ହେଡଲାଇନସ୍:

ବିକାଶର ବିକଳ ଚିତ୍ର , ଆଉ କେତେ ଦିନ ଏମିତି ?

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 
  • ପାହାଡ଼ି ରାସ୍ତା ପାଲଟିଛି ମରଣ ଯନ୍ତା

  • ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ମଣିଷ ପଣିଆ

  • ଗୁରୁତର ମହିଳାଙ୍କୁ ୨କିଲୋମିଟର ଷ୍ଟ୍ରେଚରରେ ବୋହି ବଞ୍ଚାଇଲେ ଜୀବନ


କଲ୍ୟାଣସିଂହପୁର ରୁ ପ୍ରଦୀପ ଦଲାଇ : ରାଜ୍ୟ ସରକାର ଙ୍କ ଗାଁ ଠାରୁ ସହରର ଦୂରତା କମାଇବା ପାଇଁ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ କରୁଛନ୍ତି । ହେଲେ ପ୍ରଶାସନର ଆନ୍ତରିକତାର ଅଭାବ ପାଇଁ ସାଧାରଣ ଲୋକେ ହେଉଛନ୍ତି ହନ୍ତସନ୍ତ। ମୁଖ୍ୟ ସଡ଼କରୁ ମାତ୍ର ଦୁଇ କିମି ରାସ୍ତା ଗ୍ରାମକୁ ନଥିବାରୁ ବିଭିନ୍ନ ସମୟରେ ଗ୍ରାମବାସୀ ପ୍ରଶାସନ ନିକଟରେ ଅଭିଯୋଗ କରି ଆସୁଛନ୍ତି। କିନ୍ତୁ ଗ୍ରାମବାସୀଙ୍କର ଗୁହାରି କେହି ଶୁଣିବାକୁ ନାରାଜ। ପାହାଡ଼ି ରାସ୍ତା ପାଲଟିଛି ମରଣଯନ୍ତା।ଏଭଳି କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡାଜିଲ୍ଲା କଲ୍ୟାଣସିଙ୍ଗପୁର ବ୍ଲକ ପାରସେଲି ପଞ୍ଚାୟତ ଅନ୍ତର୍ଗତ ପଟାଙ୍ଗ ପଦର ଗାଁ ରେ, ଦୁନ୍ଦ କୁଙ୍ଗେଲକା ଙ୍କ ସ୍ତ୍ରୀ ଇଲେମେ କୁଙ୍ଗେଲକା ମେଲେରିୟା ଜର ହୋଇ ପଡ଼ିଥିଲେ, ଗତକାଲି ସନ୍ଧ୍ୟାରେ ଇଲେମେ ଙ୍କ ଦେହ ବହୁତ ଖରାପ ହୋଇ ଯିବାରୁ ସ୍ୱାମୀ ଦୁନ୍ଦ ୧୦୮ ଆମ୍ବୁଲାନ୍ସ କୁ ଯୋଗା ଜଗ କରିଥିଲେ।ଆମ୍ବୁଲାନ୍ସ ଆସି ଗାଁ ର ୨କିଲୋମିଟର ଦୂର ରେ ରହି ଯାଇଥିଲା ଯାହା ଫଳରେ ଆମ୍ବୁଲାନ୍ସ କର୍ମଚାରୀ ଫାର୍ମାସିଷ୍ଟ, ଦୁର୍ଗା ପ୍ରସାଦ ଜେନା,ଓ ଡ୍ରାଇଭ ଉମାକାନ୍ତ ଦଳପତି, ସନ୍ତୋଷ ପୁସିକା, ରୋଗୀ ବୁହା ଷ୍ଟେଚୋର, ବାହାର କରି ୨କିଲୋମିଟର ଦଉଡ଼ି ଦୌଡ଼ି ପଟାଙ୍ଗ ପଦର ଗାଁ କୁ ଯାଇ ପହଁଚି ଇଲେମେ ଙ୍କୁ ୨କିଲୋମିଟର ପାହାଡିଆ ଦୁର୍ଗମ ଖାଲମାଲ ପଥୁରିଆ ରାସ୍ତାରେ ଘଞ୍ଚ ଜଙ୍ଗଲ ଓ ପାହାଡି ରାସ୍ତାରେ ସ୍ଥାନେ ସ୍ଥାନେ ଅସହ୍ୟ ବେଦନାରେ ଛଟପଟ ମହିଳାକୁ ରଖି ରଖି ଅନେକ କଷ୍ଟରେ ଆମ୍ବୁଲେନ୍ସ ପାଖରେ ଗୁରୁତର ମହିଳାକୁ ପହଞ୍ଚାଇଥିଲେ। ପରେ କଲ୍ୟାଣସିଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ନେଇ ଥିବା ନଜରକୁ ଆସିଛି। ଏହି ଆମ୍ବୁଲାନ୍ସ କର୍ମଚାରୀ ଙ୍କ ସେବା କାର୍ଯ୍ୟ ମନ ଭାବ କୁ ଦେଖି କଲ୍ୟାଣସିଙ୍ଗପୁର ମାର୍କେଟ ରେ ସ୍ଥାନୀୟ ଅଧିବାସୀ ଧନ୍ୟବାଦ କରିଥିବା ଜଣାପଡ଼ିଛି।
ସରକାରଙ୍କ ଯେତିକି ମାତ୍ରାରେ ଯୋଜନା ବଢି ଚାଲିଥିଲେ ମଧ୍ୟ ଯୋଜନା ଅନେକଙ୍କ ପାଇଁ ଯୋଜନାରେ ହିଁ ରହିଯାଉଛି | ଯାହା ଫଳରେ କି ନିରୀହ ଅଧିବାସୀ ମାନେ ସ୍ୱାସ୍ଥ୍ୟ ସେବାର ବ୍ୟବସ୍ଥା କୌଣସି ଅଧ୍ୟୁଷିତ ଅଞ୍ଚଳକୁ ଠେର୍ ପାଉନାହିଁ। ଆଜି ସ୍ୱାଧୀନତାର ର ୭୫ ବର୍ଷ ବିତିଯାଇଥିଲେ ମଧ୍ୟ ସେହି ଅନ୍ଧାର ଘେରାରେ | ଅଧିବାସୀମାନେ ସ୍ୱାସ୍ଥ୍ୟସେବା ସମସ୍ୟା ପାଇ ବିଭିନ୍ନ ସମୟରେ ମରଣମୁଖରେ ପଡୁଥିବା ଦେଖିବାକୁ ମିଳୁଛି।

0
0
0
s2sdefault