କାଶୀପୁର ରୁ ବୈକୁଣ୍ଠ ଦୁରିଆ: ରାୟଗଡା ଜିଲ୍ଲା କାଶୀପୁର ଏବଂ ଟିକରି ଠାରେ ନୂତନ ସରକାରୀ ମଦ ଦୋକାନ ଖଲା ହେଇଛି। ୧୬/୭/୨୦୨୧ ରୁ ୨୫/୫/୨୦୨୨ ପର୍ଯ୍ୟନ୍ତ ରାୟଗଡା ବିଧାୟକଙ୍କ ସମେତ, ଜିଲ୍ଲା ପରିଷଦ ସଦସ୍ୟ, ସମିତି ସଭ୍ୟ ସଭ୍ୟା, ସରପଞ୍ଚ ଓ ଗ୍ରାମ ସଭା ବୈଠକରୁ,ଅଞ୍ଚଳବାସୀ ଏବଂ କାଶୀପୁର ବ୍ଲକ ର ବିଭିନ୍ନ ସ୍ବେଚ୍ଛାସେବୀ ସଂଘଟନ ,ମହିଳା ମଣ୍ଡଳ ସଂଘଟନ, ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବାରମ୍ବାର ଲିଖିତ ଅଭିଯୋଗ କ୍ରମେ ଜିଲ୍ଲା ଅବକାରୀ ବିଭାଗ ମଦ ମାଫିଆଙ୍କୁ ଲାଇସେନ୍ସ ପ୍ରଦାନ କରିଛନ୍ତି ।ଜିଲ୍ଲା ର ବିଭିନ୍ନ ଗଣମାଧ୍ୟମ ଓ ଖବର କାଗଜରେ ପ୍ରସାର ପ୍ରଚାର ହୋଇଥିବା ସତ୍ୱେ,ବର୍ତ୍ତମାନ ରାୟଗଡା ଜିଲ୍ଲା ରେ ସାଧାରଣରେ ଆଲୋଚନା ର ବିଷୟ ପାଲଟିଛି ।
ପୂର୍ବତନ ଅବକାରୀ ବିଭାଗ ଅଧିକାରୀ ନିନା ବେଉରା ଜାଣି ଶୁଣି ନିଜ କର୍ତ୍ତବ୍ୟ ର ଅପବ୍ୟବହାର କରିଥିବାର ପରିଲକ୍ଷିତ ହେଉଛି। କାରଣ କିଛି ମାସ ପୂର୍ବେ ଅଜୟ ବେହେରା ନାମକ ବ୍ୟକ୍ତିଙ୍କ ଝିମିଡ଼ି ପେଣ୍ଟ ସ୍ଥିତ ବିଅର ଦୋକାନରେ ରାୟଗଡା ଅବକାରୀ ଅଧିକାରୀ ମାନେ ଚଢ଼ାଉ କରି, ବେଆଇନ ଡୁପ୍ଲିକେଟ ମଦ ତିଆରି କରୁଥିବାର ସାମଗ୍ରୀ ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରି କାର୍ଯ୍ୟ କୋର୍ଟ ଚାଲାଣ କରାଯାଇଥିଲେ, ପୁଣି ଏହି ଭଳି ମଦ ଦୋକାନ ମାଲିକଙ୍କୁ କେଉଁ ଆଧାରରେ ଅବକାରୀ ବିଭାଗୀୟ ଅଧିକାରୀ ନିନା ବେଉରା କାଶୀପୁର ଟିକିରି ରେ ନୂତନ ମଦ ଦୋକାନ ଖଲିବାର ଲାଇସେନ୍ସ ପ୍ରଦାନ କରିଛନ୍ତି ଏହା ମଧ୍ୟ ଅଞ୍ଚଳରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
କାଶୀପୁର ବ୍ଲକ ଏକ ଆଦିବାସୀ ତଥା ପଛୁଆଞ୍ଚଳ, ଏଠାରେ ନିଜର ଜୀବିକାକୁ ମଦରେ ସର୍ବସ୍ବ ହରାଇ ମଦ ପିଇ ବିଭିନ୍ନ ସମୟରେ ଅନେକେ ଜୀବନ ହରାଇଥିବାର ଉଦାହରଣ ଅଛି ।
ମାନ୍ୟବର ବିଧାୟକ ରାୟଗଡା ଶ୍ରୀ ମକରନ୍ଦ ମୁଦୁଲିଙ୍କ ଏକ ପ୍ରଶ୍ନ ରେ କାଶୀପୁର ରେ ଗ୍ରଷ୍ମ କାଳୀନ ଜଳଛତ୍ର କିମ୍ବା ପନୀୟଜଳ, ଆଜି ପର୍ଯ୍ୟନ୍ତ ପ୍ରଶାସନ ଜନସାଧାରଣଙ୍କୁ ଜଗାଇବାରେ ବିଫଳ କିନ୍ତୁ ମଦ ମାଫିଆଙ୍କୁ ମଦ ଦୋକାନ ପାଇଁ ନିର୍ଦ୍ଧିଷ୍ଟ ଜଣେ ବ୍ୟକ୍ତିଙ୍କୁ ଲାଇସେନ୍ସ ପ୍ରଦାନ କରିଛନ୍ତି ଏହାର ଉତ୍ତର ରେ ଶ୍ରୀ ମୁଦୁଲି ପ୍ରକାଶ କରିଛନ୍ତି ଯେ, ଅଞ୍ଚଳବାସୀଙ୍କ ବିରୋଧ କ୍ରମେ ନୂତନ ଭାବେ କୌଣସି ସରକାରୀ ମଦ ଦକାନ ଲାଇସେନ୍ସ ଅବକାରୀ ବିଭାଗ କାହାକୁ ପ୍ରଦାନ କରିପାରିବେ ନାହିଁ ,ସେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବାକୁ ସ୍ପଷ୍ଟ ଭାବେ ଭାବେ କହିଥିଲେ।
