ହେଡଲାଇନସ୍:

ପଞ୍ଚାୟତ ବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରି ନିଜର ପଞ୍ଚାୟତରେ ଚାଉଳ ବଣ୍ଟନ କଲେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନିଜ ପଞ୍ଚାୟତ କାର୍ଯ୍ୟାଳୟରେ ଚାଉଳ ପାଇ ହିତାଧିକାରୀ ଖୁସି

ପାଟଣାଗଡ଼, ଯତୀନ୍ଦ୍ର ନନ୍ଦ ( ଶାସକ ପ୍ରଶାସକ ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ବାଘମୁଣ୍ଡ ପଞ୍ଚାୟତ ଠାରୁ ଚଙ୍ଗରିଆ ନୂତନ ପଞ୍ଚାୟତ ଗଠନ ହେବାର ଦୀର୍ଘ ୫ ବର୍ଷ ବିତିଯାଇଥିଲେ ମଧ୍ୟ ଚଙ୍ଗରିଆ ପଞ୍ଚାୟତରେ ହିତାଧିକାରୀଙ୍କୁ ରାସନ୍ ସମାଗ୍ରୀ ବଣ୍ଟନ କରିବା ବ୍ୟବସ୍ଥା ନଥିବା ଯୋଗୁଁ ଚାଉଳ,ଗହମ ଆଦି ରାସନ୍ ସମାଗ୍ରୀ ପାଇଁ ବାଘୁମୁଣ୍ଡ ପଞ୍ଚାୟତକୁ ଯିବାକୁ ପଡୁଥିବା ବେଳେ ରାଜ୍ୟ ସରକାର ପଞ୍ଚାୟତର ଦୂରତାକୁ ଆଖି ଆଗରେ ରଖି ନୂତନ ପଞ୍ଚାୟତ ଗଠନ କରିଛନ୍ତି । ପ୍ରକାଶ ଯୋଗ୍ୟ,୨୦୧୭ ମସିହାରେ ନୂତନ ପଞ୍ଚାୟତ ଚଙ୍ଗରିଆ ଗଠନ ହୋଇ ଆଜିକୁ ୫ ବର୍ଷ ବିତିଯାଇଥିଲେ ସୁଦ୍ଧା ପଞ୍ଚାୟତର ସାଧାରଣ ଲୋକେ ସେହି ପୁରୁଣା ବାଘମୁଣ୍ଡ ପଞ୍ଚାୟତ ଉପରେ ନିର୍ଭର କରି ପ୍ରାୟ ୧୦ କିମି ଦୂର ରାସ୍ତା ଯାଇ ଚାଉଳ ଗହମ ଆଦି ରାସନ୍ ସମାଗ୍ରୀ ଆଣୁଥିଲେ । ଯାହାଫଳରେ ବହୁ ହିତାଧିକାରୀ ଏବଂ ବିଶେଷ କରି ବୃଦ୍ଧବୃଦ୍ଧା ମାନେ ବହୁ ହଇରାଣ ହରକତ ହେଉଥିଲେ । ଚଳିତବର୍ଷ ୨୦୨୨  ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ନିର୍ବାଚନ ରେ ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରିଥିବା ସମାଜସେବୀ ତଥା ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ସୁଶୀଲ  କୁମାର ଗୁରୁ ମୁଁ ବିଜୟ ଲାଭ କଲେ ଆମ ନୂତନ ଚଙ୍ଗରିଆ ପଞ୍ଚାୟତରେ ଚାଉଳ ଗହମ ମିଳିବାର ବ୍ୟବସ୍ଥା କରିବି ବୋଲି ପ୍ରତିଶ୍ରୁତି ଦେଇଥିଲେ । ଶ୍ରୀ ଗୁରୁ ସରପଞ୍ଚ  ଦାୟିତ୍ୱ ନେବା ପରେ ପଞ୍ଚାୟତରେ ଚାଉଲ ମିଳିବ ବୋଲି  ଦେଇ ଥିବା ପ୍ରତିଶୃତିକୁ ଆଜି ସଫଳ କରିଛନ୍ତି l ସମାଜସେବୀ ସରପଞ୍ଚ  ସୁଶୀଳ କୁମାର ଗୁରୁ ଚଙ୍ଗରିଆ ଗ୍ରାମ ପଞ୍ଚାୟତରେ ଚାଉଳ ଗହମ ବଣ୍ଟନ କରାଯାଇଥିଲା । ହିତାଧିକାରୀ ମାନେ ନିଜ ନୂତନ ପଞ୍ଚାୟତ ଚଙ୍ଗରିଆ କାର୍ଯ୍ୟଳୟରେ ଚାଉଳ ଗହମ ଆଦି ରାସନ ସାମଗ୍ରୀ ପାଇବା ଦ୍ୱାରା ବହୁତ ଖୁସି ବ୍ୟକ୍ତ କରିବା ସହ ସରପଞ୍ଚ ଶ୍ରୀ ଗୁରୁ ଙ୍କୁ ହିତାଧିକାରୀ ମାନେ  କହିଛନ୍ତି ଯେ ଦାଦା ୫ ବରଷ୍ ବିତିଗଲା ଆମେ ବାଘମୁଣ୍ଡ କେ ୧୦ କିଲୋମିଟର ରାସ୍ତା ଯିବାକେ ପଡୁଥିଲା ଖରାବର୍ଷା ଶୀତ କାକରରେ ବହୁତ କଷ୍ଟରେ ଚାଉଳ ଗହମ ଆଣୁ ଥିଲୁ ଆମେ ନିଜର ପଞ୍ଚାୟତ ହେଲା ନାଇଁ ପାଇ ଇ ଥର ଗାଁରେ ଚାଉଳ ଗହମ ପାଇ କରି ହିତାଧିକାରୀଙ୍କ ସହ ଚଙ୍ଗରିଆ ପଞ୍ଚାୟତ ର ଜନସାଧାରଣ ସମସ୍ତେ ଖୁସିବ୍ୟକ୍ତ କରିବା ସହ ସରପଞ୍ଚ ଶ୍ରୀ ଗୁରୁ ଙ୍କ ଏପରି ଉଦ୍ୟମ କୁ ସାଧୁବାଦ ଜଣାଇଥିଲେ l ତେବେ ଆଗାମୀ ଦିନରେ ପଞ୍ଚାୟତର ଉନ୍ନତି ଦିଗରେ ସରପଞ୍ଚ ଶ୍ରୀ ଗୁରୁ ଙ୍କ ପ୍ରୟାସ ଜାରି ରହିବ ବୋଲି ପଞ୍ଚାୟତର ଜନସାଧାରଣ ଆଶା ବାନ୍ଧିଛନ୍ତି । ପଞ୍ଚାୟତ ରେ ଲାଗି ରହିଥିବା ପାନୀୟ ଜଳ ସମସ୍ୟା ରାସ୍ତାଘାଟ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବାର୍ଦ୍ଧକ୍ୟ ଭତ୍ତା ଆଦି ସମସ୍ୟା ର ସମାଧାନ ଧିରେଧିରେ କରିପାରିବେ ବୋଲି ସରପଞ୍ଚ ଶ୍ରୀ ଗୁରୁ ମତପ୍ରକାଶ କରିଛନ୍ତି ।

0
0
0
s2sdefault