ହେଡଲାଇନସ୍:

ସୁନ୍ଦରଗଡ ଜିଲ୍ଲାର ଦୁଇଟି ଯାଗାରେ ମେଟ୍ରିକ ଖାତାଦେଖା ଆରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା,(ବସନ୍ତ କୁମାର ଜେନା): ରାଉରକେଲା ଉଦିତନଗରରୁ ସରକାରୀ ହାଇସ୍କୁଲ ପରିସରରେ ଆଜି ଦଶମ ଶ୍ରେଣୀ ପିଲାଙ୍କ ମେଟ୍ରିକ ପରୀକ୍ଷାକୁ ନେଇ ଖାତା ଯାଞ୍ଚ କରାଯାଉଛି । ସୁନ୍ଦରଗଡ଼ ଜିଲ୍ଲାର ୨ ଟି ସ୍ଥାନରେ ଛାତ୍ରଛାତ୍ରୀଙ୍କ ଖାତା ଯାଞ୍ଚ କରାଯାଉଛି । ସୁନ୍ଦରଗଡ଼ ଭବାନୀ ଶଙ୍କର ସରକାରୀ ହାଇସ୍କୁଲ ଏବଂ ରାଉରକେଲା ଉଦିତନଗର ସରକାରୀ ହାଇସ୍କୁଲ । ଏହାକୁ ନେଇ ରାଉରକେଲାରେ ଉଦିତନଗର ସ୍କୁଲରେ ୯ ଟି ୟୁନିଟ କରାଯାଇଛି । ସହରର ଅନେକ ସରକାରୀ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଖାତା ଯାଞ୍ଚ କରୁଛନ୍ତି । ୮ ଦିନ ପର୍ଯ୍ୟନ୍ତ ଖାତା ଯାଞ୍ଚ କରାଯିବ । ଉକ୍ତ ସୂଚନା ଉଦିତନଗର ସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସକୁଂନ୍ତଳା କିଷାନ ଦେଇଥିଲେ । ସେ ଆଉ କହିଥିଲେ ଯେ, ଖାତା ଯାଞ୍ଚକୁ ନେଇ କୌଣସି ଲୋକଙ୍କୁ ସ୍କୁଲର କ୍ଲାସ ରୁମକୁ ପ୍ରବେଶ ନିଷେଧ କରାଯାଇଛି । କେବଳ ଶିକ୍ଷକମାନେ କ୍ଲାସରୁମରେ ପ୍ରବେଶ କରିବାର ଅନୁମତି ରହିଛି । ସେହିପରି ସୁନ୍ଦରଗଡ଼ ଭବାନୀ ଶଙ୍କର ହାଇସ୍କୁଲରେ ଖାତା ଯାଞ୍ଚ କରାଯାଉଛି ।

0
0
0
s2sdefault