ହେଡଲାଇନସ୍:

 କଳିଙ୍ଗ ଷ୍ଟୁଡ଼ିଓର ପୁନରୁଦ୍ଧାର ଓ ପୁନର୍ନିମାଣ କରାଯିବ, ମନ୍ତ୍ରୀସ୍ତରୀୟ କମିଟିର ଷ୍ଟୁଡ଼ିଓ ପରିଦର୍ଶନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

06-08-18-kalinga.jpg - 85.25 kB

ଭୁବନେଶ୍ୱର(ଶାପ୍ରବ୍ୟୁ) : ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ବିକାଶ ସହ ଏହା ଅଧୀନରେ ଥିବା  କଳିଙ୍ଗ ଷ୍ଟୁଡ଼ିଓର ପୁନରୁଦ୍ଧାର କରାଯାଇ ଏହାକୁ ଅଧିକ  ଆକର୍ଷଣୀୟ କରାଯିବା ଏଥି ନିମନ୍ତେ ଯଥାଶୀଘ୍ର ନୀତି ନିର୍ଦ୍ଧାରଣ କରାଯାଇ ଏହାର ସମୟଭିତ୍ତିକ ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରାଯିବ ଏବଂ ସରକାରଙ୍କ ନିକଟରେ ପ୍ରସ୍ତାବ ଉପସ୍ଥାପନ କରାଯିବ ବୋଲି ଅର୍ଥମନ୍ତ୍ରୀ  ଶଶିଭୂଷଣ ବେହେରା କହିଛନ୍ତି |  

ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଅର୍ଥ, ଅବକାରୀମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ମନ୍ତ୍ରୀସ୍ତରୀୟ କମିଟି ଆଜି କଳିଙ୍ଗ ଷ୍ଟୁଡ଼ିଓ ପରିଦର୍ଶନ କରିବା ଅବସରରେ ମନ୍ତ୍ରୀ ଶ୍ରୀ ବେହେରା କହିଲେ ଯେ ଏକଦା ପୂର୍ବ ଭାରତରେ ସବୁଠାରୁ ଉତ୍ତମ ମାନର କଳିଙ୍ଗ ଷ୍ଟୁଡ଼ିଓର ପୁନରୁଦ୍ଧାର କରାଯାଇ ଏହାକୁ ଭାରତବର୍ଷରେ ଯେ କୌଣସି ଉନ୍ନତ ମାନର ଷ୍ଟୁଡ଼ିଓ ସମତୁଲ କରାଯିବା ଏହା ଦ୍ୱାରା ଓଡ଼ିଆ ଚଳଚ୍ଚିତ୍ର ସମେତ ଅନ୍ୟ ଭାଷାର ଚଳଚ୍ଚିତ୍ର ମଧ୍ୟ ସୁଟିଙ୍ଗ କରାଯାଇପାରିବ ଏବଂ ଓଡ଼ିଶାରେ ଚଳଚ୍ଚିତ୍ର ଶିଳ୍ପର ଉନ୍ନତି ସାଧିତ ହୋଇପାରିବା ଏଥି ନିମନ୍ତେ ସମସ୍ତ ପ୍ରକାର ଆବଶ୍ୟକୀୟ ଭିତ୍ତିଭୂମି ନିର୍ମାଣ କରାଯିବା ଏହା ଓଡ଼ିଆ ସିନେମାର ପ୍ରଯୋଜକମାନଙ୍କୁ ସୁବିଧାରେ ଓ ସହଜରେ ସିନେମା ପ୍ରସ୍ତୁତ କରିବାରେ ସହାୟକ ହେବ ଏବଂ ଏହା ଦ୍ୱାରା ଉନ୍ନତ ମାନର ଓଡ଼ିଆ ସିନେମା ନିର୍ମାଣ କରାଯାଇପାରିବା 

