ହେଡଲାଇନସ୍:

ମାରୱାଡି ଯୁବ ମଞ୍ଚ ପକ୍ଷରୁ ମାଗଣା କ୍ୟାନସର ଯାଞ୍ଚ ଶିବିର ଆୟୋଜନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ଦେବଗଡ଼ ଜିଲ୍ଲା ମାରୱାଡ଼ି ଯୁବା ମଞ୍ଚ ଓ ବରଗଡ଼ ସ୍ଥିତ ବିକାଶ ମଲ୍ଟି ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ର ମିଳିତ ସହଯୋଗରେ ଦେବଗଡ଼ ଜିଲ୍ଲା ମୁଖ୍ୟାଳୟ ସ୍ଥିତ ଗୋପାଳଜୀଉ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ମାଗଣା କ୍ୟାନସର ଯାଞ୍ଚ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଳାର ବିଭିନ୍ନ ଅଂଚଳରୁ ଶତାଧିକ ପୁରୁଷ ଓ ମହିଳା ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ।
ଶିବିରରେ ଅତିଥି ଭାବରେ ମାରୱାଡ଼ି ଯୁବ ମଞ୍ଚ ର ରାଷ୍ଟ୍ରୀୟ ସ୍ପୋର୍ଟସ କନଭେନୋର୍ ସମ୍ବଲପୁର ପରାଗ ଅଗ୍ରୱାଲ, ସୌନଜ ଅଗ୍ରୱାଲ, ନନ୍ଦକିଶୋର ଅଗ୍ରୱାଲ ଓ ସୋନୁ ଶର୍ମା ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିଲେ। ବିକାଶ ମଲ୍ଟି ସୁପର ସ୍ପେଶାଲିଷ୍ଟ ହସ୍ପିଟାଲରୁ ଆସିଥିବା ଡାକ୍ତର ମାନେ ପଞ୍ଜୀକୃତ କରିଥିବା ଶତାଧିକ ପୁରୁଷ,ମହିଳା ଓ ଶିଶୁ ମାନଙ୍କ ର ଯାଞ୍ଚ କରିଥିଲେ। ଏହି ଶିବିର ରେ ମାରୱାଡ଼ି ଯୁବା ମଞ୍ଚ ର କର୍ମକର୍ତ୍ତା ମନିଶ ଅଗ୍ରୱାଲ, ଜିତେନ୍ଦ୍ର ଅଗ୍ରୱାଲ ବିବେକ ଗୋଏଲ, ପ୍ରକାଶ କୁମାର ଅଗ୍ରୱାଲ, ଚନ୍ଦନ ମିତ୍ତଲ, ଆକାଶ ଅଗ୍ରୱାଲ ପ୍ରମୁଖ ସହଯୋଗ କରିଥଲେ। ଆଗାମୀ ଦିନରେ ଏଭଳି ଅନେକ କାର୍ଯ୍ୟକ୍ରମ କରାଯିବ ବୋଲି ଅନୁଷ୍ଠାନ ତରଫରୁ ସୂଚନା ଦିଆଯାଇଛି।

 

0
0
0
s2sdefault