ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ , ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି କିଛି ଟ୍ରେନ ସେବା ବାତିଲ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳପଥ ପରିସୀମା ମଧ୍ୟରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି, ପୂର୍ବ ତଟ ରେଳପଥରୁ ଛାଡୁଥିବା ଏବଂ ଯାତ୍ରା ସମାପ୍ତ କରୁଥିବା ତିନି ଯୋଡ଼ା ଦୂରଗାମୀ ଟ୍ରେନକୁ ନିମ୍ନଲିଖିତ ଅନୁଯାୟୀ ଆଉ ଏକ ମାସ ପାଇଁ ବାତିଲ କରାଯାଉଛି |
A. ଭୁବନେଶ୍ୱର ଠାରୁ ପ୍ରତ୍ୟକ ସୋମବାର ଏବଂ ଗୁରୁବାର ଦିନ ମାନଙ୍କରେ ଛାଡୁଥିବା 12880 ଭୁବନେଶ୍ୱର-ମୁମ୍ବାଇ ଏଲଟିଟି ଏକ୍ସପ୍ରେସ 23.06.2022 ପର୍ଯ୍ୟନ୍ତ ବାତିଲ ରହିବାକୁ ଥିବାବେଳେ ମୁମ୍ବାଇ ଏଲଟିଟିରୁ ପ୍ରତ୍ୟେକ ବୁଧବାର ଏବଂ ଶନିବାର ଦିନ ଛାଡୁଥିବା 12879 ମୁମ୍ବାଇ ଏଲଟିଟି- ଭୁବନେଶ୍ୱର ଏକ୍ସପ୍ରେସ 18.06.2022 ପର୍ଯ୍ୟନ୍ତ ବାତିଲ ରହିବ |
B. ପୁରୀ ଠାରୁ ପ୍ରତ୍ୟକ ମଙ୍ଗଳବାର ଛାଡୁଥିବା 22866 ପୁରୀ-ମୁମ୍ବାଇ ଏଲଟିଟି ଏକ୍ସପ୍ରେସ 21.06.2022 ପର୍ଯ୍ୟନ୍ତ ଏବଂ ମୁମ୍ବାଇ ଏଲଟିଟିରୁ ପ୍ରତ୍ୟେକ ଗୁରୁବାର ଛାଡୁଥିବା 22865 ମୁମ୍ବାଇ ଏଲଟିଟି-ପୁରୀ ଏକ୍ସପ୍ରେସ 23.06.2022 ପର୍ଯ୍ୟନ୍ତ ବାତିଲ ରହିବ |
C. ବିଶାଖାପାଟନମ୍ ରୁ ପ୍ରତ୍ୟେକ ରବିବାର ଦିନ ଛାଡୁଥିବା 22847 ବିଶାଖାପାଟନମ୍-ମୁମ୍ବାଇ ଏଲଟିଟି ଏକ୍ସପ୍ରେସ 19.06.2022 ପର୍ଯ୍ୟନ୍ତ ଏବଂ ମୁମ୍ବାଇ ଏଲଟିଟିରୁ ପ୍ରତ୍ୟେକ ମଙ୍ଗଳବାର ଦିନ ଛାଡୁଥିବା ୨୨୮୪୮ ମୁମ୍ବାଇ ଏଲଟିଟି-ବିଶାଖାପାଟନମ୍ ଏକ୍ସପ୍ରେସ 21.06.2022 ପର୍ଯ୍ୟନ୍ତ ବାତିଲ୍ ରହିବ |
ସେହିଭଳି ନିମ୍ନଲିଖିତ ଟ୍ରେନଗୁଡିକ 28.05.2022 ଏବଂ 29.05.2022 ରେ ଉଭୟ ପାର୍ଶ୍ୱରୁ ବାତିଲ ହୋଇ ରହିବ | ପୂର୍ବତଟ ରେଳପଥ ୱାଲଟିୟର ଏବଂ ସମ୍ବଲପୁର ରେଳମଣ୍ଡଳ ମଧ୍ୟରେ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ଟ୍ରାକ ରକ୍ଷଣାବେକ୍ଷଣ ସହିତ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ଏହି ଟ୍ରେନ ଗୁଡିକ ବାତିଲ କରାଯାଇଅଛି | ଏହି ଟ୍ରେନ୍ ଗୁଡିକ ହେଉଛି ...

A. 18301/18302 ସମ୍ବଲପୁର-ରାୟଗଡା-ସମ୍ବଲପୁର ଇଣ୍ଟର ସିଟି ଏକ୍ସପ୍ରେସ |

B. 22820/22819 ବିଶାଖାପାଟନମ୍-ଭୁବନେଶ୍ୱର-ବିଶାଖାପାଟନମ୍ ଇଣ୍ଟର ସିଟି ଏକ୍ସପ୍ରେସ୍ |

C. 18532/18531 ବିଶାଖାପାଟନମ୍-ପଲାସା-ବିଶାଖାପାଟନମ୍ ଏକ୍ସପ୍ରେସ୍ |

D. 08546/08545 ବିଶାଖାପାଟନମ୍-କୋରାପୁଟ-ବିଶାଖାପାଟନମ୍ ପାସେଞ୍ଜର ସ୍ପେଶାଲ |

E. 18417/18418 ପୁରୀ-ଗୁଣୁପୁର-ପୁରୀ ଏକ୍ସପ୍ରେସ |

F. 08428/08427 ପୁରୀ-ଅନୁଗୁଳ-ପୁରୀ ପାସେଞ୍ଜର ସ୍ପେଶାଲ |

0
0
0
s2sdefault