ହେଡଲାଇନସ୍:

କଫସିରପ ଜବତ ୨ ଗିରଫ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର : ବରଗଡ଼ ଏସପିଙ୍କ ନିର୍ଦ୍ଦେଶକ୍ରମେ ପଦ୍ମପୁର ଥାନା ଅଧିକାରୀ ଶ୍ରୀଯୁକ୍ତ ରାଜେନ୍ଦ୍ର ସିଆଲ, ଏସଆଇ ରବିନ୍ଦ୍ର କୁମାର ହେମ୍ରମ ଓ ପଦ୍ମପୁର ଥାନା ଷ୍ଟାଫ୍ ଚଢ଼ାଉ କରି ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରିବା ସହ ତାଙ୍କ ପାଖରୁ ଗୋଟିଏ ଜାରରେ ୨୦ଲିଟର ଅପମିଶ୍ରିତ ତରଳ ପଦାର୍ଥ, ୧୪୦ ବୋତଲ ଏକସଫ କଫସିରପ, ୨ ଷ୍ଟ୍ରିପ ଆଲଫାଓ୍ବିନ.୫ ଟ୍ୟାବଲେଟ, ୨ଟି ମୋବାଇଲ ଫୋନ, ନଗଦ ୯୯୦ ଟଙ୍କା ଏବଂ ୧୫୦୦ ଟି ପେଣ୍ଟାଜୋନିକ ଲେକଟେଟ ଇଞ୍ଜେକସନ ଜବତ କରିଥିଲେ । ଗିରଫ ଦୁଇ ଅଭିଯୁକ୍ତ ହେଲେ ପଦ୍ମପୁର ନେହେରୁଗଲି ର ଫକୀର ଖାନ ଓ ପାଇକମାଳ ଥାନା ଟେମରୀ ଗାଁ ର କୃଷ୍ଣ ବନଛୋର । ଗିରଫ ଦୁଇ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଥିବା ପଦ୍ମପୁର ଥାନା ପକ୍ଷରୁ ସୁଚନା ଦିଆଯାଇଛି ।

0
0
0
s2sdefault