ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ବ୍ଲକ ଅନ୍ତର୍ଗତ ତୁମ୍ଭୀଅଣ୍ଡେଇସାହି ଗ୍ରାମ ପଂଚାୟତ ଖର୍ଦାସାହି ଗ୍ରାମରେ ରେ ସରୋଜ ଭୋଇ ସପରିବାରେ ବାସ କରନ୍ତି ଝ ଯିଏକି ପାଞ୍ଚବର୍ଷ ହେଲାଣି ପାରାଲିସ ରୋଗରେ ପୀଡିତ ଅଛନ୍ତି ସରୋଜ ଭୋଇଙ୍କ ପରିବାର କହିଲେ ତାଙ୍କ ସ୍ତ୍ରୀ ଝୁନିବାଳା ଭୋଇ, ଚାରିଟି ଝିଅ ଓ ଗୋଟିଏ ପୁଅ ଯିଏକି ମାନସିକ ବିକଳାଙ୍ଗ ଅଟେ ଝ ନିଜ ପରିବାର ଚଳାଇବା ପାଇଁ ସରୋଜ ଭୋଇ ସମ୍ପୂର୍ଣ ଅକ୍ଷମ ଝ ଦୁଇ ବୋଳି ଦୁଇ ମୁଠା ଶାନ୍ତିରେ ଖାଇବାକୁ ମିଳେ ନାହିଁ ଓ ମୁଣ୍ଡ ଗୁଞ୍ଜିବ କୁ ଘର ଖଣ୍ଡେ ମଧ୍ୟ ନାହିଁ । ଏକ ଭଙ୍ଗା ଚାଳ କୁଡ଼ିଆ ଘରେ ବାସ କରନ୍ତି ଏହି ପରିବାର । ସରୋଜ ଭୋଇ ଓ ତାଙ୍କ ପୁଅର ସରକାର ଙ୍କ ଦ୍ଵାରା ମିଳୁଥିବା ଭର୍ତ୍ତା ଟଙ୍କା ଓ ତାଙ୍କ ସ୍ତ୍ରୀ ଆ ତା ଘର ର ବାସନ ମାଜି ଯେଉଁ ଟଙ୍କା ମିଳେ ସେଇଥରେ ସେମାନଙ୍କ ଘର ଚଳେ । ଭୋକ ର କଷ୍ଟ ଓ ଦରିଦ୍ରତାର ଦୁଃଖ କଣ ଏହି ପରିବାରକୁ ଦେଖିଲେ ଜଣାପଡୁଛି । ଏମାନଙ୍କୁ ଗୋଟେ ଘର ଖଣ୍ଡେ ମିଳୁ ବୋଳି ସରକାରଙ୍କୁ ଦାବି କରିଛନ୍ତି ।
ରାଜ୍ୟ
ଦରିଦ୍ରତା ଦୁଃଖରେ ସରୋଜ ଭୋଇ
- Hits: 267