ସୁବର୍ଣ୍ଣପୁର ( ପ୍ରକାଶ ହାତୀ) ସୋନପୁର ଜିଲ୍ଲା ରେ ସଡ଼କ ସୁରକ୍ଷା ଓ ତତ ସମ୍ୱନ୍ଧୀୟ ଦୁର୍ଘଟଣା କୁ ହ୍ରାସ କରିବା ନିମନ୍ତେ ପ୍ରଶାସନ ଓ ଜିଲ୍ଲା ପେଟ୍ରୋଲ ପମ୍ପ ମାଳିକ ମାନଙ୍କ ମଧ୍ୟରେ ଏକ ସମନ୍ୱୟ ବୈଠକ ଜିଲ୍ଲାପାଳ ଙ୍କ ସମ୍ବିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ ବୈଠକ ରେ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଅଧ୍ୟକ୍ଷତା କରି , ଜିଲ୍ଲାର ସଡ଼କ ସୁରକ୍ଷା ଓ ସଡ଼କ ଦୁର୍ଘଟଣାକୁ ହ୍ରାସ କରାଯିବା ନିମନ୍ତେ ଗତ ୨୪ତାରିଖ ରେ ଜିଲ୍ଲପାଳ ଅବୋଲୀ ସୁନିଲ ନରୱଣେ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକରେ ରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଓ ନିଷ୍ପତ୍ତି ଉପରେ ସୂଚନା ପ୍ରଦାନ କରିଥିଲେ l ବର୍ତ୍ତମାନ ର ବର୍ଦ୍ଧିତ ଜନ ବସତି ସାଙ୍ଗକୁ ଦୁଇ ଚକିଆ, ଚାରିଚକିଆ ଯାନ ର ବହୁଳ ବ୍ୟବହାର ସଡ଼କ ସୁରକ୍ଷା ସଚେତନତା ପାଇଁ ଜରୁରୀ ଓ ଅପରିହାର୍ଯ୍ୟ ହୋଇପଡିଛି l ବିଶେଷ କରି ଗାଡି ଚାଳନା ସତର୍କତା ଅବଲମ୍ବନ ଦୁର୍ଘଟଣା କୁ ହ୍ରାସ କରିବାରେ ସହାୟକ ହେବ l ଯେପରି ଗାଡି ଚାଳନା ସମୟରେ ହେଲମେଟ ବ୍ୟବହାର, ସିଟ ବେଲ୍ଟ ପରିଧାନ କରିବା, ନିଶାସକ୍ତ ଅବସ୍ଥାରେ ଗାଡି ନ ଚଳାଇବା, ଉଚିତ ସ୍ଥାନରେ ଗାଡି ପାର୍କିଙ୍ଗ କରିବା,ଗାଡି ଚାଳନା ଲାଇସେନ୍ସ ଓ ଇନ୍ଷ୍ୟରେନ୍ସ କୁ ନିଶ୍ଚିତ କରିବା ଉପରେ ବିଶେଷ ଧ୍ୟାନ ଦେବାକୁ ଗୁରୁତ୍ୱାରୋପ କରାଯାଇଛି l ବୈଠକର ନିଷ୍ପତି ଅନୁଯାୟୀ ଜିଲ୍ଲାରେ ନୋ ହେଲମେଟ ନୋ ପେଟ୍ରୋଲ କୁ ଗୁରୁତ୍ୱାରୋପ ପୂର୍ବକ ପେଟ୍ରୋଲ ପମ୍ପ ମାଳିକ ମାନେ ଯତ୍ନବାନ ହେବାକୁ ଆରକ୍ଷୀ ଅଧିକ୍ଷକ ପରାମର୍ଶ ଦେବା ସହ ଏହି ମହତ କାର୍ଯ୍ୟ ରେ ଆନ୍ତରିକ ସହଯୋଗ କାମନା କରିଥିଲେ l ଜିଲ୍ଲପାଳ ଙ୍କ ନିର୍ଦେଶ କ୍ରମେ ଆସନ୍ତା ଜୁନ ୧ ତାରିଖ ରୁ ନୋ ହେଲମେଟ ନୋ ପେଟ୍ରୋଲ କୁ ସମଗ୍ର ଜିଲ୍ଲାରେ କଡାକଡି କରିବା ଉପରେ ନିଷ୍ପତି କରାଯାଇଛି l ଯେଉଁ ପେଟ୍ରୋଲ ପମ୍ପ ଏହାର ଖିଲାପ କରିବl ର ଜଣାପଡିବ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରାଯିବା ସହ ୫୦୦୦ ଟଙ୍କା ଜୋରିମାନା ଆଦାୟ କରାଯିବ l ଜିଲ୍ଲା ପୋଲିସ ପ୍ରଶାସନ,ଜିଲ୍ଲା ପରିବହନ ଅଧିକାରୀ ଓ ଜିଲ୍ଲା ଯୋଗାଣ ଅଧିକାରୀ ନିୟମିତ ବ୍ୟବଧାନରେ ଜିଲ୍ଲାର ବିଭିନ୍ନ ପେଟ୍ରୋଲ ପମ୍ପ ଗୁଡିକୁ ଯାଞ୍ଚ କରିବା ଉପରେ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି l ପ୍ରତ୍ୟେକ ପେଟ୍ରୋଲ ପମ୍ପ ମାଳିକ ପମ୍ପ ପରିସରରେ ସି ସି ଟି ଭି କ୍ୟାମେରା ଲଗାଇବାକୁ ସୁନିଶ୍ଚିତ କରିବାକୁ ଆରକ୍ଷୀ ଅଧିକ୍ଷକ ପଣ୍ଡା ପରାମର୍ଶ କରିଛନ୍ତି l ପୁନଶ୍ଚ ଜିଲ୍ଲାର ପ୍ରତ୍ୟେକ ପମ୍ପ ମାଳିକ ମାନେ ପମ୍ପ ପରିସରରେ ଜନସାଧାରଣ ଙ୍କ ନିମନ୍ତେ ମୌଳିକ ସୁବିଧା ଉପଲବ୍ଧ କରାଇବାକୁ ଗୁରୁତ୍ୱାରୋପ କରିଛନ୍ତି l ସହର ତଥା ଜନ ଗହଳିପୂର୍ଣ୍ଣ ସ୍ଥାନ, ଜାତୀୟ ତଥା ରାଜ୍ୟ ରାଜପଥ ପାର୍ଶ୍ଵ ରେ ଭାରି ଯାନ ପାର୍କିଙ୍ଗ ନ କରିବାକୁ ପଦକ୍ଷେପ ନେବାକୁ ବୈଠକ ରେ ନିଷ୍ପତ୍ତି ନିଆଯାଇଛି l ବୈଠକରେ ଆଞ୍ଚଳିକ ପରିବହନ ଅଧିକାରୀ ରବୀନ ପଟ୍ଟନାୟକ ଦୁର୍ଘଟଣା କୁ ରୋକିବା ନିମନ୍ତେ ଆବଶ୍ୟକ ସଚେତନତା ଉପରେ ଆଲୋକପାତ କରିଥିଲେ l ବୈଠକରେ ଅତିରିକ୍ତ ପରିବହନ ଅଧିକାରୀ ଶିବାଶିଷ ସାହୁ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ, ଜିଲ୍ଲା ପେଟ୍ରୋଲ ମାଳିକ ସଙ୍ଘ କର୍ମକର୍ତ୍ତା ତଥା ମାଳିକ ପ୍ରମୁଖ , ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ଜିଲ୍ଲା ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀ ବୈଠକର ଆଭିମୁଖ୍ୟ ଓ ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ l
ରାଜ୍ୟ
ଜୁନ ୧ରୁ ଜିଲ୍ଲାରେ "ନୋ ହେଲମେଟ ନୋ ପେଟ୍ରୋଲ" ହେବ କଡାକଡି
- Hits: 533