ମନ୍ତ୍ରୀ ପ୍ରତାପ ଜେନାଙ୍କ ଅନୁପସ୍ଥିତିରେ ଉଦଯାପନ କଲେ ସୁପୁତ୍ର ଅଙ୍କିତ ପ୍ରତାପ ଜେନା
ମହାପ୍ରଭୁଙ୍କ ଚାପ ଖେଳ , ଓରମାସ ଷ୍ଟଲ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଲୋକାରଣ୍ୟରେ ପରିଣତ ହେଲା ବ୍ରହ୍ମକ୍ଷେତ୍ର ପୀଠ
ନିଶ୍ଚିନ୍ତକୋଇଲି (ଦେବେନ୍ଦ୍ର ଷଡ଼ଙ୍ଗୀ) : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନିପୁର ସ୍ଥିତ ପ୍ରସିଦ୍ଧ ବ୍ରହ୍ମକ୍ଷେତ୍ର ପୀଠରେ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ପାରମ୍ପାରିକ ଚନ୍ଦନ ଯାତ୍ରା ଉତ୍ସବ ଉପଲକ୍ଷେ ମାହାଙ୍ଗା ମହୋତ୍ସବ ରାଜ୍ୟ ପଂଚୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ନିର୍ଦେଶ କ୍ରମେ ସୁପତ୍ର ଅଙ୍କିତ ପ୍ରତାପ ଜେନାଙ୍କ କରକମଳରେ ଉଦଯାପିତ ହୋଇଯାଇଛି । ଏହି ଉତ୍ସବରେ ପାରମ୍ପରିକ ରିତିନୀତି ଅନୁଯାୟୀ ମହାପ୍ରଭୁଙ୍କ ଚନ୍ଦନଯାତ୍ରାରେ ପ୍ରତିନିଧିତ୍ବ କରୁଥିବା ଦିଅଁ ମଦନମୋହନ ଭକ୍ତମାନଙ୍କୁ ମଧୁସୂଦନ ବେଶରେ ପବିତ୍ର ଚନ୍ଦନ ପୁଷ୍କରିଣୀରେ ଦର୍ଶନ ଦେଇଥିଲେ । ମନ୍ତ୍ରୀ ପ୍ରତାପ ଜେନାଙ୍କ ଉଦ୍ୟମ କ୍ରମେ ସଂସ୍କୃତି, ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁ ଏହି ଉତ୍ସବର ଉଦଯାପନୀ ଉତ୍ସଵ ଭିନ୍ନ ଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଆନନ୍ଦ ଉଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି । ଯାହାକି ମନ୍ତ୍ରୀ ଶ୍ରୀ ଜେନାଙ୍କ ନିର୍ଦେଶ କ୍ରମେ ତାଙ୍କର ସୁପୁତ୍ର ଅଙ୍କିତ ପ୍ରତାପ ଜେନାଙ୍କ ଦ୍ବାରା ଉଦଯାପିତ ହୋଇଯାଇଛି । ମନ୍ତ୍ରୀ ଙ୍କ ଉଦ୍ୟମ ପାଇଁ ଭକ୍ତ ବନ୍ଧୁମାନେ ଚନ୍ଦନଯାତ୍ରା ଦେଖିବା ସହିତ ଅନେକ ଗୁଡିଏ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାର ସୌଭାଗ୍ୟ ପାଇପାରିଥିଲେ । ଅଙ୍କିତ ପ୍ରତାପ ଜେନା ପ୍ରଥମେ ବ୍ରହ୍ମକ୍ଷେତ୍ର ରେ ପହଞ୍ଚି ଶ୍ରୀ ଶ୍ରୀ ବଳଦେବଜୀଉଙ୍କୁ ଦର୍ଶନ କରିଥିଲେ । ପରେ ପରେ ମାହାଙ୍ଗା ମହୋତ୍ସବ ରେ ଯୋଗଦାନ କରି ମନ୍ତ୍ରୀ ପ୍ରତାପ ଜେନାଙ୍କ ଏହି ମାହାଙ୍ଗା ମହୋତ୍ସବ ଭଳି କାର୍ଯ୍ୟକ୍ରମ କରି ମାହାଙ୍ଗା ସଂସ୍କୃତିକୁ ଉଜିବିତ ରଖିବା ପାଇଁ ଏହା ଏକ ସ୍ୱପ୍ନ ଥିଲା ବୋଲି ମତପ୍ରକାଶ କରିଥିଲେ । ଅତ୍ୟାଧୁନିକ ଆଲୋକ ସଜା, ଆତସବାଜି, ଓଡିଶୀ ନୃତ୍ୟ, ଲୋକ ନୃତ୍ୟ, ପଶୁ ନୃତ୍ୟ, ଓଡ଼ିଶାର ପ୍ରତିଷ୍ଠିତ ସଂଗୀତ କଳାକାର ମାନଙ୍କ ଦ୍ୱରା ସଂଗୀତ ପରିବେଷଣ ସାଙ୍ଗକୁ ଠାକୁରଙ୍କ ଚାପଖେଳ ଦେଖିବା ପାଇଁ ଲକ୍ଷ୍ୟାଧିକ ଭକ୍ତଙ୍କ ସମାବେଶ ବ୍ରହ୍ମକ୍ଷେତ୍ର ର ପରିବେଶକୁ ଏକ ନିଆରା ରୂପ ଦେଇଥିଲା । ଓରମାସ ଷ୍ଟଲ ଠାରୁ ଆରମ୍ଭ କରି, ମୀନାବଜାର, ରାମଦୋଳି ଓ ଅନ୍ୟାନ ଦୋକାନ ଗୁଡିକ ପଡିବା ଦ୍ୱାରା ଲୋକମାନେ ମନ ଭରି ବୁଲିବା ସହିତ, ନିଜ ମନପସନ୍ଦ ଜିନିଷ ପତ୍ର କିଣିପାରିଥିଲେ ।
ମନ୍ତ୍ରୀ ଙ୍କ ସୁପୁତ୍ର ଅଙ୍କିତ ପ୍ରତାପ ଜେନାଙ୍କ ସହ ଏହି ଉଦଯାପନୀ କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଉମାଶଙ୍କର ବିଶ୍ୱାଳ, ବ୍ଲକ ଉପାଧକ୍ଷ ଅଶୋକ ଓଝା, ମନ୍ଦିର ଟ୍ରଷ୍ଟି ଧୀରେନ୍ଦ୍ରନାଥ ବେହେରା, ଜ୍ଞାନରଞ୍ଜନ ରାଉତ, ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ପ୍ରାକ୍ତନ ଅଧକ୍ଷ ଗିରିଶ ମହାପାତ୍ର, ସବିତା ଓଝା,ବ୍ଲକ ଅଧକ୍ଷା ରୋଜି ସେଠି,ଦିପା ମଲିକ,ସରପଞ୍ଚ ତିଳୋତମା ରାଉତ, ଅଧ୍ୟକ୍ଷା ଙ୍କ ପ୍ରତିନିଧି ମନୋଜ କୁମାର ସେଠୀ, ଜିଲ୍ଲା ପରିଷଦ ସଭ୍ୟ ୨୭ନମ୍ବର ଭୂପତି ଭୂଷଣ ଷଣ୍ଢ,୨୪ନମ୍ବର ବିପ୍ଳବ କିଶୋର କାପ,୨୬ନମ୍ବର ଜସ୍ମିତା ସେଠୀ, ସମାଜସେବୀ ବ୍ରଜମୋହନ ପଣ୍ଡା, ଜୋନ୍ ସଭାପତି ଅନିଲ୍ ଭୁୟାଁ, ପ୍ରମୋଦ ସ୍ବାଇଁ,ଯୁବ ସଭାପତି ଆନନ୍ଦ ଦାସ, ଛାତ୍ର ସଭାପତି ସତ୍ୟଜିତ ମହାପାତ୍ର, କାର୍ଯ୍ୟକାରୀ ସଭାପତି ସୁଶାନ୍ତ କୁମାର ନାୟକ, ଜିଲ୍ଲା ସମ୍ପାଦକ ଶୁଭାଶିଷ ପାଣ୍ଡେ, ସୋସିଆଲ ମିଡ଼ିଆ ସଂଯୋଜକ ଏମ୍ ଡି ଅମିନ୍ ଖାନ୍, ପଦ୍ମନାଭ ତ୍ରିପାଠୀ,ଶୁଭମ୍ ଦାସ, ଅମୂଲ୍ୟ କୁମାର ମଲ୍ଲିକ, ଶୁଭେନ୍ଦୁ ରଥ,ଶିବାନୀ ଶଙ୍କର ଦାସ,ବୁବୁ ସାହୁ, ରୁଦ୍ର ମହାନ୍ତି, ଆଶିଷ କୁମାର ସାହୁ, ପ୍ରିୟ ବ୍ରତ ସାହୁ ସମେତ ସମସ୍ତ ବିଜୁ ଛାତ୍ର ଯୁବ ସଭ୍ୟ , ସରପଞ୍ଚ, ସମିତିସଭ୍ୟ, ସ୍ଥାନୀୟ ଗ୍ରାମବାସୀ ମାନେ ତଥା ବହୁ ମୁରବି ତୁଲ୍ୟ ଲୋକମାନଙ୍କ ସହିତ ବିଜୁ ଛାତ୍ର ଜନତାଦଳର ଯୁବକ ମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ସୁଚାରୁ ରୂପେ ତୁଲାଇ ଥିଲେ । ତେବେ ଏହି ମାହାଙ୍ଗା ମହୋତ୍ସବ କାର୍ଯ୍ୟକ୍ରମ ଦେଖିବା ନିମନ୍ତେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ସମେତ କେନ୍ଦ୍ରାପଡା, ସାଲେପୁର ଅଞ୍ଚଳରୁ ଭରପୁର ଲୋକ ସମାଗମ ହୋଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉଦ୍ୟମରେ ସମ୍ଭବ ହୋଇପାରିଥିବାରୁ ସମସ୍ତ ଜନସାଧାରଣ ମନ୍ତ୍ରୀଙ୍କୁ ଶ୍ରେୟ ପ୍ରଦାନ କରିଥିଲେ ।