ହେଡଲାଇନସ୍:

ରଶ୍ମିତାଙ୍କ ଟ୍ୱିଟ ପ୍ରଭାବରେ ଉଦ୍ଧାର ହେଲେ ହାଇଦ୍ରାବାଦ ରେ ଫସି ରହିଥିବା ୪ ଜଣ ଶ୍ରମିକ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବରଗଡ : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରାଜପୂର୍ ପଞ୍ଚାୟତ ସିଆଲପାଲା ଗ୍ରାମର ର ୧୧ ଜଣ ପିଲା ହାଇଦ୍ରବାଦକୁ କାମ କରିବାକୁ ଯାଇଥିଲେ । ସେଠାରେ ମାଲିକଙ୍କ ନିର୍ଯାତନା ସହି ନ ପାରି ୭ ଜଣ ପିଲା ଫେରି ଆସିଥିଲେ ଓ ଅନ୍ୟ ୪ ଜଣ ସେଠାରେ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ତାଙ୍କ ପିତା ମାନେ ଶ୍ରମ ଅଧିକାରୀ, କଳାହାଣ୍ଡି ଙ୍କୁ ଦରଖାସ୍ତ କରିଥିଲେ । ଏହି ଦରଖାସ୍ତକୁ ସାମାଜିକ କର୍ମୀ ବରଗଡ଼ର ରଶ୍ମିତା ମେହେର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତଥା ଶ୍ରମ କମିଶନରଙ୍କୁ ସାମାଜିକ ଗଣମାଧ୍ୟମ ଟ୍ୱିଟ୍ ଯୋଗେ ଜଣାଇଥିଲେ । ସଙ୍ଗେ ସଙ୍ଗେ ବିଭାଗ ତତ୍ପରତା ପ୍ରକାଶ କରି ଫସି ରହିଥିବା ପିଲାଙ୍କୁ ଉଦ୍ଧାର କରିଥିଲେ । ରଶ୍ମିତା ଙ୍କ ଏହିପରି କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।

0
0
0
s2sdefault