ମନ୍ତ୍ରୀସ୍ତରୀୟ କମିଟିର ସଦସ୍ୟ ଉଚ୍ଚଶିକ୍ଷା ଓ ଶିଳ୍ପମନ୍ତ୍ରୀ  ଅନନ୍ତ ଦାସ କଳିଙ୍ଗ ଷ୍ଟୁଡ଼ିଓ ପରିଦର୍ଶନ ସମୟରେ ଓଡ଼ିଆ ଚଳଚ୍ଚିତ୍ରର ଉନ୍ନତି ନିମନ୍ତେ ଏକ ଫିଲ୍ମ ପଲିସି ପ୍ରଣୟନ କରିବା ସହିତ କଳିଙ୍ଗ ଷ୍ଟୁଡ଼ିଓର ପୁନରୁଦ୍ଧାର ଓ ପୁନର୍ନିମାଣ କାର୍ଯ୍ୟ ନିମନ୍ତେ ଏକ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରି ଏହାକୁ ନିୟମିତ ଭାବେ ସମୀକ୍ଷା କରିବା ପାଇଁ କହିଥିଲେ |

ଏହି କମିଟିର ସଦସ୍ୟ ମହିଳା ଓ ଶିଶୁବିକାଶ, ମିଶନ ଶକ୍ତି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ  ପ୍ରଫୁଲ୍ଲ ସାମଲ ପୁରୁଣା ସିନେମା ହଲଗୁଡ଼ିକର ପୁନରୁଦ୍ଧାର କରାଯାଇପାରିଲେ ଛୋଟ ଛୋଟ ସହର ଓ ଗ୍ରାମାଞ୍ଚଳର ଦର୍ଶକମାନେ ଓଡ଼ିଆ ସିନେମା ଦେଖୀବାର ସୁଯୋଗ ପାଇବେ ବୋଲି କହିଥିଲ |ଓଡ଼ିଆ ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ ମନ୍ତ୍ରୀସ୍ତରୀୟ କମିଟି ସମ୍ମୁଖରେ ନିଗମ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲୋ ଚଳଚ୍ଚିତ୍ର ଉନ୍ନୟନ ନିଗମ ଦେଇଥିବା  ଋଣକୁ ଓଟିଏସ୍ ମାଧ୍ୟମରେ ଫଇସଲା, ସବ୍ସିଡ଼୍ ଓ ସରଚାର୍ଜ ବ୍ୟବସ୍ଥା ପ୍ରଚଳନ ସହିତ ମ୍ୟାନେଜରିଆଲ ଫଣ୍ଡର ବ୍ୟବସ୍ଥା କରିବା ପାଇଁ ପ୍ରସ୍ତାବ ଦେଇଥିଲୋ ସଂପ୍ରତି କଳିଙ୍ଗ ଷ୍ଟୁଡ଼ିଓ ପୁନର୍ନିମାଣ ନିମନ୍ତେ ପ୍ରସ୍ତୁତ ବ୍ଲୁପ୍ରିଣ୍ଟକୁ ନିଗମର ଅଧ୍ୟକ୍ଷ ମନ୍ତ୍ରୀସ୍ତରୀୟ କମିଟି ସମ୍ମୁଖରେ ଉପସ୍ଥାପନ କରିଥିଲେ ଏବଂ ବର୍ଷତମାମ ଯେପରି ଷ୍ଟୁଡ଼ିଓରେ ଚଳଚ୍ଚିତ୍ର ଏବଂ ଟିଭି ଧାରାବାହିକ ସୁଟିଙ୍ଗ ହୋଇପାରିବ ସେଥି ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଉଛି ବୋଲି ଶ୍ରୀ ତ୍ରିପାଠୀ  କହିଥିଲ | 

ପରେ ମନ୍ତ୍ରୀସ୍ତରୀୟ କମିଟି କଳିଙ୍ଗ ଷ୍ଟୁଡ଼ିଓ ପରିସରରେ ଚାଲିଥିବା ବିଭିନ୍ନ ନିର୍ମାଣ କାର୍ଯ୍ୟ ବୁଲି ଦେଖୀଥିଲେ | ଏହି ଅବସରରେ ଚଳଚ୍ଚିତ୍ର ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ, ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ(କୋଠାବାଡ଼ି)ଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତଥିଲୋ 

0
0
0
s2sdefault