ହେଡଲାଇନସ୍:

ମାରୱାଡ଼ି ଯୁବା ମଞ୍ଚ ପକ୍ଷରୁ କ୍ୟାନସର ଯାଞ୍ଚ ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ଦେବଗଡ଼ ମାରୱାଡ଼ି ଯୁବା ମଞ୍ଚ ପକ୍ଷରୁ ଆସନ୍ତା ଶୁକ୍ରବାର ୨୭/୦୫/୨୦୨୨ରିଖ ଦିନ ଜିଲ୍ଲା ମୁଖ୍ୟାଳୟ ରେ ଥିବା ଗୋପାଳଜୀଉ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଏକ ମାଗଣା କ୍ୟାନସର ଯାଞ୍ଚ ଶିବିର ଆୟୋଜନ କରିବା ପାଇଁ ସ୍ଥିର କରାଯାଇଛି।
ମାରୱାଡ଼ି ଯୁବା ମଞ୍ଚର ସଭାପତି ମନୀଷ କୁମାର ଅଗ୍ରୱାଲ ଓ ବିକାଶ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲର ଡାକ୍ତର ମାନଙ୍କ ତତ୍ତ୍ଵାବଧାନରେ ଏହି ଶିବିର କରାଯାଉଛି। ଏହି ଶିବିର ଅଧୀନରେ ଯେ କୌଣସି କ୍ୟାନସର ରୋଗୀ ଓ ଯେଉଁ ମାନଙ୍କର ହଟାତ୍ ଓଜନ ହ୍ରାସ, ନିଃଶ୍ୱାସ ପ୍ରଶ୍ୱାଶ ଦୁର୍ବଳତା, ଥକାପଣ, ସ୍ଥାୟୀ ଜ୍ଵର, ଅସ୍ଥାୟୀ କାଶ, ଛାତି ଯନ୍ତ୍ରଣା ଓ ଛାତି ଜଳିବା ଏମିତି ଅନେକ ରୋଗର ଅସୁବିଧା ରହୁଛି ସେମାନେ ଉକ୍ତ ଶିବିର କୁ ଆସି ନିଜର ପରୀକ୍ଷା କରିବା ପାଇଁ ମଞ୍ଚ ପକ୍ଷରୁ ଅନୁରୋଧ କରାଯାଇଛି।

0
0
0
s2sdefault