ଧରେ ମାନନୀୟ କେନ୍ଦ୍ର ମନ୍ତ୍ରୀ ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଜନତା ଙ୍କୁ ସମ୍ବୋଧିତ କରିଥିଲେ । ତେବେ ଭର୍ଚୁଆଲ ମୋଡ଼ ରେ ହିମାଚଳ ପ୍ରଦେଶ ସୀମଲା ରୁ କାର୍ଯ୍ୟକ୍ରମ ରେ ସିଧା ସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ । ସେହିପରି ଭାବେ କଟକ ଜିଲ୍ଲା ମାହାଙ୍ଗା ବ୍ଳକ ପୋଡାମରାଇ ଠାରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ମାହାଙ୍ଗା ବିଜେପି ନେତା ସାରଦା ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଏହା ଛଡା ଜାତୀୟ କୃଷି ବିଭାଗର ବରିଷ୍ଠ ଅଧିକାରୀ ଶ୍ରୀ ବିନୋଦ କୁମାର, କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର ନିର୍ଦ୍ଦେଶିକା ଡ଼କ୍ଟର ପଦ୍ମିନୀ ସ୍ୱାଇଁ ଙ୍କ ସମେତ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ଭୃଗୁ ବକ୍ସି ପାତ୍ର, ଗୋଲକ ମହାପାତ୍ର, ଲେଖାଶ୍ରୀ ସମନ୍ତସିଂହାର, ପ୍ରକାଶ ବେହେରା , ଯାଜ୍ଞସେନି ଜେନା ଙ୍କ ସମେତ ବହୁ ବିଶିଷ୍ଟ ବିଜେପି ନେତାମାନେ ଯୋଗ ଦେଇଥିଲେ। ଏଥିରେ ରାଜ୍ୟର ୬ଜଣ ସଫଳ କୃଷକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥଲା। ଅପରପକ୍ଷରେ ସିମିଳାରୁ ଭରଚୁଆଲ ମାଧ୍ୟମରେ ୧୦ କୋଟିରୁ ଉର୍ଦ୍ଧ ଲୋକଙ୍କୁ ୨ହଜାର ଟଙ୍କା ଲେଖାଏଁ ମାନ୍ୟବର ପ୍ରଧାନ ମନ୍ତ୍ରୀ ଭରଚୁଆଲ ମାଧ୍ୟମରେ ସ୍ୱିଚ ଚିପି ସିଧାସଳଖ ହିତାଧିକାରୀଙ୍କ ଖାତାକୁ ପଠାଇବାର କାର୍ଯ୍ୟକ୍ରମ କରିବା ସହ ବିଭିନ୍ନ ରାଜ୍ୟର ହିତାଧିକରିଙ୍କ ସହ କଥା ହେଇଥିଲେ।
ଆୟୋଜିତ 'ବିଶାଳ ଗରିବ କଲ୍ୟାଣ ସଭା'କୁ ସମ୍ବୋଧିତ କରିବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି " ଆଜି ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଓ ବିଶ୍ୱର ଅଦ୍ୱିତୀୟ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ କରିଛନ୍ତି ଯେ ପର୍ଯ୍ୟନ୍ତ ଭାରତବର୍ଷର ସବୁ ଗରିବ ଲୋକଙ୍କ ଜୀବନରେ ମୂଳଭୂତ ପରିବର୍ତନ ଅଣାନଯାଇଛି, ସେ ପର୍ଯ୍ୟନ୍ତ ଆମେ ବିଶ୍ରାମ କରିବା ନାହିଁ । ଜନତାଙ୍କ ଆଦେଶରେ ମୋଦି ଦେଶର ସେବା କରୁଛନ୍ତି ଏବଂ କାମରେ ଲାଗିବା ପାଇଁ ଆମକୁ ଆହ୍ୱାନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଅହ୍ୱାନ କ୍ରମେ ଓଡ଼ିଶାରେ ସବୁ ଗରିବଙ୍କୁ ପକ୍କା ଘର, ଶୌଚାଳୟ, ପିଇବା ପାଣି, ବିଜୁଳି, ବ୍ୟାଙ୍କ ଖାତା, ରନ୍ଧନ ଗ୍ୟାସ, ୱାନ ନେସନ-ଓାନ୍ ରାସନ କାର୍ଡ ସହ ସମସ୍ତ ମୌଳିକ ସୁବିଧା ଉପଲବ୍ଧ କରାଇବା ପର୍ଯ୍ୟନ୍ତ ଆମ ଦଳର କାର୍ଯ୍ୟକର୍ତାମାନେ ଅକ୍ଳାନ୍ତ ପରିଶ୍ରମ କରିବାର ସଙ୍କଳ୍ପ ନେବା ଦରକାର ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ସ୍ୱାଧୀନତୋର ଭାରତରେ ଅନେକ ପ୍ରଧାନମନ୍ତ୍ରୀ ରହିଥିଲେ ବି ନରେନ୍ଦ୍ର ମୋଦି ହେଉଛନ୍ତି ଅନନ୍ୟ । ଅତୀତରେ ଓଡ଼ିଶାର ବିକାଶ ପାଇଁ ତାଙ୍କ ଭଳି କେହି ଦାୟିତ୍ୱ ନେଇନାହାନ୍ତି । ମୋଦି ସରକାରରେ ପୂର୍ବାପେକ୍ଷା ପକ୍କା ଘର ପାଇଁ ଅନୁଦାନ ବୃଦ୍ଧି ପାଇଛି । ୮ ବର୍ଷରେ ରାଜ୍ୟ ଓ ଦେଶର ଲୋକସେବାର ଜନସହଭାଗିତାର ଆନ୍ଦୋଳନ ନରେନ୍ଦ୍ର ମୋଦିଙ୍କ ନାଁରେ ପୂରଣ ହୋଇଛି । ‘ସବ୍କା ସାଥ,ସବ୍କା ବିକାଶ, ସବ୍କା ବିଶ୍ୱାସ, ସବ୍କା ପ୍ରୟାସ’ର ମନ୍ତ୍ର ଦେଶର ବିକାଶକୁ ଗତିଶୀଳ କରୁଛି ।
ମନ୍ କି ବାତ୍ ଓ ପଦ୍ମ ପୁରସ୍କାର ଦ୍ୱାରା ଓଡ଼ିଶାର ସମ୍ମାନ ଜାତୀୟ ସ୍ତରରେ ବଢ଼ିଛି । ମୋଦି ସରକାରରେ ଗରିବ କଲ୍ୟାଣକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି । ଓଡ଼ିଶାର ମାନ ମର୍ଯ୍ୟାଦା,ମହିଳାଙ୍କ ପାଇଁ ଯୁବକ, ଜନଜାତି, ଦଳିତଙ୍କ ସମ୍ମାନ ପାଇଁ ନିରନ୍ତର ମୋଦି ସରକାର କାମ କରିଛନ୍ତି । ସେହିପରି ଜାତୀୟ ରାଜପଥ, ରେଳ, ବନ୍ଦର, ଶିଳ୍ପାୟନ, କରୋନା ଟିକା, ବ୍ୟାଙ୍କ୍ ଖାତାରେ ସିଧାସଳଖ ଟଙ୍କା, କରୋନା ସମୟରେ ଗରିବ କଲ୍ୟାଣ ଅନ୍ନ ଯୋଜନା ଭଳି ଜନକଲ୍ୟାଣକାରୀ ପଦକ୍ଷେପ ଗୁଡ଼ିକ ନିଆଯାଇଛି ।ଗୋଟିଏ ପଟେ ମୋଦି ସରକାରଙ୍କ ୮ ବର୍ଷର ସୁଶାସନ ଏବଂ ଅନ୍ୟପଟେ ୨୨ ବର୍ଷର ଅହଙ୍କାରୀ ଶାସନ । ଯେଉଁ ଶାସନରେ ଓଡ଼ିଆ ଲୋକ ପଛେ କଷ୍ଟରେ ରୁହନ୍ତୁ, କିନ୍ତୁ ଆମେ ମୋଦିଙ୍କ ନାଁ ଓଡ଼ିଶାରେ କରାଇଦେବୁ ନାହିଁ, ଏହି ଭାବନା ରହିଛି । ଓଡ଼ିଶାର ଭିତିଭୂମି ଓ ଜନସାଧାରଣଙ୍କ ବିକାଶ ପାଇଁ ଆସୁଥିବା ପ୍ରଚୁର ଟଙ୍କା ବାଟମାରଣା ହେଉଛି । ମୋଦି ସରକାରଙ୍କ ପଇସାକୁ ଶାସନ ବସିଥିବା କିଛି ଲୋକ ଅହଙ୍କାରର ଲୁଟ କରି ଚାଲୁଛନ୍ତି । ଆୟୁଷ୍ମାନ ଭାରତ ଯୋଜନାରେ ଗରିବଙ୍କ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ରହିଥିବା ବେଳେ ଏହି ଯୋଜନା ଲାଗୁ ହୋଇନାହିଁ । ମାହାଙ୍ଗା ଭଳି ବିଭିନ୍ନ ଅଂଚଳରେ ଯୁବକଙ୍କ ରୋଜଗାର ମିଳୁନାହିଁ । ଓଡ଼ିଶା ସରକାର ନିଜ ଦଳୀୟ ଲୋକଙ୍କୁ କାମ ଦେବା ପାଇଁ ପିଡବ୍ଲ୍ୟୁଡି କୋଡକୁ ବଦଳାଇଛନ୍ତି । ଯେଉଁ ସରକାର ଓଡ଼ିଆ ଲୋକଙ୍କୁ ରୋଜଗାର ଦେଇପାରେନାହିଁ , ଓଡ଼ିଆ ଲୋକଙ୍କ ପଇସାରେ ମୌଜ କରେ ସେ ସରକାରକୁ ବଦଳାଇବାର ସମୟ ଆସିଛି ।
ଓଡ଼ିଶାରେ ଶାସନ ଗାଦିରେ ବସିଥିବା ଲୋକଙ୍କ ମୋଦିଙ୍କ ପ୍ରତି ଇର୍ଷା ପରାୟଣତା ବଢ଼ୁଥିବା ବେଳେ ବିପରୀତରେ ଓଡ଼ିଶାବାସୀଙ୍କର ମୋଦିଙ୍କ ପ୍ରତି ସମର୍ଥନ ବୃଦ୍ଧି ପାଉଛି । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଆମେ ଗରିବ କଲ୍ୟାଣ ପାଇଁ ଲୋକଙ୍କ ପାଖକୁ ଯିବା ଓ ମୋଦିଙ୍କ ଟଙ୍କାକୁ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଁଚାଇବା ପାଇଁ ସେତୁ ଭାବେ କାମ କରିବା । ଆମ ଦାୟିତ୍ୱ, ସମସ୍ତେ ସାମୂହିକ ଉଦ୍ୟମରେ ପ୍ରଧାନମନ୍ତ୍ରୀ ଦେଖିଥିବା ଓଡ଼ିଶାର ୧ କୋଟି ପରିବାରଙ୍କ ଘରେ ସମ୍ପନ୍ନତା, ସ୍ୱାଭିମାନକୁ ପହଁଚାଇବାର ଦାୟିତ୍ୱକୁ ପୂରଣ କରିବା ।ମାହାଙ୍ଗା ଭଳି ସାରସ୍ୱତ ଭୂମିରେ ଲୋକଙ୍କ ଅଧିକାର ପାଇଁ ଲଢ଼େଇ କରିବାରୁ ଆମ ଦଳର ନେତା କୁଳମଣି ବରାଳ,ଦିବ୍ୟସିଂହ ବରାଳଙ୍କୁ ଦୁଇ ବର୍ଷ ତଳେ ହତ୍ୟା କରାଗଲା, ଏହା ଆମେ ଭୁଲିବା ଅନୁଚିତ୍ । ଗରିବ ମାନଙ୍କ ପ୍ରତି ଅନ୍ୟାୟ ଓ ଭ୍ରଷ୍ଟାଚାର ବିରୁଦ୍ଧରେ ସ୍ୱର ଉତୋଳନ କରିଥିବା ଏହି ଦିବଙ୍ଗତ ବିଜେପି ନେତାଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଶେଷରେ ପୋଡାମରାଇ ଠାରେ ବିଜେପି ତରଫରୁ ଗରିବ ଜନସାଧାରଣଙ୍କ ପାଇଁ ଏକ ଅଭିଯୋଗ ପ୍ରକୋଷ୍ଠ ଗୃହ ଉଦ୍ଘାଟନ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେବେ ଏହି କାର୍ଯ୍ୟକ୍ରମ କୁ ସଫଳ କରାଇବାରେ ଜିଲ୍ଲା ବିଜେପି ନେତ୍ରୀ ଯାଜ୍ଞସେନୀ ଜେନା, ମଣ୍ଡଳ ସଭାପତି ଅଶୋକ ସାହୁ, ରଞ୍ଜନ ରାଉତ, କୈଳାଶ ବେହେରା, ନିର୍ମଳ ରାଉତ, ରୁଷି କୁମାର ରାଉତ, ଭକ୍ତଚରଣ ସ୍ୱାଇଁ, ଅରୁଣ ସେଠୀ, ଜିଲ୍ଲା ପ୍ରତିନିଧି ଜିତେନ୍ଦ୍ର ଶତପଥୀ, ସରପଞ୍ଚ ମଧୁସ୍ମିତା ରାଉତ, ବିଜେପି ନେତ୍ରୀ କଲ୍ୟାଣୀ ସେଠୀ, ରଞ୍ଜିତା ବିଶ୍ୱାଳ, କନକଲତା ବେହେରା, ପ୍ରତିମା ବାରିକ, ନିର୍ମଳା ଲେଙ୍କା,ଯୁବନେତା ଦେବଦତ୍ତ କର ଙ୍କ ସମେତ ବହୁ ବିଜେପି କାର୍ଯ୍ୟକର୍ତ୍ତା ଯୋଗଦାନ କରି କରିଥିଲେ ।