ହେଡଲାଇନସ୍:

କର୍କଟ  ଆତଙ୍କରେ ବରଗଡ ଜିଲ୍ଲାବାସୀ !!!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

06-08-18-cancer.jpg - 73.89 kB

ବରଗଡ଼(ଗୌରାଙ୍ଗ ଦାସ)- ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲାକୁ ଗ୍ରାସୁଛି କର୍କଟ । ଚାଷରେ ଅତ୍ୟଧିକ ସାର ଓ କୀଟନାଶକ ଔଷଧ ପ୍ରୟୋଗ ଯୋଗୁଁ ଉତ୍ପାଦିତ ଶସ୍ୟ ଓ ପନିପରିବା ଖାଇବା ଦ୍ବାରା ବରଗଡ଼ରେ ବଢିଚାଲିଛି କର୍କଟ ରୋଗୀଙ୍କ ସଂଖ୍ୟା । ଏହି ଜିଲ୍ଲାରେ ଓଡ଼ିଶାର ସର୍ବାଧିକ କର୍କଟ ରୋଗୀ ଚିହ୍ନଟ ହୋଇଥିବା ବେଳେ ଏହି ରୋଗରେ ମୃତ୍ୟୁହାରକୁ ଦେଖି ବରଗଡ଼ର ଜନସାଧାରଣ ଭୟଭୀତ ହୋଇପଡିଛନ୍ତି । 

ଏପରି ପରିସ୍ଥିତିରେ ପୁଣି ଏବେ ମାଛ ଖାଉଥିବା ବ୍ୟକ୍ତିଙ୍କୁ କର୍କଟ ହେବାର ସମ୍ଭାବନା ଅଧିକ ରହିଛି ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ଜୋର୍‌ ଧରିଛି। ଫଳରେ ବରଗଡ଼ବାସୀ ଅଧିକ ଆତଙ୍କିତ ହୋଇ ପଡିଛନ୍ତି । ଆନ୍ଧ୍ରମାଛରେ ଫର୍ମାଲିନ ନାମକ ଏକ ରାସାୟନିକ ଦ୍ରବ୍ୟ ପ୍ରୟୋଗ କରିବା ଦ୍ବାରା ମାଛ ଅଧିକ ଦିନ ଧରି ତାଜା ରହିଥାଏ । ତେଣୁ ମାଛ ବ୍ୟବସାୟୀମାନେ ଦୂରଦୂରାନ୍ତକୁ ମାଛ ରପ୍ତାନୀ କରି ବ୍ୟାପାର ବଢ଼େଇବା ପାଇଁ ଏହି ଫର୍ମାଲିନ ପ୍ରଚୁର ମାତ୍ରାରେ ପ୍ରୟୋଗ କରିଥାଆନ୍ତି । ଏହି ମାଛ ଖାଇବା ଦ୍ବାରା ମାଛରେ ମିଶିଥିବା ଫର୍ମାଲିନ ଶରୀରକୁ ଯାଇ ପରେ କର୍କଟର ରୂପ ନେଇଥାଏ । ଗଣମାଧ୍ୟମରେ ଏଭଳି ଖବର ପ୍ରକାଶ ପାଇବା ପରେ ଓଡିଶା ଖାଦ୍ୟ ସୁରକ୍ଷା କମିଶନରଙ୍କ ଅଫିସ ତରଫରୁ ସ୍ବାସ୍ଥ୍ୟ ବିଭାଗ ଅଧିକାରୀମାନଙ୍କୁ ରାଜ୍ୟର ବିଭିନ୍ନ ସ୍ଥାନରୁ ମାଛ ନମୁନା ସଂଗ୍ରହ ପାଇଁ ନିର୍ଦ୍ଦେଶ ଜାରି କରାଯାଇଥିଲା । ତେବେ ବରଗଡ଼ ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏ ପର୍ଯ୍ୟନ୍ତ ମାଛବଜାର ଉପରେ କୌଣସି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯାଇନଥିବା ଜଣାପଡିଛି । ପଡୋଶୀ ଜିଲ୍ଲାରେ ବିଭିନ୍ନ ମାଛ ବଜାରରୁ ନମୂନା ସଂଗ୍ରହ କରି ରାଜ୍ୟସ୍ତରୀୟ ଲାବୋରେଟୋରୀକୁ ପଠାଯାଇଥିବା ସୂଚନା ମିଳିଛି । ଏନେଇ ବରଗଡ଼ରେ ମାଛ ବିକ୍ରେତାମାନେ ମଧ୍ୟ ଆତଙ୍କିତ ହୋଇପଡିଛନ୍ତି । ଏହି କାରଣରୁ ମାଛ ବଜାର ମଧ୍ୟ ବେଶ୍‌ ପ୍ରଭାବିତ ହୋଇଥିବା ଜଣାପଡିଛି । ତେବେ ବରଗଡ଼ ସହରରେ ବିକ୍ରି ହେଉଥିବା ମାଛରେ ଫର୍ମାଲିନ ରହିଛି କି ନାହିଁ ସେ ନେଇ ପରୀକ୍ଷାନିରୀକ୍ଷା କରି ଆନ୍ଧ୍ରପ୍ରଦେଶରୁ ଓଡିଶାକୁ ଆସୁଥିବା ପ୍ରଚୁର ପରିମାଣର ମାଛ ଯେପରି ବଜାରକୁ ନଆସିବ ସେଥିପ୍ରତି ବରଗଡ଼ ପ୍ରଶାସନ ଗୁରୁତ୍ୱ ଦେବା ଜରୁରୀ ହୋଇପଡିଛି ।

0
0
0
s2sdefault