ଭୁବନେଶ୍ୱର : ଚନ୍ଦକା ନିକଟସ୍ଥ ଗୋଡିବାରୀ ଗାଁର ଆଦିବାସୀ ଶିକ୍ଷାକେନ୍ଦ୍ର 'ବୁଗିନ୍ ହ' ର ଛାତ୍ରଛାତ୍ରୀଙ୍କ ପାଇଁ ଆୟୋଜିତ ସମର ୱାର୍କସପ ଉଦଯାପିତ ହୋଇଯାଇଛି | ରୁହାନ, ପ୍ରତୀକ୍ଷା, ସୁନୀଲ ଏବଂ ଲେମ୍ବ ଛେନାପୋଡ଼ କାଟି ଏହି ସମର ୱାର୍କସପର ଉଦଯାପନୀ ଘୋଷଣା କରିଥିଲେ। ଛାତ୍ରଛାତ୍ରୀମାନେ ଯେହେତୁ ସେମାନେ ଗପ, ଗୀତ, ନାଚ, ଚିତ୍ର ଓ କଳା ମାଧ୍ୟମରେ ଗ୍ରୀଷ୍ମ ଛୁଟିର ମଜା ନେଇପାରିଲେ, ତେଣୁ ସେମାନେ ବହୁତ ଖୁସି ଥିଲେ | ଶେଷ ଦିନ ରେ ସେମାନେ ନୈତିକତା ଆଧାରିତ କ୍ଷୁଦ୍ର ଚଳଚ୍ଚିତ୍ର "ଦୃଷ୍ଟାନ୍ତ" ଦେଖିଥିଲେ |
"ଜୟ ଓଡିଶାର" ପ୍ରତିଷ୍ଠାତା ତଥା ବିଜୁ ଜନତା ଦଳର ଯୁଗ୍ମ ସଚିବ ଶ୍ରୀ ରୁଦ୍ର ସାମନ୍ତରାୟ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅମୀୟ ପଟ୍ଟନାୟକ, ମଳୟ ଜେନା, ଜୟକୃଷ୍ଣ ମହାନ୍ତି, ସ୍ୱାତୀ ମହାନ୍ତି ଏବଂ "ଜୟ ଓଡିଶା" ର volunteers ମାନେ ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ଛାତ୍ରଛାତ୍ରୀ ମାନେ ଆକର୍ଷଣୀୟ ଆଦିବାସୀ ନୃତ୍ୟ ଓ ଗୀତ ପରିବେଷଣ କରି ନିଜର କୃତଜ୍ଞତା ପ୍ରକାଶ କରିଥିଲେ।
ସମସ୍ତଙ୍କୁ ପୁଷ୍ଟିକର ଖାଦ୍ୟ ପରିବେଷଣ କରାଯାଇଥିଲା। 'ବୁଗିନ୍ ହ' ର ମୁଖ୍ୟ ପରାମର୍ଶଦାତା ସବିତା ପଟ୍ଟନାୟକ ଏହି କାର୍ଯ୍ୟର ପରିଚାଳନା କରିବା ସହ ପିଲାମାନଙ୍କୁ ଗପ ଶୁଣେଇଥିଲେ।
ରାଜ୍ୟ
ଆଦିବାସୀ ଶିକ୍ଷାକେନ୍ଦ୍ର 'ବୁଗିନ୍ ହ' ରେ ଆୟୋଜିତ ସମର ୱାର୍କସପ ଉଦଯାପିତ
- Hits: 426