ଜଗତସିଂହପୁର/ସୁମନ୍ତ କୁମାର ଦାସ: ଆଜି ପୂର୍ବାହ୍ନରେ ଭାରତର ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି କୋଭିଡ଼ ମହାମାରୀ ସମୟରେ କୋଭିଡ଼ ସଂକ୍ରମଣ ରେ ଉଭୟ ପିତା ମାତା ଙ୍କୁ ହରାଇ ପିତୃମାତୃ ହୀନ ହୋଇଥିବା ସମସ୍ତ ଦେଶର ପିଲାମାନଙ୍କ ର ପ୍ରତି ପାଳନ ,ସୁରକ୍ଷା ଓ ଶିକ୍ଷା ଦ୍ୱାରା ସେମାନଙ୍କ ର ଉପଯୁକ୍ତ ଥଇଥାନ ନିମନ୍ତେ" ପି. ଏମ୍.କେୟାର୍ସ ଫର ଚିଲ୍ ଡ୍ରେନ୍ "ଯୋଜନାରେ ଆଭାସୀ ମାଧ୍ୟମରେ ସହାୟତା ପ୍ରଦାନ କରିଥିଲେ l ପ୍ରତି ପିଲାଙ୍କୁ ୧୮ବର୍ଷ ହେଲା ପରେ ୧୦ଲକ୍ଷ ଟଙ୍କାର ଆର୍ଥିକ ସହାୟତା l ଚିକିତ୍ସା ନିମନ୍ତେ ୫ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା ମାସିକ ପ୍ରତି ପୋଷଣ ଖର୍ଚ୍ଚ ୩ବର୍ଷ ପର୍ଯ୍ୟନ୍ତ ୪ହଜାର ଲେଖାଏ ,ଶିକ୍ଷା ନିମନ୍ତେ ବାର୍ଷିକ ଷ୍ଟାଇପେଣ୍ଡ୍ ୨୦ହଜାର ଟଙ୍କା ଓ ଉଚ୍ଚ ଶିକ୍ଷା ତଥା ଧନ୍ଦା ମୂଳକ ଶିକ୍ଷା ନିମନ୍ତେ ଋଣ ସହାୟତା ଇତ୍ୟାଦି ଏହି ଯୋଜନାର ମୁଖ୍ୟ ଅଂଶ ବିଶେଷ ଅଟେ l ମାନନୀୟ ପ୍ରଧାନମନ୍ତ୍ରୀ ଉପସ୍ଥିତ ଥିବା ପିଲା ମାନଙ୍କୁ ଓ ସେମାନଙ୍କ ଅଭିଭାବକ ମାନଙ୍କୁ ଉଦ୍ ବୋଧନ ଦେଇ କହିଲେ ଯେ ଉଭୟ ପିତା ମାତା ଙ୍କୁ ହରାଇଥିବା ପିଲାମାନଙ୍କ ର ଜୀବନ ଅତ୍ୟନ୍ତ ସଂଘର୍ଷ ପୂର୍ଣ୍ଣ ଅଟେ l ସେମାନଙ୍କ ଉପଯୁକ୍ତ ଥଇଥାନ ,ସ୍ନେହ,ଆଦର ଓ ସୁରକ୍ଷା କୁ ସୁନିଶ୍ଚିନ୍ତ କରିଵା ନିମନ୍ତେ ସେମାନଙ୍କ ଅଭିଭାବକ ,ସରକାରୀ କର୍ମକର୍ତ୍ତା ,ସର୍ବୋପରି ସରକାର ସମ୍ବେଦନ ଶିଳ ପୂର୍ବକ ଉଚିତ ପଦକ୍ଷେପ ନେଲେ,ସେମାନେ ଆଗାମୀ ଦିନରେ ଦେଶର ଉତ୍ତମ ନାଗରିକ ହୋଇ ଗଢି ଉଠିବେ l ଜଗତସିଂହପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ଏନ୍.ଆଇ.ସି ଭି.ସି ରୁମରେ ଏହି ଆଭାସୀ କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ୍ ପଟୱରୀ ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଉମେଶ କୁମାର ପଣ୍ଡା ,ଶିଶୁ ମଙ୍ଗଳ କମିଟି ର ସଦସ୍ୟ ଶ୍ରୀ ଉତ୍କଳ ରଞ୍ଜନ ମହାନ୍ତି ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ କାହ୍ନୁ ଚରଣ ରାଉତ ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ,ସରକାରୀ ଜିଲ୍ଲା ସୂଚନା ଓ ପ୍ରଯୁକ୍ତି ଅଧିକାରୀ ,ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର ସୁରକ୍ଷା ଅଧିକାରୀ ଉଦୟ କୁମାର ସ୍ବାଇଁ ,ତନ୍ମୟ କୁମାର ମହାନ୍ତି ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ l
ପରିଶେଷରେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ଜଗତସିଂହପୁର ଜିଲ୍ଲାର ୨ଜଣ ପିଲାଙ୍କୁ ଜିଲ୍ଲାପାଳ ଶ୍ରୀମତୀ ପାରୁଲ୍ ପଟୱରୀ ସେମାନଙ୍କ ସହାୟତା ରାଶି ,ସାର୍ଟି ଫିକେଟ୍ ,ସ୍ବାସ୍ଥ୍ୟ ବୀମା କାର୍ଡ ,ସହାୟତା କିଟ୍ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ ର ବାର୍ତ୍ତା ଇତ୍ୟାଦି ସେମାନଙ୍କୁ ପ୍ରଦାନ କରି ସେମାନଙ୍କ ର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ l
ରାଜ୍ୟ
ଜଗତସିଂହପୁର ଜିଲ୍ଲାର ଦୁଇ ଜଣ ପିଲା ପି.ଏମ୍.କେୟାର ଫର ଚିଲ୍ ଡ୍ରେନ୍ ରେ ସାମିଲ
- Hits: 307