ଖୁବ୍ ଶୀଘ୍ର ସାମିଲ ହେବ ଇ- ବସ୍ - ମନ୍ତ୍ରୀ ଶ୍ରୀ ଜେନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୋ ବସ୍ ସେବା ସଂପର୍କରେ ସମୀକ୍ଷା

ଭୁବନେଶ୍ୱର-ରାଜ୍ୟରେ “ମୋ ବସ” ସେବା , କ୍ରୁଟ୍ ସଂପର୍କରେ ଗୃହ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସମୀକ୍ଷା କରିଛନ୍ତି । ରାଜ୍ୟ ରାଜଧାନୀ ସହରାଂଚଳରେ ପରିବହନ କ୍ଷେତ୍ରରେ କ୍ରୁଟ୍ , “ମୋ ବସ” ସେବା ଆଜି ଏକ ଅତ୍ୟାଧୁନିକ ଆରାମ ଦାୟକ ଜନସାଧାରଣ ପରିବହନ ବ୍ୟବସ୍ଥା ଭାବେ ଉଭା ହୋଇଛି । ସହରୀ ଯାତାୟତ ସେବାରେ ସଂସ୍କାର ଆଣିବାର ଆଦର୍ଶ ଭାବେ ଜାତୀୟ ସ୍ତରରେ ଏକ ମଡେଲ । ବର୍ତମାନ ୩୨ ଟି ରୁଟ୍‌ରେ ଚଳାଚଳ କରୁଥିବା ୨୨୫ ଟି ବସ୍‌ରେ ଭୁବନେଶ୍ୱର , କଟକ , ଖୋର୍ଦ୍ଧା , ପିପିଲି , କୋଣାର୍କ ଓ ପୁରୀ ଭଳି ସହର ଦୈନିକ ହାରାହାରି ୧.୫ ଲକ୍ଷ ଯାତ୍ରୀ ଯାତାୟତ କରୁଛନ୍ତି । ଏହି ସବୁ ବସ୍ ଗୁଡିକ ସୁ-ବ୍ୟବସ୍ଥିତ ପରିଚାଳନା ବ୍ୟବସ୍ଥା ମାଧ୍ୟମରେ ପରିଚାଳିତ ହେଉଛି । ତେବେ ପରିବର୍ତିତ ପରିସ୍ଥିତିରେ ଏଥିରେ ଖୁବ୍ ଶୀଘ୍ର ବ୍ୟାଟେରୀ ଚାଳିତ ବା ଇ-ବସ୍ ସାମିଲ କରିବାକୁ ମନ୍ତ୍ରୀ ଶ୍ରୀ ଜେନା ପରାମର୍ଶ ଦେଇଛନ୍ତି ।
ସମୀକ୍ଷା ବିବରଣୀରୁ ପ୍ରକାଶ ଯେ ୨୦୧୯ ମସିହାରୁ ପ୍ରତି ବର୍ଷ ଦୈନିକ ଯାତ୍ରୀ ପରିବହନ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବା ବେଳେ ରାଜସ୍ୱ ମଧ୍ୟ ବୃଦ୍ଧି ପାଇଛି । ଇତି ମଧ୍ୟରେ ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ମୋ ଇ-ରାଇଡ୍ , ଇ – ରିକ୍ସା ସେବା ଆରମ୍ଭ କରାଯାଇଛି । ଏହା ମାଧ୍ୟମରେ ଲୋକମାନେ ମୋ ବସ୍ ଷ୍ଟାଣ୍ଡ ପର୍ଯ୍ୟନ୍ତ ଆସି ବସ୍ ଧରି ନିଜ ଗନ୍ତବ୍ୟ ସ୍ଥଳିକୁ ଯାଇ ପାରିବେ । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ୨୦୦ ଯାତ୍ରୀ ଅପେକ୍ଷା ପାଇଁ ଆଶ୍ରୟ ସ୍ଥଳ ନିର୍ମାଣ କରାଯାଇଛି । ପଟିଆ ଓ ଭଗବାନପୁରରେ ଅତ୍ୟାଧୁନିକ ବସ୍ ଡିପୋ ନିର୍ମିତ ହୋଇଥିବା ବେଳେ ଗାଡକଣ , ପୋଖରିପୁଟ ଓ ନରାଜ ଠାରେ ଡିପୋ କମ୍ ଅଫିସ ନିର୍ମାଣ କାର୍ଯ୍ୟ ଚଲିିଛି । କ୍ୟାପିଟାଲ ରିଜିଅନର ବିଭିନ୍ନ ଅଭ୍ୟନ୍ତରରେ ସେବା ପ୍ରଦାନ ପାଇଁ ପ୍ରାୟ ୧୦୦ ମିନି ବସ୍ ଚଳାଚଳ କରାଯିବା ପାଇଁ ଲକ୍ଷ୍ୟ ରଖା ଯାଇଛି । ଏହି ମୋ ବସ୍ ସେବା ୨୦୧୯ ରୁ ୨୦୨୧ ମଧ୍ୟରେ ଜାତୀୟ ସ୍ତରରେ ଏବଂ କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ତରଫରୁ ୭ ଟି ପୁରସ୍କାର ପାଇ ପାରିଛି । ଆଗାମୀ ଦିରେ କିପରି ଏହାକୁ ଆହୁରି ଅଧିକ ବ୍ୟାପକ ଓ ସୁଦୃଢ କରାଯାଇ ପାରିବ ସେ ନେଇ ଉଦ୍ୟମ କରିବାକୁ ମନ୍ତ୍ରୀ ଶ୍ରୀ ଜେନା ପରାମର୍ଶ ଦେଇଛନ୍ତି । ଲୋକସେବା ଭବନସ୍ଥିତ ମନ୍ତ୍ରୀ ଶ୍ରୀ ଜେନାଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଉକ୍ତ ବୈଠକରେ କ୍ରୁଟ୍‌ର ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ କୁମାର ସିଂହ ଓ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀ ମାନେ ଉପସ୍ଥିତ ଥିଲେ ।

0
0
0
s2sdefault