ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଳକର ସୋବରା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜନ ଅଭିଯୋଗ ଶୁଣାଣି ଏବଂ ଗ୍ରାମ ଗ୍ରାମ୍ୟମୁଖି ପ୍ରଶାସନ ଶିବିର ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା , ଗଜପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ଜୟରାମ ଶତପଥୀ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ଚନ୍ଦ୍ର ନାୟକ , ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ପ୍ରଦୀପ କୁମାର ପାତ୍ର , ଆଦିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ଫାଲଗୁନି ମାଝୀ , ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ନୀଳମାଧବ ମାଝୀଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ , ବ୍ଳକ ସ୍ତରୀୟ ଅଧିକାରୀ , ବ୍ଳକର କର୍ମଚାରୀ , ସରପଞ୍ଚ , ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅଭିଯୋଗ ଶୁଣାଣିରେ ୧୦୫ ଗୋଟି ଅଭିଯୋଗ ଆସିଥିବା ବେଳେ ବ୍ୟକ୍ତିଗତ ୭୦ ଗୋଟି, ସାମୁହିକ ୩୫ ଗୋଟି ଓ ତୁରନ୍ତ ସମାଧାନ ୩ ଗୋଟି , ଆଉ ୧୦୨ ଗୋଟିର ସମାଧାନ ସକାଶେ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ରାଜ୍ୟ
ଜନ ଅଭିଯୋଗ ଶୁଣାଣି ଏବଂ ଗ୍ରାମ୍ୟମୁଖୀ ପ୍ରଶାସନ ଶିବିର
- Hits: 353