ହେଡଲାଇନସ୍:

ହୋଟେଲ ମାଲିକଙ୍କ ସହ ପୁରୀ ପୋଲିସର ସମନ୍ଵୟ ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଟୁରିଷ୍ଟଙ୍କ ପାଇଁ ଯାରି ହେଲା ୨୪×୭ ହେଲ୍ପଲାଇନ ନମ୍ବର

ପୁରୀ (ଅନିମେଶ ପଟ୍ଟନାୟକ): ରଥଯାତ୍ରାରେ ଟୁରିଷ୍ଟ ମାନଙ୍କ ଆଗମନକୁ ଦୃଷ୍ଟିରେ ରଖି ସୋମବାର ପୁରୀ ପୋଲିସ ଓ ହୋଟେଲ ମାଲିକଙ୍କ ମଧ୍ଯରେ ଏକ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଟୁରିଷ୍ଟ ମାନଙ୍କ ସୁରକ୍ଷା ଓ ନିରାପତ୍ତା ଉପରେ ଗୁରୁତ୍ବ ଦିଆଯାଇଛି । ଟୁରିଷ୍ଟଙ୍କ ପାଇଁ ଏକ ୨୪×୭ ହେଲ୍ପଲାଇନ ନମ୍ବରର କାର୍ଯ୍ୟକାରୀ କରାଗଲା । ୬୩୭୦୯୬୭୧୦୦ ନମ୍ବରରେ ଟୁରିଷ୍ଟମାନେ ସାମ୍ନା କରୁଥିବା ଅସୁବିଧାକୁ ଜଣାଇ ପାରିବେ । ଏହି ନମ୍ବରଟି ପୁରୀର ସମସ୍ତ ହୋଟେଲ ଓ ଲଜରେ ରିସେପ୍ସନ କାଉଣ୍ଟରରେ ଉପଲବ୍ଧ ରହିବ ବୋଲି ଆଲୋଚନାରେ ନିଷ୍ପତ୍ତି ହୋଇଛି ।

ଅନ୍ୟପଟେ ସମସ୍ତ ହୋଟେଲରେ ସିସିଟିଭି ପରିଚାଳନା କରିବାକୁ ଏସପି ବିଶାଲ ସିଂ ନିର୍ଦ୍ଦେଶ ଦେଇଛନ୍ତି । ସିସିଟିଭି ଗୁଡିକ ସାତ ଦିନର ରେକର୍ଡିଂ ରଖିପାରୁଥିବା ଦରକାର ବୋଲି କହିଛନ୍ତି ଏସପି ଶ୍ରୀ ସିଂ । ସମସ୍ତ ହୋଟେଲ ନିଜର ବୃତ୍ତିଗତ କ୍ଷମତାର ବିବରଣୀ ପ୍ରତ୍ୟେକ ଦିନ ନିକଟସ୍ଥ ପୋଲିସ ଷ୍ଟେସନରେ ଦାଖଲ କରିବେ । ସମସ୍ତ ପୋଲିସ ଷ୍ଟେସନର ଆଇଆଇସି ନିଜ ଅଞ୍ଚଳର ହୋଟେଲ ଗୁଡିକୁ ନେଇ ଏକ ହ୍ୱାଟ୍ସଅପ ଗୃପ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଡିଏସପି ସିଟି, ଶ୍ରୀ ଜେଏନ୍ ପାଢ଼ୀ, ସମସ୍ତ ପର୍ଯ୍ୟଟନ ସମ୍ବନ୍ଧୀୟ ପ୍ରସଙ୍ଗ ପାଇଁ ନୋଡାଲ୍ ଅଫିସର ଭାବରେ କାର୍ଯ୍ୟ କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଏସପି ଶ୍ରୀ ସିଂ ।

0
0
0
s2sdefault