ହେଡଲାଇନସ୍:

ଜାତୀୟ ଯୋଗ ଅଲିମ୍ପିଆଡ୍‌ରେ ଯୋଗଦେବେ ଓଡ଼ିଶାର ୧୬ ଜଣ ଛାତ୍ରଛାତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥ କ୍ୟାପିଟାଲ୍‌ ହାଇସ୍କୁଲ ପରିସରରେ ରାଜ୍ୟସ୍ତରୀୟ ଯୋଗ ଅଲିମ୍ପିଆଡ୍‌-୨୦୨୨ ଚଳିତ ମାସ ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ବ୍ଲକ୍‌ ଏବଂ ଜିଲ୍ଲାସ୍ତରରୁ ମନୋନୀତ ହୋଇଥିବା ୩୫୦ ଛାତ୍ରଛାତ୍ରୀ ଏହି ଅଲିମ୍ପିଆଡ୍‌ରେ ଭାଗ ନେଇଥିଲେ । ତନ୍ମଧ୍ୟରୁ ୧୬ ଜଣ କୃତୀ ପ୍ରତିଯୋଗୀଙ୍କୁ ମନୋନୀତ କରାଯାଇଛି । ସେମାନେ ଦିଲ୍ଲୀଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଜୁନ୍‌ ୨୧ ତାରିଖ ଦିନ ଆୟୋଜିତ ହେବାକୁ ଥିବା ଜାତୀୟ ଯୋଗ ଅଲିମ୍ପିଆଡ୍‌ରେ ଯୋଗଦେବେ ।

0
0
0
s2sdefault