ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ ସମୟରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟଠାରେ ଆଭାସୀ ମାଧ୍ୟମରେ ଆୟୋଜିତ ହେଉଥିବା ୫-‘ଟି’ ଅନ୍ତର୍ଗତ ସ୍କୁଲ ପ୍ରଧାନଶିକ୍ଷକ, ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କ ପ୍ରଶିକ୍ଷଣ ଏବଂ ଦିଗ୍ଦର୍ଶନ କର୍ମଶାଳାରେ ଯୋଗଦାନ କରି କହିଲେ ଯେ, ବର୍ତ୍ତମାନ ଅଭିଭାବକମାନେ ସରକାରୀ ବିଦ୍ୟାଳୟରେ ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଦୀର୍ଘ ଦୁଇବର୍ଷ ଧରି କରୋନା ମହାମାରୀ ଯୋଗୁଁ ପିଲାମାନଙ୍କ ପ୍ରତ୍ୟକ୍ଷ ଶିକ୍ଷାଦାନ ବ୍ୟବସ୍ଥାରେ ବ୍ୟାଘାତ ସୃଷ୍ଟି ହୋଇଛି । ଏଥିପ୍ରତି ବିଶେଷ ଦୃଷ୍ଟି ଦେଇ କୋମଳମତି ଶିଶୁମାନଙ୍କୁ ଶିକ୍ଷାଦାନ କରିବା ସମୟରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଅଧିକ ଯନିବାନ ହେବା ଉଚିତ ବୋଲି ମନ୍ତ୍ରୀ ଶ୍ରୀ ଦାଶ ପ୍ରକାଶ କରିଥିଲେ ।
ରାଜ୍ୟ
ଅଭିଭାବକମାନଙ୍କର ସରକାରୀ ସ୍କୁଲ ପ୍ରତି ଆଗ୍ରହ ବଢ଼ିଛି :ଗଣଶିକ୍ଷା ମନ୍ତ୍ରୀ
- Hits: 337