ରାଜ୍ୟ
ଲିଙ୍ଗ ନିରୂପଣ ନିଷେଧ ଆଇନ-୧୯୯୪ ଅନ୍ତର୍ଗତ ଜିଲ୍ଲାସ୍ତରୀୟ ଉପଦେଷ୍ଟା କମିଟି ବୈଠକ
- Hits: 438
ସୁବର୍ଣ୍ଣ ପୁର (ପ୍ରକାଶ ହାତୀ)ସୋନପୁର ଜିଲ୍ଲାର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ମିନି ସମ୍ମିଳନୀ କକ୍ଷ ଠାରେ ଲିଙ୍ଗ ନିରୂପଣ ନିଷେଧ ଆଇନ-୧୯୯୪ ଅନ୍ତର୍ଗତ ଜିଲ୍ଲାସ୍ତରୀୟ ଉପଦେଷ୍ଟା କମିଟି ବୈଠକ ଅତିରିକ୍ତ ଜିଲ୍ଲାପାଳ ନିଶି ପୁନମ ମିଞ୍ଜ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ବୈଠକ ପ୍ରାରମ୍ଭରେ ମୁଖ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ବିଶ୍ୱ ରଞ୍ଜନ ପତି, ସ୍ୱାଗତ କରିବା ସହ ବୈଠକର ଆଭିମୁଖ୍ୟ ଓ ତାତ୍ପର୍ଯ୍ୟ ଉପରେ ଗୃହକୁ ଅବଗତ କରିଥିଲେ l ଆଇନ ପରାମର୍ଶ ଦାତ୍ରୀ ଶୋଭନା ଦାଶ ଜିଲ୍ଲାରେ ଥିବା ବିଭିନ୍ନ ଅଲଟ୍ରା ସାଉଣ୍ଡ କ୍ଲିନିକ ଗୁଡିକର ସ୍ଥିତି ଓ କାର୍ଯ୍ୟକାରିତା ଉପରେ ବୈଠକରେ ଉପସ୍ଥାପନା କରିଥିଲେ l ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୧୧ ଗୋଟି ଅଲଟ୍ରା ସାଉଣ୍ଡ କ୍ଲିନିକ ରହିଥିବା ବେଳେ ତନ୍ମଧ୍ୟରୁ କେବଳ ୬ ଗୋଟି ଚାଲୁ ରହିଥିବା ସୂଚୀତ କରିଥିଲେ l ଜିଲ୍ଲାର ବୀରମହାରାଜପୁର ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଏକ ଅଲଟ୍ରା ସାଉଣ୍ଡ କେନ୍ଦ୍ର ସ୍ଥାପନ ଉପରେ ବୈଠକରେ ଆଲୋଚନା ହୋଇଥିଲା, ଏହି ମର୍ମରେ ବିଭାଗୀୟ ଅଧିକାରୀ ଆବଶ୍ୟକ ପଦକ୍ଷେପ ନେବାକୁ ଅଧ୍ୟକ୍ଷା ପରାମର୍ଶ ଦେଇଛନ୍ତି l








