ଆଧ୍ୟାତ୍ମିକ ସୃଜନ ପତ୍ରିକା *"ଭାଗବତାମୃତ" ର ଶୁଭ ଉନ୍ମୋଚନ ଓ ସାଧୁ ସନ୍ଥ ସମ୍ମିଳନୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର/ସୁମନ୍ତ କୁମାର ଦାସ:ଜଗତସିଂହପୁର କୁଜଙ୍ଗ ବ୍ଲକ ରାହାମା କଲେଜ ପଡିଆରେ ଏକାଦଶତମ ବର୍ଷରେ ପାଦ ଥାପିଥିବା ନାମାଚାର୍ୟ୍ୟ ଶ୍ରୀମଦ୍ ବାୟାବାବା ଭାଗବତ ପ୍ରସାର ପ୍ରଚାର ସମିତି ଆଧ୍ୟାତ୍ମିକ ଅନୁଷ୍ଠାନ ରାହାମା ଆନୁକୁଲ୍ୟରେ ରାହାମା କଲେଜ ପଡ଼ିଆରେ ତା୨୩/୦୪/୨୨ରୁ ତା ୩୦/୦୪/୨୨ ସପ୍ତାହ ବ୍ୟାପୀ ଆୟୋଜିତ ଭାଗବତ ମହାପୁରାଣ ଜ୍ଞାନ ଯଜ୍ଞର ଉଦଯାପନ ଦିବସର ସ୍ବର୍ଣ୍ଣିମ ସନ୍ଧ୍ୟା ରେ ଓଡ଼ିଶାର ମହାନ୍ ସାଧୁ ଓ ସନ୍ଥ ମାନଙ୍କ ଗହଣରେ ଅନୁଷ୍ଠାନ ର ଆଧ୍ୟାତ୍ମିକ ସୃଜନ ପତ୍ରିକା "ଭାଗବତାମୃତ"ର ଶୁଭ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ବରେଣ୍ୟ ମୁଖ୍ୟ ଅତିଥି ସ୍ବାମୀ ଶିବ ଚିଦାନନ୍ଦ ସରସ୍ୱତୀ ଦିବ୍ୟଜୀବନ ସଂଘ ଋଷିକେଶ, ବାବା ବିପିନ ବିହାରୀ ଦାସ ଜାତୀୟ ମୁଖ୍ୟ କଳ୍ପତରୁ ଆଶ୍ରମ, ମହନ୍ତ ଶ୍ରୀ ରାମକୃଷ୍ଣ ଦାସ ମହାରାଜ ରାଧା ବଲ୍ଲଭ ମଠ ପୁରୀ, ଡଃ ଅଭୟ କୁମାର ନାୟକ କୂଳସଚିବ ନାଇଜର, ସ୍ବାମୀ ଚିଦାନନ୍ଦ ମହାରାଜ ଅଧ୍ୟକ୍ଷ ଅନ୍ତଃରାଷ୍ଟ୍ରୀୟ ଗୀତା ମିଶନ, ସ୍ବାମୀ ଡଃ ଶ୍ରୃତିସାଗର ସରସ୍ବତୀ ଓଡ଼ିଶା ଧର୍ମଜାଗରଣ ସଂଘ,ଓ ସାଧୁ ସନ୍ଥଙ୍କ ସହିତ ଅନ୍ୟାନ୍ୟ ବିଜ୍ଞ ଓ ବିଦ୍ୱାନ ମାନଙ୍କ ଉପସ୍ଥିତି ଓ ଅମୂଲ୍ୟ ଈଶ୍ବରୀୟ ବକ୍ତବ୍ୟ ଉପସ୍ଥିତ ଥିବା ହଜାର ହଜାର ଜନସାଧାରଣଙ୍କୁ ଅଭିଭୂତ କରିଦେଇଥିଲା। ଓଡ଼ିଶାର ଅନ୍ୟତମ ବରପୁତ୍ର କିଟ୍ ଓ କିସ୍ ବିଶ୍ବବିଦ୍ୟାଳୟ ର ପ୍ରତିଷ୍ଠାତା ସାଂସଦ ଡଃ ଅଚ୍ୟୁତ ସାମନ୍ତ ନିଜର କାର୍ଯ୍ୟବ୍ୟସ୍ତତା ଯୋଗୁ ଉପସ୍ଥିତ ହୋଇପାରିନଥିଲେ। ଉପସ୍ଥାପକ ଶରଣାରବିନ୍ଦ ଓଝା ଙ୍କର ଅନନ୍ୟ ଉପସ୍ଥାପନା ଶୈଳୀ ନିଆରା ମାହୋଲ ସୃଷ୍ଟି କରିପାରିଥିଲା ଭକ୍ତ ମାନଙ୍କ ମଧ୍ୟରେ ମଞ୍ଚର ଧାରାବାହିକ ବକ୍ତା ପ୍ରବଚକ ନାଉଗାଁ ତିହୁଡା ଆଶ୍ରମ ର ବ୍ରହ୍ମଚାରୀ ସତ୍ୟାନନ୍ଦ ଦାସ ମହାରାଜଜୀ ରାଷ୍ଟ୍ରୀୟ ଜଗନ୍ନାଥ ସଂକୃତି ପ୍ରଚାରକ, ବ୍ୟାସଜୀ ଦୟାନିଧି ଦାସ, ରାମୟଣୀ ପଣ୍ଡିତ ଅଭୟ ଦାଶ ଓ ଅନ୍ୟତମ ମୂଖ୍ୟ ଆକର୍ଷଣ ଏଗାର ବର୍ଷର କୁନି ପ୍ରବଚକ କେଶବାନନ୍ଦ ଦ୍ୱିତୀକୃଷ୍ଣ ଏହି ଆଧ୍ୟାତ୍ମିକ ପରିସରକୁ ଆହୁରି ଭକ୍ତିରସାମୟ କରିଦେଇଥିଲା। ଏହା ସହିତ ରଘୁନାଥପୁରର ମେହେବୁବ ବେଗଙ୍କ ଉପସ୍ଥିତି ସର୍ବଧର୍ମ ସମନ୍ୱୟ ର ଝଲକ ଯୋଗାଇ ଦେଇଥିଲା। ଅନୁଷ୍ଠାନ ତରଫରୁ ଅଞ୍ଚଳର କିଛି ବିଶେଷ ଓ ବିଦ୍ୱାନ ବ୍ୟକ୍ତି ମାନଙ୍କୁ ସଂସ୍କୃତି ସାରଥୀ ଓ ସେବା ସାରଥୀ ସମ୍ମାନ ରେ ସମ୍ମାନିତ କରାଯାଇଥିଲା। ଆମ ରାହାମା ମାଟିରପୁଅ ସମାଜସେବୀ ତଥା ଅନୁଷ୍ଠାନ ର ପ୍ରତିଷ୍ଠାତା ସଭାପତି ଡ଼ଃ ସୁନାକର ବେହେରା ଯାହାଙ୍କ ନିଷ୍ଠା, ଉତ୍ସାହ, ଭଗବତ ଭାବନା ଓ ଦୃଢ଼ ମନୋବଳ ବିଭିନ୍ନ ପ୍ରତିକୂଳ ଅବସ୍ଥା ସତ୍ବେ ମଧ୍ୟ ଏତେ କମ୍ ସମୟ ମଧ୍ୟରେ ମଧ୍ୟ ଅତି ସୁନ୍ଦର ଭାବେ ଭାଗବତ ପାରାୟଣ ଜ୍ଞାନଯଜ୍ଞ ସଫଳ ରୂପେ ଆୟୋଜିତ ହୋଇପାରିଲା। ସର୍ବୋପରି ଅନୁଷ୍ଠାନ ର ସଭାପତି ଆମ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ରବିନାରାୟଣ ସାହୁ, ଉପଦେଷ୍ଟା ଈଶ୍ୱର ଚନ୍ଦ୍ର ସାହୁ, ପଞ୍ଚାନନ ମହାନ୍ତି, କିଶୋରୀ ଦାସ, ଗୌରାଙ୍ଗ ସାହୁ, ଗୋଲେଖ ସାହୁ, ବାସୁଦେବ ବରାଳ, ଅଜୟ କୁମାର ସାହୁ, ଭିକାରି ଚରଣ ସେନାପତି,ନିହାର ରଞ୍ଜନ ଲେଙ୍କା, ଅକ୍ଷୟ କୁମାର ସାହୁ, ପ୍ରଦୀପ ବେଉରା, ବଂଶୀଧର କୁଣ୍ଡୁ, ଚୌଧୁରୀ ପ୍ରଜ୍ଞାନନ୍ଦ ଦାସ ତହସିଲଦାର ଏରସମା, ଶିକ୍ଷକ ରୁଦ୍ର ପ୍ରସାଦ ମିଶ୍ର, ଅଧିକାରୀ ରମାକାନ୍ତ ଦାସ, ସୁଶାନ୍ତ କୁମାର ସ୍ୱାଇଁ, ନୃସିଂହ ସେନାପତି, ଶିକ୍ଷୟତ୍ରୀ ସରସ୍ବତୀ ଦାସ, ଅଦୈତ ପ୍ରସାଦ ସାହୁ ଅଧ୍ୟକ୍ଷ ଶାରଳା ମହାବିଦ୍ୟାଳୟ , ବିବେକାନନ୍ଦ ମହାନ୍ତି, ବିଜୟ ମହାନ୍ତି, ଇତ୍ୟାଦି ବହୁ ଗୁରୁଜନ ଓ ଯୁବବନ୍ଧୁ ମାନଙ୍କ ଅକୁଣ୍ଠ ସମର୍ଥନ ଓ ସହଯୋଗ ପ୍ରଦାନ ଉତ୍ସବ ପରିଚାଳନା କୁ ସାଫଲ୍ୟମଣ୍ଡିତ କରିଥିଲା। ଏହି ମହା ସମ୍ମିଳନୀ ର ଉଦଯାପନୀ ଉତ୍ସବ ରାହାମା ଅଞ୍ଚଳରେ ଏକ ଆଧ୍ୟାତ୍ମିକ ଭକ୍ତି ଭାବାବେଗ ସୃଷ୍ଟି କରିଛି ଏହା ଅନସ୍ବୀକାର୍ଯ୍ୟ। ଶେଷରେ ଅନୁଷ୍ଠାନ ତରଫରୁ ଉପସ୍ଥିତ ସମସ୍ତ ଭକ୍ତ ମାନଂକୁ ସାର୍ବଜନୀନ ପ୍ରସାଦ ସେବା ରେ ଆପ୍ୟାୟିତ କରାଯାଇଥିଲା।
ଯୁଗପୁରୁଷ ଭଗବାନ ଶ୍ରୀକୃଷ୍ଣଙ୍କ ଶ୍ରୀମଦ ଭାଗବତର ପ୍ରଚାର ପ୍ରସାର କରି ଏହି ଅନୁଷ୍ଠାନ ଅଗ୍ରଣୀ ଭୂମିକା ଗ୍ରହଣ କରିବ ବୋଲି ବୋଲି କର୍ମକର୍ତା ମାନେ ମତ ବ୍ୟକ୍ତ କରିଥିଲେ।

0
0
0
s2sdefault