ଏହି ଏହିଭଳି ରାୟଗଡା ଜିଲ୍ଲା ପରିଷଦ ଅଧକ୍ଷା ସୁଶ୍ରୀ ସରସ୍ୱତୀ ମାଝୀଙ୍କ ପ୍ରତିକ୍ରିୟା ରେ ,ସେ ପ୍ରଥମତଃ ଏହିଅଞ୍ଚଳର ବାସିନ୍ଦା ,ବେଆଇନ ଭାବେ ମଦ ଲାଇସେନ୍ସ ଓ ମଦ ବିକ୍ରୟ କୁ ବିରୋଧ କରୁଛନ୍ତି ଏବଂ ସେ ଜିଲାପାଳ ଏବଂ ଅବକାରୀ ବିଭାଗ ସହ ଆଲୋଚନା କରିବାବୁ ପ୍ରତିଶ୍ରୁତି ଦେଇଥିଲେ।
ମୁଖ୍ୟ ବିଷୟ ହେଲା ରାୟଗଡ଼ା ଜିଲ୍ଲାପାଳ ଙ୍କ ଏକ ପତ୍ର ସଂଖ୍ୟା ୬୧୧/ ଯାହା ଅବକାରୀ ବିଭାଗ କୁ ପତ୍ର ସଂଖ୍ୟା ୬୧୨ କ୍ରମେ ୨୪/୪/୨୦୨୨ ରେ ଅନୁମଦ ପତ୍ର ଯାହା ୨୦/୫/୨୦୨୨ ସୁଧା ଅବକାରୀ ବିଭାଗ ଜିଲାପାଳଙ୍କୁ ଅବଗ କରିବାର ଥିଲା କିନ୍ତୁ କାଶୀପୁର ସରପଞ୍ଚ ଗ୍ରାମସଭା ବୈଠକରେ ଗ୍ରାମବାସୀଙ୍କ ସହମତି କ୍ରମେ ନୂତନ ସରକାରୀ ବିଦେଶୀ ମଦ ଦୋକାନ ପ୍ରସ୍ତାବକୁ କୁ ଖାରଜ କରାଯାଇଥିବାର ଦର୍ଶାଇଛନ୍ତି ।
ଏହି ପରିପେକ୍ଷିରେ ରାୟଗଡା, କାଶୀପୁର ଅବକାରୀ ବିଭାଗ ସର୍କଲ ଇନ୍ସପେକ୍ଟର ସୀମାକିରଣ ବେକଙ୍କ କାର୍ଯ୍ୟକଳାପ ସମ୍ପର୍କରେ ବର୍ତ୍ତମାନ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ,ସେ ନୂତନ ମଦ ଦୋକାନ ର କାଗଜ ପତ୍ର ଚାଲିଛି ବିଲି ପ୍ରକାଶ କରିଥିଲେ, କିନ୍ତୁ ଚାଲାଣ ସଂଖ୍ୟା ୨୦୨୨/୨୦୨୩/୩୦୪ ଅନ୍ତର୍ଗତ ଚାଲାଣ ତାରିଖ ୧୨/୪/୨୦୨୨ ରେ ଟକେନ୍ ନମ୍ବର OD-RAT (T) ୫୧-୨୦୨୨/୨୦୨୩ ଅଜୟ ବେହେରା ନାମକ ଲାଇସେନ୍ସ ରେ ଗାଡି ନମ୍ବର AP 30U 1436 ରେ ବିଦେଶୀ ମଦ ଉଠାଣ ହେଇସାରିଥିବାବେଳେ, ପୁଣି ମଦ ମାଲିକଙ୍କ କାଗଜ ପତ୍ର କେଉଁଠି ଚାଲିଛି ଏହା ଏକ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି। ସୂଚନା ମୁତାବକ ୧୯/୫/୨୦୨୨. ସମୟ ୧୧ .୩୦ ରାତିରେ ଏକ ପିକ୍କପ OD 18A-0809 ଗାଡି ଯୋଗେ କାଶୀପୁର କୁ ଅଳ୍ପ କିଛି ମଦ ଅଣାଯାଇଥିଲା, ଯାହାକି ଏକ ମାସ ପିର୍ବେ ଉଠା ଯାଇଥିଲା, ପୁଣି ୨୦/୫/୨୦୨୨ ରେ ଶ୍ରୀମତୀ ସିମାକୀରଣ ବେକ ନିଜେ ଆସି ନୂତନ ମଦ ଦୋକାନରେ ଉପସ୍ଥିତ ହେବାର ଦେଖାଯାଇଥିଲା ,ଏହି ଭଳି ଏକତରଫା କାର୍ଯ୍ୟକଳାପ ରେ ଶ୍ରୀମତୀ ବେକ ମଧ୍ୟ ବିଭିନ୍ନ ସନ୍ଧେହ ଜନକ ପ୍ରଶ୍ନରେ ଛନ୍ଦି ହେଇ ଯାଇଛନ୍ତି।
ଦେଖାଯିବ ଆଗକୁ ନିକଟ ଭବିଷ୍ୟତରେ ପ୍ରଶାସନ କେଉଁ ପ୍ରକାର ପଦକ୍ଷେପ ଗ୍ରହଣ କରିବେ, ଏହା ବାକି ରହିଲା ।