ଯଶିପୁର : ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଳକ୍ ଅଧିନସ୍ଥ ବିଭିନ୍ନ ବିଦ୍ୟାଳୟରୁ ଦୁଇଜଣ ଲେଖାଏଁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଯଶିପୁରର ସଭାଗୃହ ଠାରେ ପାଞ୍ଚ ଦିନିଆ ବ୍ଳକସ୍ତରୀୟ ପ୍ରଶିକ୍ଷଣ ଶିବିର "ହେଲଥ ଏଣ୍ଡ୍ ୱେଲନେସ୍ ଆମ୍ବାସଡର୍ ( HWA ) " ଆୟୁସ୍ମାନ୍ ଭାରତ୍ ଦ୍ବାରା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିରକୁ ଡ. ସତ୍ୟପ୍ରକାଶ ଧଳ ( ସର୍ଜରୀ ସ୍ପେସାଲିଷ୍ଟ ) ଉଦ୍ଘାଟନ କରିଥିଲେ ।
ପ୍ରଶିକ୍ଷିକା ଡ. ରଶ୍ମିତା ଦାସ୍ , ସ୍ୱିଟ୍ ସଥ୍ଥା ଓ ପ୍ରଶିକ୍ଷକ ଧନଞ୍ଜୟ ସେନାପତି , ରାଜେନ୍ଦ୍ର ପାଳ , ରାଜଦୀପ୍ ବିଶ୍ୱାଳଙ୍କ ପରିଚାଳନା ରେ ଶିବିର ରେ ବ୍ଳକ୍ ର ବିଭିନ୍ନ ବିଦ୍ୟାଳୟରୁ ୨୮ ଜଣ ପ୍ରଶିକ୍ଷାର୍ଥୀ ତଥା ଶିକ୍ଷକ ଭାଗନେଇଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ. ନରୋତ୍ତମ ରଥ ଯୋଗଦେଇ ପରୀକ୍ଷାର୍ଥୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ଏହି ସ୍ୱାସ୍ଥ୍ୟ ଗତ କାର୍ଯ୍ୟକ୍ରମ ଶୈଶବାବସ୍ଥାର ପିଲାମାନଙ୍କ କ୍ଷେତ୍ରରେ ଫଳପ୍ରଦ ହେବ ବୋଲି ଶିକ୍ଷକ ମହଲରେ ଆଲୋଚନା ହୋଇଥିଲା ।