ହେଡଲାଇନସ୍:

ଭଞ୍ଜନଗର ପଂଚାୟତ ସମିତି ବୈଠକ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଞ୍ଜନଗର/ନିଲୁ ବିଷୋୟୀ : ଭଞ୍ଜନଗର ପଞ୍ଚାୟତ ସମିତିର ସମ୍ମିଳନୀ କକ୍ଷରେ ଆଜି ପ୍ରଥମ ପଞ୍ଚାୟତ ସମିତି ସାଧାରଣ ବୈଠକ ପଂଚାୟତ ସମିତି ଅଧ୍ୟକ୍ଷ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ଜଙ୍ଗଲ ପରିବେଶ ଜଳବାୟୁ ପରିବର୍ତନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ଯୋଗଦେଇ ଦଳଗତ ନିର୍ବିଶେଷରେ ଓଡିଶା ସରକାର ଙ୍କ ବିଭିନ୍ନ ଜନହିତକାରୀ ଯୋଜନା କିଭଳି ଭାବେ ଜନସାଧାରଣ ଙ୍କ ପାଖରେ ପହଂଚି ପାରିବ ସେଥିପାଇଁ ଆନ୍ତରିକ ଉଦ୍ୟମ କରିବା ପାଇଁ ଆହ୍ୱାନ ଦେଇଥିଲେ ଓ ଭଞ୍ଜନଗର ବ୍ଲକ ଅଧିନସ୍ଥ ଗ୍ରାମ ପଂଚାୟତ ମାନଙ୍କ ବିଭିନ୍ନ ଉନ୍ନତି ମୂଳକ କାମ ବିଷୟରେ ଆଲୋଚନା କରିବା ସହ ଭଞ୍ଜନଗର ବ୍ଲକ କୁ ଏକ ସୁଦୃଢ ଓ ବିକଶିତ ବ୍ଲକ ରୂପେ କିପରି ପରିଣତ ହେବ ମାନ୍ୟବର ମନ୍ତ୍ରୀ ସମସ୍ତ ସରପଞ୍ଚ ସମିତି ସଭ୍ୟ,ସମିତି ସଭ୍ୟା ଓ ଜିଲ୍ଲାପରିଷଦ ସଦସ୍ୟ, ସଦସ୍ୟା ଙ୍କୁ ଉବୋଧନ ଦେଇଥିଲେ। ଏଥିରେ ଭଞ୍ଜନଗର ପଂଚାୟତ ସମିତି ର ଅଧ୍ୟକ୍ଷ, ଉପାଧ୍ୟକ୍ଷା ଭଞ୍ଜନଗର ବି.ଡି.ଓ,ସାଂସଦ ପ୍ରତିନିଧି,ଭଞ୍ଜନଗର ବ୍ଲକ ଅଧିନସ୍ଥ ସମସ୍ତ ସରପଞ୍ଚ, ସମିତି ସଭ୍ୟ,ସଭ୍ୟା ଜିଲ୍ଲାପରିଷଦ ସଦସ୍ୟ,ସଦସ୍ୟା, ବିଭିନ୍ନ ସରକାରୀ ଅଧିକାରୀ,ସମାଜସେବୀ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

0
0
0
s2sdefault