ହେଡଲାଇନସ୍:

ପ୍ରଫେସର ସଂଘମିତ୍ରା ମିଶ୍ର ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲର ନୂତନ ଡିନ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସ୍ପିଟାଲର ନୂତନ ଡିନ ହେବେ ପ୍ରଫେସର (ଡା) ସଂଘମିତ୍ରା ମିଶ୍ର । ପ୍ରଫେସର ମିଶ୍ର ବୁଧବାର ଦାୟିତ୍ୱ ଗ୍ରହଣ କରିବେ ।
ସମ୍ ହସ୍ପିଟାଲର କ୍ରିଟିକାଲ କେୟାର ମେଡିସିନ ବିଭାଗର ପ୍ରଫେସର ଓ ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ପ୍ରଫେସର (ଡ.) ମିଶ୍ର ବର୍ତମାନ ଡିନ ଥିବା ପ୍ରଫେସର (ଡ) ଗଙ୍ଗାଧର ସାହୁଙ୍କ ସ୍ଥାନରେ ଯୋଗ ଦେବେ ।
ସ୍ତ୍ରୀ ରୋଗ ବିଶେଷଜ୍ଞ ପ୍ରଫେସର (ଡ) ସାହୁ ଆଜି ତାଙ୍କ ଦାୟିତ୍ୱରୁ ଅବସର ନେଉଛନ୍ତି । ସେ ୨୦୧୬ ରୁ ଏହି ମେଡିକାଲ କଲେଜରେ ଡିନ ଭାବେ କାର୍ଯ୍ୟ କରୁଥିଲେ । ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ବୁର୍ଲାସ୍ଥିତ ଭିଏସଏସ ମେଡିକାଲ କଲେଜ ଓ ହସ୍ପିଟାଲରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିବା ପରେ ସେ ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲରେ ଯୋଗ ଦେଇଥିଲେ । ଡାକ୍ତରୀ ପେଶା ସହିତ ସାହିତ୍ୟରେ ରୁଚି ରଖୁଥିବା ଛାତ୍ରବତ୍ସଳ ପ୍ରଫେସର ସାହୁଙ୍କର ଆଇଏମଏସରେ ଯୋଗଦାନ ପରେ ଛାତ୍ର ଏବଂ ଶିକ୍ଷକମାନଙ୍କ ସମ୍ପର୍କ ଅଧିକ ଦୃଢ଼ିଭୂତ ହୋଇଥିଲା । ମଙ୍ଗଳବାର ଆଇଏମଏସ ପରିସରରେ ପ୍ରଫେସର ସାହୁଙ୍କୁ ଏକ ଆବେଗପୂର୍ଣ୍ଣ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି ।

0
0
0
s2sdefault