ହେଡଲାଇନସ୍:

ରାଜବୋଡାସମ୍ବର କୃଷକ ସଂଗଠନ ପଦ୍ମପୁର ଉପଖଣ୍ଡର ଏକ ଜରୁରୀ ବୈଠକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର - ପଦ୍ମପୁର ଗୋରୁ ବଜାର ଠାରେ ରାଜ ବୋଡା ସମ୍ବର କୃଷକ ସଂଗଠନ ପଦ୍ମପୁର ଉପଖଣ୍ଡ ର ଏକ ଜରୁରୀ ବୈଠକ ସ୍ଥାୟୀ ସଭାପତି ବାଞ୍ଛାନିଧି ନାୟକ ଙ୍କ ର ସଭାପତିତ୍ୱ ଅନୁଷ୍ଠିତ ହୋଇଥିଲା l ସଭା ପ୍ରାରମ୍ଭ ରୁ ଚାଷୀ ସଂଗଠକ ଘେସ ର ସ୍ବର୍ଗତ ସରୋଜ ଭୋଇ ଓ ସୋହେଲା ଇଛାପାଳି ର ସମାଜସେବୀ ଯଶୋବନ୍ତ ଭୋଇ ଙ୍କ ଶୋକ ସଭା ଆତ୍ମା ର ସଦ ଗତି ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା କରି ଶୋକ ସଭା ପାଳନ କରା ଯାଇଥିଲା l ଗତ ୨୭ ତାରିଖ ଦିନ ସୋହେଲା ଠାରେ ଚାଷୀ ମାନେ ନିଜର ହକ ର ଲଢ଼େଇ ଫସଲବୀମା ପ୍ରସଙ୍ଗ ଉପରେ ଆନ୍ଦୋଳନ କରୁଥିବା ସମୟରେ ପ୍ରସାଶନ ଚାଷୀ ମାନଙ୍କୁ ବଳ ପୂର୍ବକ ଆନ୍ଦୋଳନ ସ୍ଥଳ ରୁ ଉଠାଇ ନେବା ଓ ଗିରଫ କରିବା ଘଟଣା କୁ ଦୃଢ଼ ନିନ୍ଦା କରା ଯାଇଥିଲା l ବିଗତ ୨୦୨୧ ଖରିଫ ଋତୁ ଫସଲ ସମୟରେ ଭୟଙ୍କର ମରୁଡି ର ସମ୍ମୁଖୀନ ହୋଇଥିବା ପଦ୍ମପୁର ଉପଖଣ୍ଡର ସମସ୍ତ ବ୍ଲକ ର ଚାଷୀ ମାନଙ୍କୁ ସରକାର ଙ୍କ କୌଣସି ମରୁଡି ସହାୟତା ଦିଆ ନଯିବା ଏକ ଦୁର୍ଭାଗ୍ୟ ବିଷୟ ଅଟେ ଏବଂ ଏହା ଉପରେ ସଂଗଠନ ଉଦବେଗ ପ୍ରକାଶ କରିଥିଲା ଓ ବୀମା କମ୍ପାନୀ ର ଟାଲ ଟୁଳ ନୀତି କୁ ବରଦାସ୍ତ କରା ଯିବ ନାହିଁ ବୋଲି କ୍ଷୋଭ ପ୍ରକାଶ ପାଇଥିଲା l ବାରମ୍ବାର ପ୍ରଧାନମନ୍ତ୍ରୀ ଫସଲବୀମା ରାଶି ପ୍ରଦାନ ପାଇଁ ବିଭିନ୍ନ ସମୟରେ ଆଲୋଚନା, ଧାରଣା,ତାଲାବନ୍ଦ ତଥା ବ୍ଲକ ସ୍ତରୀୟ ଆନ୍ଦୋଳନ କରାଯାଇଥିଲେ ମଧ୍ୟ ପ୍ରସାଶନ ଏବଂ ସରକାର ଙ୍କ କମ୍ପାନୀ ପ୍ରୀତି ଆଜି ପ୍ରଯ୍ୟନ୍ତ ଚାଲୁ ରହିଛି ଏବଂ କାନ୍ଦୁଥିବା ଚାଷୀ ମାନଙ୍କ ସରକାର ଏବଂ ପ୍ରସାଶନ ବର୍ତ୍ତମାନ ପ୍ରଯ୍ୟନ୍ତ ନିରବ ଦ୍ରଷ୍ଟା ସାଜି ଚୁପ ହୋଇ ବସିଛନ୍ତି l ଆଗରୁ ସମସ୍ତ ଆଲୋଚନା ବିଫଳ ହୋଇଥିବାରୁ ଚାଷୀ କୁଳ ହତାଶ ହୋଇ ବର୍ତ୍ତମାନ ଉଗ୍ର ରୂପ ପ୍ରଦର୍ଶନ କରିବାକୁ ବାଧ୍ୟ ହେଉଛନ୍ତି l ତେଣୁ ପଦ୍ମପୁର ଉପଖଣ୍ଡ ର ସମସ୍ତ ଚାଷୀ ମାନଙ୍କ ବୀମା ଟଙ୍କା ଓ ମରୁଡି ସହାୟତା ରାଶି ଆଗାମୀ ୧୨ ଜୁନ ସୁଦ୍ଧା ପ୍ରଦାନ କରାନଯାଏ ତାହେଲେ ଆସନ୍ତା ୧୩-୬-୨୦୨୨ ରିଖ ଦିନ ଠାରୁ ପଦ୍ମପୁର ଉପଖଣ୍ଡ ର ହଜାର ହଜାର ଚାଷୀ ପଦ୍ମପୁର ଠାରେ ସମାବେଶ ହୋଇ ଆଇନ ଅମାନ୍ୟ ଆନ୍ଦୋଳନ କରିବା ସହିତ ଜେଲ ଭରୋ ଆନ୍ଦୋଳନ କରା ଯିବ ଏବଂ ପଦ୍ମପୁର ଉପଖଣ୍ଡ ର ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା ବ୍ୟାଙ୍କ କୁ ସମ୍ପୂର୍ଣ୍ଣ ଭାବେ ଅଚଳ କରାଯିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇ ଥିଲା l ଏହି ଚେତାବନୀ ଶେଷ ଚେତାବନୀ ବୋଲି ସଂଗଠନ ର ଆବାହକ ଅଶୋକ ସାହୁ ଘୋଷଣା କରିଥିଲେ l ଏହି ବୈଠକରେ ଚାଷୀ ନେତା ରମେଶ ମହାପାତ୍ର, ଆଇନ ପରାମର୍ଶ ଦାତା ଅଜିତ ଶତପଥୀ, ଚିନ୍ମୟ କୁମାର ପଣ୍ଡା,ଦହିତ ସାହୁ,ଲିଙ୍ଗରାଜ ପଧାନ,କୈଳାଶ ବାରିକ, ପ୍ରଶାନ୍ତ ପଧାନ, ରୋହିତ ପଧାନ,ଅଶୋକ ସାହୁ,ଅରବିନ୍ଦ ପଣ୍ଡା, ବିରେନ୍ଦ୍ର ପଧାନ, ଗଜପତି ସାହୁ,ଆନନ୍ଦ ଚନ୍ଦ୍ର ପଧାନ, ପ୍ରକାଶ ଚନ୍ଦ୍ର ବରିହା, ସନ୍ତୋଷ ବେହେରା,ଶିବ ସାହୁ,ମହେନ୍ଦ୍ର ପଧାନ,ବିଶ୍ବମ୍ବର ରଣା, ପ୍ରକାଶ ମିଶ୍ର, କାଁହୁ ଚରଣ ମେହେର ଓ ଶତାଧିକ ଚାଷୀ ଉପସ୍ଥିତ ଥିଲେ l

0
0
0
s2sdefault