ହେଡଲାଇନସ୍:

ପ୍ରସିଦ୍ଧ ବ୍ରହ୍ମକ୍ଷେତ୍ର ପୀଠରେ ମହାପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ଚନ୍ଦନ ଯାତ୍ରା ଉତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଶେଷ ପାଞ୍ଚ ଦିନ ‘ମାହାଙ୍ଗା ମହୋତ୍ସବ’ ଭାବେ ପାଳନ କରାଯିବ- ମନ୍ତ୍ରୀ

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ)-ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନିପୁର ଗ୍ରାମପଂଚାୟତ ପ୍ରସିଦ୍ଧ ବ୍ରହ୍ମକ୍ଷେତ୍ର ପୀଠରେ ମହାପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ଚନ୍ଦନ ଯାତ୍ରା ଉତ୍ସବ ପ୍ରତ୍ୟହ ଦିନ ନୀତିକାନ୍ତି ଅନୁଯାୟୀ ଅନୁଷ୍ଠିତ ହେଉଅଛି । ଏହି ଚନ୍ଦନ ଯାତ୍ରା ଉତ୍ସବର ଶେଷ ପାଂଚ ଦିନ ଅର୍ଥାତ ମେ ୧୯ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଏହି ଯାତ୍ରାକୁ ମହାଆଡ଼ମ୍ବର ସହକାରେ କରାଯିବା ପାଇଁ ରାଜ୍ୟ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଏହି ଚନ୍ଦନ ଯାତ୍ରା ଉତ୍ସବକୁ ‘ମାହାଙ୍ଗା ମହୋତ୍ସବ’ ଭାବେ ପାଳନ କରାଯିବ ବୋଲି ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି ମନ୍ତ୍ରୀ ଶ୍ରୀ ଜେନାଙ୍କ ର ବ୍ରହ୍ମକ୍ଷେତ୍ର ପୀଠ ଓ ପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ପ୍ରତି ଏକ ସ୍ୱତନ୍ତ୍ର ଆଧ୍ୟାତ୍ମିକତାବାଦୀ ଆକର୍ଷଣ ରହିଛି । କାରଣ ନବକଳେବର ଠାରୁ ଆରମ୍ଭ କରି , ଉଜ୍ଜଳ ଆଲୋକୀକରଣ, ମନ୍ଦିର ଉନ୍ନତିକରଣ, ରଥଦାଣ୍ଡ ପ୍ରଶସ୍ତିକରଣ ଓ ମନ୍ଦିରକୁ ନୂଆ ରଙ୍ଗରେ ରଙ୍ଗ କରାଯିବା ଭଳି ବିକାଶମୂଳକ କାର୍ଯ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା ସମ୍ଭବ ହୋଇପାରିଛି ଯାହାକି ଜଗନ୍ନାଥ ପ୍ରେମୀ ଭକ୍ତମାନଙ୍କୁ ବେଶ ଆକୃଷ୍ଟ କରିପାରିଛି ।

ସେହିପରି ଭାବେ ମନ୍ତ୍ରୀଙ୍କ ଉଦ୍ୟମ କ୍ରମେ ଆଗାମୀ ୧୯ ରୁ ୨୩ ତାରିଖ ପର୍ଯ୍ୟନ୍ତ ହେବାକୁ ଯାଉଥିବା ‘ମାହାଙ୍ଗା ମହୋତ୍ସବ’ କାର୍ଯ୍ୟକ୍ରମରେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ କଳାକାର ମାନଙ୍କ ଦ୍ୱାରା ସାସ୍କୃତିକ କାର୍ଯ୍ୟକ୍ରମ ଯଥା ଓଡ଼ିଶୀ ନୃତ୍ୟ, ସଂଗୀତ, ଓରମାସ ଷ୍ଟଲ , ବିଭିନ୍ନ ପ୍ରକାର ଚରକି ମାନ ସହ କଟକ ବାଲିଯାତ୍ରା ଉତ୍ସବ ଭଳି ପାଳନ କରାଯିବ ବୋଲି ଜଣାଯାଇଛି। ମନ୍ତ୍ରୀ ଙ୍କ ନିର୍ଦ୍ଦେଶ କ୍ରମେ ଏହି ଉତ୍ସବକୁ ସଫଳ କରାଇବା ନିମନ୍ତେ ନିଶ୍ଚିନ୍ତକୋଇଲି ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ଟ୍ରଷ୍ଟି ଧିରେନ୍ଦ୍ରନାଥ ବେହେରା, ସରପଞ୍ଚ ତିଳୋତମା ରାଉତ, ଯୁବନେତା ଜ୍ଞାନରଂଜନ ରାଉତଙ୍କ ସମେତ ଗ୍ରାମବାସୀମାନେ ପ୍ରୟାସ ଜାରି ରଖିଥିଲାବେଳେ ୧୯ ରୁ ୨୩ ତାରିଖ ହେବାକୁ ଥିବା ‘ମାହାଙ୍ଗା ମହୋତ୍ସବ’ ରେ ସମଗ୍ର ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଂଚଳବାସୀ ଯୋଗଦାନ କରି ଅନୁଷ୍ଠିତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ଉପଭୋଗ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ନିମନ୍ତ୍ରଣ କରାଯାଇଛି ।

0
0
0
s2sdefault