ରାୟଗଡ ଜିଲ୍ଲା ବିକାଶ ମଞ୍ଚ ତରଫରୁ ରାୟଗଡ ପୌର ପରିଷଦ ଅଧ୍ୟକ୍ଷଙ୍କୁ ଏକ ସ୍ମାରକପତ୍ର ପ୍ରଦାନ
ରାୟଗଡରୁ ସରୋଜ କୁମାର ସାହୁ: ରାୟଗଡ ସହରର ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଆଜି ରାୟଗଡ ଜିଲ୍ଲା ବିକାଶ ମଞ୍ଚର ସଭାପତି ଶ୍ରୀ ଦୟାନନ୍ଦ ଖାଡାଙ୍ଗାଙ୍କ ନେତୃତ୍ୱରେ ରାୟଗଡ ପୌର ପରିଷଦ ଅଧ୍ୟକ୍ଷଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଉକ୍ତ ସ୍ମାରକପତ୍ରରେ ଲିଖିତ ଦାବୀ ଗୁଡିକ ମଧ୍ୟରେ ରାୟଗଡ ସହରରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଦ୍ୱାରା ବ୍ୟବସ୍ଥିତ ସ୍ୱଚ୍ଛ ଭାରତ ଅଭିଯାନକୁ ପାଳନ କରିବା ଏହାସହ ରାୟଗଡ ସହରର ପ୍ରତ୍ୟେକ ସାହିର ରାସ୍ତାଘାଟକୁ ଠିକ କରିବା, ସାହି ମାନଙ୍କରେ ଥିବା ଡ୍ରେନ ଗୁଡିକର ନିୟମିତ ଭାବେ ସଫା କରାଯାଉ ନ ଥିବାରୁ ଡ୍ରେନ ପାଣି ଠିକ ଭାବେ ନିଷ୍କାସିତ ହେଉ ନାହିଁ ଯା ଫଳରେ ଡ୍ରେନ ପାଣି ରାସ୍ତା ଉପରେ ବୋହି ପୁତି ଗନ୍ଧମୟ ସୃଷ୍ଟି କରୁଛି ତେଣୁ ଡ୍ରେନ ଗୁଡିକରେ ଜମି ଥିବା ଅଲିଆକୁ ନିୟମିତ ସଫା କରିବା, ମ୍ୟାଲେରିଆ, ଡେଙ୍ଗୁ ଭଳି ମାରାତ୍ମକ ରୋଗକୁ ଏଡ଼ାଇବା ପାଇଁ ନିୟମିତ ଭାବେ ଫିନାଇଲ, ବିଲିଚିଙ୍ଗ ଓ ମଶା ଧୂଆଁ ପ୍ରୟୋଗ କରିବା, ସହରର ସାହି ମାନଙ୍କରେ ଜଳୁ ନଥିବା ଷ୍ଟ୍ରିଟ ଲାଇଟ ଗୁଡିକୁ ଠିକ କରିବା ଏହିପରି ବିଭିନ୍ନ ସମସ୍ୟା ନେଇ ରାୟଗଡ ପୌର ପରିଷଦ ଅଧକ୍ଷ ଶ୍ରୀ ପି. ମହେଶ ପଟ୍ଟନାୟକଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଏହି ସ୍ମାରକପତ୍ର ପ୍ରଦାନ ସମୟରେ ରାୟଗଡ ଜିଲ୍ଲା ବିକାଶ ମଞ୍ଚର ସମ୍ପାଦକ ପ୍ରଶାନ୍ତ କୁମାର ପଟନାୟକ, ଉପଦେଷ୍ଟା ନନ୍ଦ କିଶୋର ଚୌଧୁରୀ, ଉପଦେଷ୍ଟା ସାରଥୀ ପଟନାୟକ, କୋଷଧକ୍ଷ ସୁରେଶ ସାହୁ, ସଭ୍ୟ ମନୋଜ କୁମାର ସାହୁ ଓ ସରୋଜ କୁମାର ସାହୁ ପ୍ରମୂଖ ଉପସ୍ଥିତ ଥିଲେ ।