କେନ୍ଦୁଝର(ଶାସକ ପ୍ରଶାସକ) : ନବୀନ ବାବୁଙ୍କ ଘୋଷଣା ନେଇ କେନ୍ଦୁଝର ବଡଦାଣ୍ଡର ସୌନ୍ଦର୍ଯ୍ୟକରଣ କାମର ଶୁଭାରମ୍ଭ ଜିଲ୍ଲାପାଳ ଆଶିଷ ଥାକରେ ଏକ ସଭା ମାଧ୍ୟମରେ ଶୁଭ ପକେଇଛନ୍ତି । ଏହି ସଭାରେ କେନ୍ଦୁଝର ଏସପି , ଡିଏଫଓ , ସଦର ସଦର ଉପଜିଲ୍ଲାପାଳ, କେନ୍ଦୁଝର ରାଜାସାହେବ ମଂଚାସିନ ଥିଲେ । କେନ୍ଦୁଝର ବଡଦାଣ୍ଡର ପ୍ରଭୁତ ଉନ୍ନତି ହୋଇ ବଳଦେବଜୀଉଙ୍କ ମନ୍ଦିର ଓ ପୁରୁଣା ସହରରେ କିପରି ଅନେକ ଉନ୍ନତି ହେବ ତାହାର ଚିତ୍ର ଜନତାଙ୍କ ଭିତରେ ଜିଲ୍ଲାପାଳ ଓ ଅନ୍ୟ ଅତିଥି ମାନେ ରଖିଥିଲେ ।
ମଞ୍ଚରେ ବଳଦେବଜୀଉଙ୍କ ମୁଖ୍ୟ ବଡ଼ପଣ୍ଡା ରାଜକିଶୋର ପଣ୍ଡା ଓ ରଥଯାତ୍ରା ବେଳେ ପାରମ୍ପରିକ ଶିଆଳି ଦଉଡ଼ି ଯୋଗାଉ ଥିବା ଭୂୟାଁ ସର୍ଦ୍ଦାର କୁଞ୍ଜ ଦେହୁରୀଙ୍କୁ ସମ୍ମାନିତ କରା ଯାଇ ଥିଲା । ସଭା ଶେଷରେ ଜିଲ୍ଲାପାଳ ଘୋଷଣା କରି ଥିଲେ କି କେନ୍ଦୁଝର ବଳଦେବଜୀଉଙ୍କ ନନ୍ଦୀଘୋଷକୁ ଗିନିଜ ରେକର୍ଡ ବୁକ କର୍ତ୍ତୃପକ୍ଷ ବିଶ୍ୱର ଉଚ୍ଚତମ ରଥର ମାନ୍ୟତା ପ୍ରଦାନ କରିଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ କେନ୍ଦୁଝର ରଥ ଆରମ୍ଭରୁ ୭୨ ଫୁଟ ଉଚ୍ଚତାର ହେଉ ଥିଲା ଆଜିବି ସେତିକି ହେଉଛି ଯାହା ବିଶ୍ୱରେ ଉଚ୍ଚତମ ଅଟେ । ତେଣୁ କେନ୍ଦୁଝର ରଥଯାତ୍ରାକୁ ବିଶ୍ବସ୍ତରରେ ପରିଚିତ କରାଇବାକୁ ବଡଦାଣ୍ଡର ନବକଳେବର କରାଯିବ ।ଏହି ସଭାରେ ପୁରୁଣା ସହରର ଅନେକ ବୁଦ୍ଧିଜୀବୀ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ ।