ଆରମ୍ଭ ହେଲା ଦୁଇଦିନିଆ “ଶତାଦ୍ଦୀର ଓଡିଶା” କନ୍କ୍ଲେଭ
ଭୁବନେଶ୍ୱର:- ସ୍ଥାନୀୟ ସଂକଳ୍ପ କନ୍ଭେସନ୍ଠାରେ ଦୁଇଦିନିଆ କାର୍ଯ୍ୟକ୍ରମ ‘ଶତାଦ୍ଦୀର ଓଡିଶା’ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥିଭାବେ ମାନ୍ୟବର ଗଣେଷୀ ଲାଲ ଉଦ୍ଘାଟନ କରିଥିଲେ । ତତ୍ ସହିତ ପୂର୍ବତନ ରାଜ୍ୟ ସୂଚନା କମିଶନ ଶ୍ରୀ ଜଗଦାନନ୍ଦ, ପୁର୍ବତନ ମୁଖ୍ୟ ଶାସନସଚିବ ଓଡିଶା ଏବଂ ଫୋରମ୍ ଫର୍ ସ୍ମାର୍ଟ ସିଟିଜେନ୍ସ ଓଡିଶାର ପ୍ରତିଷ୍ଠାତା ବିଜୟ କୁମାର ପଟ୍ଟନାୟକ, ସଂକଳ୍ପ ଟିଭି ମିଡିଆର ପ୍ରତିଷ୍ଠାତା ଅଶୋକ ଦାସ ଉପସ୍ଥିତ ଥିଲେ ।
ଏହି ପରିପ୍ରେକ୍ଷୀରେ ରାଜ୍ୟପାଳ କହିଛନ୍ତି, “ଆମେ ଲୋକଙ୍କ ସହିତ ନୁହେଁ ବରଂ ଲୋକଙ୍କ ମନ ସହିତ ମିଶିବା ଦରକାର । ୨୦୩୬ ମସିହାରେ ଓଡିଶା ୧୦୦ ବର୍ଷରେ ପଦାର୍ପଣ କରିବାକୁ ଯାଉଛି, ଉତ୍କଳ ରୁ ଓଡିଶା ହେବାର ଯାତ୍ରାକୁ ଆହୁରି ଉନ୍ନତ କରି ଏହାର ସମୃଦ୍ଧି ଉପରେ ଗୁରୁତ୍ୱ ଦେବା ଆବଶ୍ୟକ । ଓଡିଶା ବହୁ ଖଣିଜ ପଦାର୍ଥର ଗନ୍ତାଘର । ଯଦି ଆମେ ଏହାର ସଦୁପଯୋଗ କରିବା ତେବେ ଓଡିଶା ୧୦୦ ବର୍ଷ ପୂରଣ କରିବା ବେଳକୁ ଆମର ସ୍ୱପ୍ନର ଓଡିଶାରେ ପରିଣତ ହୋଇସାରିଥିବ ।”
ପୂର୍ବତନ ମୁଖ୍ୟ ଶାସନସଚିବ ଓଡିଶା ଏବଂ ଫୋରମ୍ ଫର୍ ସ୍ମାର୍ଟ ସିଟିଜେନ୍ସ ଓଡିଶାର ପ୍ରତିଷ୍ଠାତା ବିଜୟ କୁମାର ପଟ୍ଟନାୟକ ୧୦୦ ବର୍ଷର ଓଡିଶାର ନୂଆ ଇତିହାସ କିପରି ରଚିତ ହେବ ଏବଂ ଓଡିଶାର ସମସ୍ୟା ଅର୍ଥାତ୍ ସାମାଜିକ ସମସ୍ୟା, ପର୍ଯ୍ୟଟନ, କୃଷି, ଶିକ୍ଷା, ଉଦ୍ୟାଗପତି ବା ଷ୍ଟାର୍ଟଅପ୍ ଉପରେ ଆଲୋଚନା କରିଥିଲେ ।
ଏହି ଅବସରରେ ସଂକଳ୍ପ ଟିଭି ଦ୍ୱାରା ଆୟୋଜିତ କିଚେନ୍ ଗାର୍ଡେନ୍ ପ୍ରତିଯୋଗିତାର ୭ଜଣ ବିଜେତାଙ୍କୁ ପୁରଷ୍କାର ଏବଂ ମାନପତ୍ର ପ୍ରଦାନ କରାଯାଇଥିଲା ।
ଏହି କର୍ମଶାଳାରେ ଛଅଟି ଭିନ୍ନ ବିଷୟବସ୍ତୁ ଉପରେ ବିଚାରବିମର୍ଶ କରାଯାଇଥିଲା ଯେଉଁଥିରେ ଆମ ରାଜ୍ୟର ଅଭିବୃଦ୍ଧିର କାହାଣୀ ଲିପିବଦ୍ଧ । ଏଗୁଡିକ ହେଉଛି କୃଷି, ଶିକ୍ଷା, ସାମାଜିକ ପ୍ରସଙ୍ଗ ଯେପରିକି ମହିଳା ସଶକ୍ତିକରଣ, ସ୍ଥାନାନ୍ତରଣ, ପୁଷ୍ଟିକର ଖାଦ୍ୟ ଇତ୍ୟାଦି, ମାଇକ୍ରୋ ସ୍ମଲ ଆଣ୍ଡ୍ ମିଡିଅମ୍ ଏନ୍ଟର୍ପ୍ରାଇସେସ୍ (ଏମଏସଏମଇ), ଷ୍ଟାର୍ଟଅପ୍ ଏବଂ ପର୍ଯ୍ୟଟନ । ଏହି କର୍ମଶାଳାର ସ୍ୱତନ୍ତ୍ରତା ହେଉଛି ଭିନ୍ନ ବିଷୟବସ୍ତୁ ଉପରେ ବକ୍ତାମାନେ ନିଜ ନିଜ କ୍ଷେତ୍ରରେ ଅଭିଜ୍ଞତା ଏବଂ ଅଭିଜ୍ଞତାରୁ ଜନ୍ମିତ ଦୃଷ୍ଟିକୋଣର ବିଚାରିବିମର୍ଶ କରିଥିଲେ ।
,,