ହେଡଲାଇନସ୍:

ବାଲ୍ୟବିବାହ ରୋକିବା ନିମନ୍ତେ ଆଗଧାଡିର କର୍ମୀଙ୍କ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଜିଲ୍ଲାପ୍ରଶାସନ ଓ ଏକ୍ସନଏଡ଼ର ମିଳିତ ଉଦ୍ୟମରେ ବାଲ୍ୟ ବିବାହ ରୋକିବା ନିମନ୍ତେ ଦୁଇ ଗୋଟି ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଦୁଇଗୋଟି ପଞ୍ଚାୟତରେ , ଯଥା ନାରାୟଣପୁର ଓ ଜିରାଙ୍ଗ ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ପଞ୍ଚାୟତ ଦ୍ଵୟରେ ସ୍ୱାସ୍ଥ୍ୟ ବିଭାଗର ୧୧୯ ଜଣ ଆଶାକର୍ମୀ ଉପସ୍ଥିତ ରହିଥିଲେ।
ଏକ୍ସନଏଡ଼ର ଜିଲ୍ଲା ସଂଯୋଜକ ଶ୍ରୀ ବିକାଶ କୁମାର ମେହେର ସେମାନଙ୍କୁ ବାଲ୍ୟବିବାହର ବିଷୟ ବସ୍ତୁ ଉପରେ ଅବଗତ କରିବା ସହ ଆଗଧାଡିର କର୍ମକର୍ତ୍ତାଙ୍କର ଭୂମିକା ଉପରେ ଆଲୋକପାତ କରିଥିଲେ ଓ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶ୍ରୀ ମେହେର ବାଲ୍ୟବିବାହ ଦ୍ଵାରା ଶିଶୁର ଅଧିକାର କ୍ଷୁର୍ଣ୍ଣ ହୋଇଥାଏ , ଶିଶୁଟି ଉଚ୍ଚ ଶିକ୍ଷିତ ହେବାରେ ବଞ୍ଚିତ ହୋଇଥାଏ , ମାନସିକ ନିର୍ଯାତନାର ଶିକାର ହୋଇଥାଏ , ନିଜେ ନିଷ୍ପତି ନେବାରୁ ବଞ୍ଚିତ ହୋଇଥାଏ ଓ ପରିବାରର ସାମାଜିକ ଓ ଆର୍ଥିକ ସ୍ଥିତି ଦୃର୍ବଳ ହୋଇ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ ବୋଲି ଅବଗତ କରାଇଥିଲେ। ଏହି ଅନ୍ଧବିଶ୍ୱାସକୁ ଦୂର କରିବା ନିମନ୍ତେ ସରକାର ୨୦୦୬ ମସିହାରୁ ବାଲ୍ୟବିବାହ ନିଷେଧ ଆଇନ ପ୍ରଣୟନ ହୋଇଛି।
ଏହା ସହିତ ବାଲ୍ୟବିବାହ ହୋଉଥିବା ସ୍ଥାନ ଓ ବ୍ୟକ୍ତି ସମ୍ପର୍କରେ ଜିଲ୍ଲା ପ୍ରଶାସନକୁ ଆଗୁଆ ତଥ୍ୟ ପ୍ରଦାନ କରିବା ନିମନ୍ତେ ଜଣାଇ ଦିଆଗଲା। ଗ୍ରାମରେ /ପରିବାରରେ ଶିଶୁମାନଙ୍କୁ କିପରି ସୁରକ୍ଷା ଯୋଗାଇବା , ଶିଶୁମାନଙ୍କର ମୌଳିକ ଅଧିକାରକୁ ବଜାଇ ରଖିବା ଆମର ଶିଶୁମାନଙ୍କୁ କିପରି ଯୌନ ନିର୍ଯ୍ୟାତନାରୁ ଶିକାରରୁ ସୁରକ୍ଷିତ ରଖିବା ସହିତ ଦକ୍ଷ ପିତାମାତା ପ୍ରସ୍ତୁତି ନିମନ୍ତେ ଦକ୍ଷତା ବୃଦ୍ଧି କରାଯାଇଥିଲା ୲ ଆମ ଗ୍ରାମ /ପଞ୍ଚାୟତକୁ ଏକ ଆଦର୍ଶ ରୂପେ ପରିଣତ କରିବା ସହ ସଚେତନତା ସୃଷ୍ଟି କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ରିଶପା ଭୂୟାଁ (ସରପଞ୍ଚ , ଜିରାଙ୍ଗ) ଏକ୍ସନ ଏଡ଼ର ବିଜୟ ପ୍ରଧାନ (ବ୍ଲକ ସଂଯୋଜକ) , ଇନ୍ଦୁମତୀ ଦେବୀ , ଝରଣା କୁମ୍ଭ ଓ ମେଡିକାଲ ଡାଃ ଶ୍ରୀ ଭୀମ ଶବର , (ଜିରାଙ୍ଗ ସିଏଚସି) , ଡାଃ ଗୀତାଞ୍ଜାଳୀ ଶତପଥୀ , ଡାଃ ସାମନ୍ତ ରାଈ , ଦୀପକ ପାଣିଗ୍ରାହୀ (ଡ଼ି ଭି ଏଲ କେ ) , ଆର୍ ବି ଏସ୍ କେ ର ଇନଚାର୍ଜ ଭାଗୀରଥୀ ନାୟକ (ଜିରାଙ୍ଗ ମେଡିକାଲ ସୁପରଭାଇଜର) ଓ ଏନଏମ୍ ମାନେ ଉପସ୍ଥିତ ରହିଥିଲେ।

0
0
0
s2sdefault