ଭୁବନେଶ୍ୱର: ତ୍ରିନିଦାଦ୍ରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଶ୍ରୀ ଅରୁଣ କୁମାର ସାହୁ ଆଜି ଶକ୍ତି, ଶିଳ୍ପ, ଏମ୍ଏସ୍ଏମ୍ଇ, ଗୃହ(ରାଷ୍ଟ୍ର) ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ ତାଙ୍କ ସରକାରୀ ବାସଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ତାଙ୍କର ଏହି ସାକ୍ଷାତ ସମୟରେ ତ୍ରିନିଦାଦ୍ ରେ ରହୁଥିବା ଭାରତୀୟମାନଙ୍କ ସାମାଜିକ, ଅର୍ଥନୈତିକ ତଥା ସାଂସ୍କୃତିକ ଜୀବନଶୈଳୀ ସଂପର୍କରେ ବିଶଦ ଭାବେ ଆଲୋଚନା କରିଥିଲେ । ଏଥି ସହିତ ତାଙ୍କର ଜନ୍ମସ୍ଥାନ ଦେବଗଡ଼ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ଦିଗରେ କି ପ୍ରକାର ପଦକ୍ଷେପ ସବୁ ନିଆଯାଇପାରେ ତାହା ସେ ଆଲୋଚନା କରିଥିଲେ । ତେବେ ଏହି ସାକ୍ଷାତ କେବଳ ସୌଜନ୍ୟମୂଳକ ଥିବା ସେ କହିଥିଲେ । ପରେ ସେ ସେଠାରୁ କିଟ୍ରେ ଏକ ସେମିନାର୍ରେ ଯୋଗଦେବାକୁ ଯାଇଥିଲେ ।
ରାଜ୍ୟ
ଶକ୍ତି ମନ୍ତ୍ରୀଙ୍କ ସହ ତ୍ରିନିଦାଦ୍ ରାଷ୍ଟ୍ରଦୂତଙ୍କ ସୌଜନ୍ୟମୂଳକ ସାକ୍ଷାତ
- Hits: 509