ଜଗତସିଂହପୁର /ସୁମନ୍ତ କୁମାର ଦାସ-ଆଜି ଅପରାହ୍ନ ରେ ଜିଲ୍ଲାପାଳ ଙ୍କ ସଦ ଭାବନା ସଭା ଗୃହ ଠାରେ ଜିଲ୍ଲା ପ୍ରଶାସନ ଓ କାରଖାନା ଏବଂ ବାଷ୍ପୀତ ବିଭାଗ ମିଳିତ ଆନୁକୂଲ୍ୟରେ ସମ୍ଭାବ୍ୟ ରାସାୟନିକ ଦୁର୍ଘଟଣା ମୁକାବିଲା ନିମନ୍ତେ ଜିଲ୍ଲା ଆପାତ କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପାଟାୱରୀ କହିଲେ ଜଗତସିଂହପୁର ଜିଲ୍ଲା ଏକ ପ୍ରାକୃତିକ ବିପର୍ଯୟ ପ୍ରବଣ ଜିଲ୍ଲା l ଜିଲ୍ଲା ର ପାରାଦ୍ୱୀପ ଠାରେ ଗଢି ଉଠିଥିବା ବୃହତ ଶିଳ୍ପାନୁଷ୍ଠାନ ମାନଙ୍କ ରେ ସମ୍ଭାବ୍ୟ ରାସାୟନିକ ଦୁର୍ଘଟଣାର ମୁକାବିଲା ନିମନ୍ତେ ଜିଲ୍ଲା ଆପାତ କାଳୀନ ବୈଠକ ଅନୁଷ୍ଠିତ ହେଉଅଛି l ଶିଳ୍ପାନୁଷ୍ଠାନ ରେ ରାସାୟନିକ ଦୁର୍ଘଟଣା କୁ ମୁକାବିଲା ନିମନ୍ତେ ଆଗୁଆ ପ୍ରସ୍ତୁତି, ସୁରକ୍ଷା ବନ୍ଦୋବସ୍ତ ଗ୍ରହଣ କରିବା ପାଇଁ ଜିଲ୍ଲା ଆପତ କାଳୀନ ଗ୍ରୁପ କାର୍ଯ୍ୟ କରୁଅଛି l ଜଗତସିଂହପୁର ଜିଲ୍ଲା ରେ 9ଟି ମୁଖ୍ୟ ଦୁର୍ଘଟଣା ପ୍ରବଣ ବିପଦପୁର୍ଣ ଶିଳ୍ପାନୁଷ୍ଠାନ ରହିଛି ଓ 6ଟି ବିପଦପୁର୍ଣ ଶିଳ୍ପାନୁଷ୍ଠାନ ରହିଛି l ଜିଲ୍ଲା ରେ ମୋଟ 74ଟି ଶିଳ୍ପାନୁଷ୍ଠାନ ରହିଛି l ଆମୋନିଆ ଓ କ୍ଲୋରିନ ଗ୍ୟାସ ଲିକ ହେବାର ସମ୍ଭାବନା ରହିଛି l ଅଫସାଇଟ ଏମର୍ଜେନ୍ସି ପ୍ଲାନ ପ୍ରସ୍ତୁତ ରଖିବା, ଅଧୁନାତନ କରିବା, ଅନୀଛିନ୍ନ ଭାବେ ରାସାୟନିକ ଦୁର୍ଘଟଣା ପରିଚାଳନା କରିବା, ରାଜ୍ୟ ଓ କେନ୍ଦ୍ର କ୍ରାଇସିସ ଗ୍ରୁପ କୁ ସୂଚନା ପଠାଇବା, ମକଡ୍ରିଲ ଅନୁଷ୍ଠିତ କରାଇବା, ଆଖ ପାଖ ଜନ ସାଧାରଣ ଙ୍କୁ ରାସାୟନିକ ଦୁର୍ଘଟଣା ସମ୍ପର୍କରେ ସଚେତନ କରାଇବା ନିମନ୍ତେ ଶିଳ୍ପାନୁଷ୍ଠାନ କର୍ମ କର୍ତ୍ତା ମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ l ପାରାଦ୍ୱୀପ ରେ ଏକ ଅଗ୍ନିଶମ ୟୁନିଟ ଖୋଲିବା ଏବଂ ଅଗ୍ନି ପ୍ରପୀଡ଼ିତଙ୍କ ପାଇଁ ସ୍ୱାସ୍ଥ୍ୟ ଚିକିତ୍ସା ଖୋଲିବା ପାଇଁ ରାଜ୍ୟ ସରକାର ଙ୍କୁ ପ୍ରସ୍ତାବ ଦିଆଯିବ l ବାହାର ରାଜ୍ୟର ବୃହତ ଶିଳ୍ପାନୁଷ୍ଠାନ ମାନଙ୍କ ରେ ରାସାୟନିକ ଦୁର୍ଘଟଣା ନିମନ୍ତେ ଦିଆଯାଉଥିବା ସୁରକ୍ଷା ଉପାୟ ସମ୍ପର୍କ ରେ ସୂଚନା ଆଦାନ ପ୍ରଦାନ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ରୋପ କରିଥିଲେ l ଏହି ବୈଠକ ରେ ବିପର୍ଯୟ ପରିଚାଳନା ଅନୁଷ୍ଠାନ ଭୋପାଲ ର ଡେପୁଡି ଡାଇରେକ୍ଟର ଡ଼ଃ ଅସିତ କୁମାର ପାତ୍ରୋ ରିସୋର୍ସ ପର୍ସନ ଭାବେ ଯୋଗଦେଇ ସୁରକ୍ଷା ସମ୍ପର୍କିତ ବିଭିନ୍ନ ପ୍ରସ୍ତାବ ଶିଳ୍ପାନୁଷ୍ଠାନ କର୍ମକର୍ତ୍ତା ଙ୍କୁ ସୂଚନା ଦେଇଥିଲେ l ସ୍ଥାନୀୟ କ୍ରାଇସିସ ଗ୍ରୁପ ର ଅଧ୍ୟକ୍ଷ -ତଥା -ଅତିରିକ୍ତ ଜିଲ୍ଲାପାଳ ପାରାଦ୍ୱୀପ ଶ୍ରୀ କାହ୍ନୁଚରଣ ଧୀର ପ୍ରାକୃତିକ ବିପର୍ଯୟ ଓ ମନୁଷ୍ୟ କୃତ ବିପର୍ଯୟ ସମ୍ପର୍କରେ ଅବତାରଣା କରିଥିଲେ l ପ୍ରାରମ୍ଭ ରେ ଫାକଟ୍ରିନ ଆଣ୍ଡ ବଏଲର ବିଭାଗ ସରକାରି ନିର୍ଦେଶକ ଶ୍ରୀ ଚନ୍ଦ୍ରକାନ୍ତ ଦଳାଇ ଜିଲ୍ଲାରେ ଶିଳ୍ପାନୁଷ୍ଠାନ ର ସଂକ୍ଷିପ୍ତ ଦୃଶ୍ୟ କ୍ରମ ଏବଂ ଜିଲ୍ଲା କ୍ରାଇସିସ ଗ୍ରୁପ ର କାର୍ଯ୍ୟାବଳୀ ସମ୍ପର୍କରେ ଅବତାରଣା କରିଥିଲେ l ଏହି ବୈଠକ ରେ ଏଫକୋ ଲିମିଟେଡ଼, ଆଇଓସିଏଲ ରିଫାଇନାରୀ, ପିପିଏଲ, ଗେଲଇଣ୍ଡିଆ ପ୍ରସ୍ତୁତି ବୃହତ ଶିଳ୍ପାନୁଷ୍ଠାନ ର କର୍ମ କର୍ତ୍ତା ମାନେ ପାୱାର ପଏଣ୍ଟ ପ୍ରେଜେନ ଟେସନ ମାଧ୍ୟମରେ ଶିଳ୍ପାନୁଷ୍ଠାନ ପକ୍ଷରୁ ଗ୍ରହଣ କରାଯାଇଥିବା ସୁରକ୍ଷା, ମକଡ୍ରିଲ ପ୍ରସ୍ତୁତି ସମ୍ପର୍କରେ ପ୍ରଦର୍ଶନ କରିଥିଲେ l ଏହି ବୈଠକ ରେ ସି. ଆଇ. ଏସ. ଏଫ କାମାଣ୍ଡାଣ୍ଟ ସି. ଡି. ଏମ. ଓ, ପରିବହନ ଅଧିକାରୀ, ଡି. ଏମ. ପି ଶ୍ରୀ ସତ୍ୟ ନାରାୟଣ ପଟ୍ଟନାୟକ, ଜେନେରାଲ ମ୍ୟାନେଜର, ଜିଲ୍ଲା ଶିଳ୍ପ କେନ୍ଦ୍ର, ସି. ଡି. ଏ. ଓ, ଫାୟାର ଅଫିସର, ନିର୍ବାହୀ ମନ୍ତ୍ରୀ ଆର. ଡ଼ ବ୍ଲୁ. ଏସ. ଏସ, ଜନ ସ୍ୱାସ୍ଥ୍ୟ, ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ର ଅଧିକାରୀ ମାନେ ଯୋଗଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ l ଶେଷରେ ଡେପୁଡି କଲେକ୍ଟର ଜରୁରୀ ଜଶଶ୍ୱିନୀ ପୃଥାଳ ଧନ୍ୟବାଦ ଅର୍ପଣ କରିଥିଲେ l
ରାଜ୍ୟ
ସମ୍ଭାବ୍ୟ ରାସାୟନିକ ଦୁର୍ଘଟଣା ମୁକାବିଲା ନିମନ୍ତେ ଜିଲ୍ଲା ଆପତକାଳୀନ ବୈଠକ
- Hits: 336