ପାରଳାଖେମୁଣ୍ଡିର ସ୍ବାଧୀନତା ସଂଗ୍ରାମକୁ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ଦାବିରେ ସ୍ମାରକପତ୍ର

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡିର ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ସିଦ୍ଧାନ୍ତ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆହ୍ବାନ କରାଯାଇଥିଲା। ଏଥିରେ ଅନୁଷ୍ଠାନର ସମ୍ପାଦନ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ଉପସଭାନେତ୍ରୀ ଆଶାଲତା ପାଣିଗ୍ରାହୀ , ସାହିତ୍ୟ ଏକାଡେମୀ ସଦସ୍ୟ , ଗଜପତି , ବିଚିତ୍ରାନନ୍ଦ ବେବର୍ତ୍ତା , ଉତ୍କଳ ହିତୈଷିଣୀ ସମାଜର କାର୍ଯ୍ୟକାରୀ ସଭାପତି ଭାରତ ଭୂଷଣ ମହାନ୍ତି , ଆପନ୍ନା ପରିଚ୍ଛା ସ୍କୃତି ସଂସଦର ସମ୍ପାଦକ ମୁରଲୀଧର ପରିଚ୍ଛା , ଆକାଂଶ ମହିଳା ସଂଗଠନର ସମ୍ପାଦିକା ମୀନା କୁମାରୀ ଟହଲ , ଡ଼.କଲ୍ୟାଣୀ ମିଶ୍ର , ସ୍ୱର୍ଣ୍ଣପ୍ରଭା ପାଠୀ , ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଗଠନର ସମ୍ପାଦକ ଜଗଦିଶ ଚନ୍ଦ୍ର ମହାପାତ୍ର , ଗୋପାଳ କୃଷ୍ଣ ସ୍ମୃତି ସଂସଦର କର୍ମକର୍ତ୍ତା ହରିମୋହନ ପଟ୍ଟନାୟକ ପ୍ରଭୃତି ଉପସ୍ଥିତ ଥିଲେ।
ଏଥିରେ ଭାରତର ମହାମହିମ ରାଷ୍ଟ୍ରପତି , ଉପରାଷ୍ଟ୍ରପତି , ଲୋକସଭା ବାଚସ୍ପତି , ଉପବାଚସ୍ପତି , ଆନ୍ଧ୍ର ରାଜ୍ୟପାଳ ମାନ୍ୟବର ବିଶ୍ବଭୂଷଣ ହରିଚନ୍ଦନ , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ଭାରତର ସ୍ବରାଷ୍ଟ୍ରମନ୍ତ୍ରୀ , ଓଡ଼ିଶାର ରାଜ୍ୟପାଳ , ମାନ୍ୟବର ଓଡ଼ିଶାର ମୁଖ୍ୟମନ୍ତ୍ରୀ ପ୍ରଭୃତିଙ୍କୁ ପାରଳାଖେମୁଣ୍ଡିର ସ୍ବାଧୀନତା ସଂଗ୍ରାମକୁ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ଭାବେ ଗ୍ରହଣ କରିବାକୁ ଡ଼ାକ ଯୋଗେ ସ୍ମାରକ ପତ୍ର ପ୍ରଦାନ କରିବାକୁ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥାପନ କରାଯାଇଥିଲା। ଏଥିରେ ପାରଳାଖେମୁଣ୍ଡିର ରାଜା ଜଗନ୍ନାଥ ଦେବ ନାରାୟଣ ଦେବଙ୍କ ସମୟରେ ୧୭୬୭ରେ ଇଂରେଜ ମାନଙ୍କୁ ବିରୋଧ କରାଯାଇଥିଲା। ୧୮୩୪ ପର୍ଯ୍ୟନ୍ତ ଦୀର୍ଘ ୬୭ ବର୍ଷ ପର୍ଯ୍ୟନ୍ତ ଇଂରେଜ ମାନଙ୍କ ବିରୁଦ୍ଧରେ ସଶସ୍ତ୍ର ସଂଗ୍ରାମ ଚାଲିଥିଲା। ଏଥିରେ ଇଂରେଜ ସେନା ବାରମ୍ବାର ପରାଜିତ ହେବାକୁ ବାଧ୍ୟ ହୋଇଥିଲେ। ଏହି ଅବସରରେ ବିଶାଖାପାଟନାରେ ପାରଳାର ରାଜାଙ୍କ ଇଙ୍ଗିତରେ ଏକ ସିପାହୀ ବିଦ୍ରୋହ ୧୭୮୦ରେ ହୋଇଥିଲା।
ଏଥିରେ ବିଦ୍ରୋହୀ ସିପାହୀଙ୍କ ଗୁଳିରେ ଅନେକ ସେନାଧିକାରୀ ନିହତ ହୋଇ ସେଠିକାର ମୁଖ୍ୟ କାସମାଜାର ଗିରଫ ହୋଇଥିଲେ। ବିଦ୍ରୋହୀ ସିପାହୀ ମାନେ ମଧ୍ୟ ଟ୍ରେଜେରୀ ଲୁଟ କରିଥିଲେ। ପାରଳାର ସଂଗ୍ରାମୀ ମାନେ ରାଜ୍ୟର ଦକ୍ଷିଣ ପଶ୍ଚିମାଞ୍ଚଳକୁ ଯୁଦ୍ଧ କରି ସ୍ବାଧୀନ କରି ଦେଇଥିଲେ ଏବଂ ପୂର୍ବାଞ୍ଚଳକୁ ମଧ୍ୟ ଦଖଲ କରି ନେଇଥିଲେ। ସଂଗ୍ରାମ ଦମ କରିବାକୁ ବ୍ରିଟିସଙ୍କୁ ୬୭ ବର୍ଷ ଲାଗିଥିଲା।
ଏହି ସଂଗ୍ରାମରେ ରାଜା ଓ ତାଙ୍କ ଅଧିନସ୍ଥ ବିଷୋୟୀ, ଦୋରା ମଖାସଦାର , ପାଇକ ସେନା ଓ ଶବର ମାନେ ତଥା ସାଧାରଣ ଜନତା ଅଂଶ ଗ୍ରହଣ କରି ଇଂରେଜ ମାନଙ୍କ ବିରୋଧରେ ସଂଗ୍ରାମକୁ ଏକ ଗଣ ଆନ୍ଦୋଳନରେ ପରିଣତ କରିଥିଲେ। ଉକ୍ତ ଘଟଣା ଭାରତର ସିପାହୀ ବିଦ୍ରୋହ ଓ ଓଡ଼ିଶାର ପାଇକ ବିଦ୍ରୋହ ପୂର୍ବରୁ ଘଟିଥିବା ସତ୍ତ୍ବେ ଏହା ଭାରତ କିମ୍ବା ଓଡ଼ିଶା ଇତିହାସରେ ଯଥାସ୍ଥାନ ପାଇ ପାରିନଥିବାରୁ ଉପସ୍ଥିତ ବୁଦ୍ଧିଜୀବୀ କ୍ଷୋଭ ପ୍ରକାଶିତ କରିଥିଲେ |
ଏଥି ପୂର୍ବରୁ ଐତିହାସିକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଲେଖିଥିବା ପୁସ୍ତକ ପାରଳାର ଲଲାମ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ପୁସ୍ତକଟି ମହାମହୀମ ରାଷ୍ଟ୍ରପତି , ଭାରତର ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରାଯାଇ ଫାସୀଦାଣ୍ଡ ପାଇଥିବା ୧୮ ଜଣ ସ୍ବାଧୀନତା ସଂଗ୍ରାମୀଙ୍କ ସ୍ମୃତି ରକ୍ଷା ପାଇଁ ବିହିତ ବ୍ୟବସ୍ଥା ଦାବି କରାଯାଇଥିବାର ସୂଚନା ପ୍ରଦାନ କରାଯାଉଛି।

0
0
0
s2sdefault