ହେଡଲାଇନସ୍:

ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗମନ୍ତ୍ରୀଙ୍କ ଖୋର୍ଦ୍ଧା ଜିଲ୍ଲାରବିଭିନ୍ନ ଶିଳ୍ପାନୁଷ୍ଠାନ ପରିଦର୍ଶନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଏମଏସଏମଇ କ୍ଷେତ୍ରରେ ଯୁବ ଉଦ୍ୟୋଗୀମାନଙ୍କ ପାଇଁ ବ୍ୟାପକ ସୁଯୋଗ ରହିଛି -ମନ୍ତ୍ରୀ କ୍ୟାପଟେନ ମିଶ୍ରଉଦ୍ୟୋଗଗୁଡିକର ନିରନ୍ତର ଅବିବୃଦ୍ଧି ନିମନ୍ତେ ଆନୁଷଙ୍ଗିକ ସହାୟତା କରିବାକୁ ନିର୍ଦ୍ଦେଶ ।

ଭୁବନେଶ୍ୱର: ଆଜି ରାଜ୍ୟ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ, ଶକ୍ତି ଓ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସାଧାରଣ ଉଦ୍ୟୋଗ ଶିଳ୍ପ( ପବ୍ଲିକ୍ ସେକ୍ଚର ୟୁନିଟ) ପରିଦର୍ଶନ କରି ସେଗୁଡିକର ଦ୍ୱାରା ଉତ୍ପାଦନ, ବିକ୍ରୟ, ମାର୍କେଟିଂ ଓ ସରକାରୀ ପ୍ରୋତ୍ସାହନର ସ୍ଥିତି ସମୀକ୍ଷା କରିବା ସହିତ ଉଦ୍ୟୋଗୀମାନଙ୍କ ସହିତ ସେମାନଙ୍କରସମସ୍ୟାର ସମାଧାନ ସଂପର୍କରେ ଆଲୋଚନା କରିଥିଲେ । ମନ୍ତ୍ରୀ କ୍ୟାପଟେନ ମିଶ୍ରଖୋର୍ଦ୍ଧା ଜିଲ୍ଲାର ଜାଆଁଳା ଓ ଜଟଣୀସ୍ଥିତ ସାଧାରଣ ଉଦ୍ୟୋଗ, ଖୋର୍ଦ୍ଧା ଖାଦ୍ୟ ପ୍ରକ୍ରିୟାକରଣ ପାର୍କ ସ୍ଥିତ ଇଣ୍ଡୋନେସିଆନ୍ ଫୁଡସ୍ ପ୍ରା.ଲିଃ., ବିଜୟା ଗ୍ୟାସ ଆଇ.ଆଇ.ଡି. ସେଣ୍ଟର ଖୋର୍ଦ୍ଧା, ଖୋର୍ଦ୍ଧା ଶିଳ୍ପାଂଚଳରେ ଥିବା ସେଂଚୁଆରୀ ଫାଇବର ପ୍ଲେଟସ୍ ପ୍ରାଇଭେଟ୍ ଲିଃ, ଡେରାସ୍ ଫୁଡ୍ ପାର୍କ ସ୍ଥିତ ବି-ଓ୍ୱାନ୍ ବିଜନେସ୍ ହାଉସ୍ ପରିଦର୍ଶନ କରିଥିଲେ ।
ଏହି ଗସ୍ତ ପରିପ୍ରେକ୍ଷୀରେ ମନ୍ତ୍ରୀ ଜାଣିବାକୁ ପାଇଥିଲେ ଯେ ସେଂଚୁଆରୀ ଫାଇବର ପ୍ଲେଟସ୍ ପ୍ରାଇଭେଟ୍ ଲିଃ,15.03 କୋଟି ଟଙ୍କା ଅର୍ଥ ବିନିଯୋଗରେ2015ରୁ କାର୍ଯ୍ୟକ୍ଷମ ହୋଇଛି ଓ ଏଥିରେ 108 ଜଣ କର୍ମନିଯୁକ୍ତି ପାଇଛନ୍ତି । ଏହି ମଧ୍ୟମ ଉଦ୍ୟୋଗରେ ବିଭିନ୍ନ ପ୍ରକାର ମାଟ୍ରେସ,ସ୍ପ୍ରିଂ ମାଟ୍ରେସ, ଫୋମ ମ୍ୟାଟ୍ରେସ ଆଦି ଉତ୍ପାଦନ କରାଯାଉଛି । ସେହିପରି 30.87 କୋଟି ଟଙ୍କା ନିବେଶରେ 2014ରୁ କାର୍ଯ୍ୟକରୁଥିବା ବୃହତ୍ ଉଦ୍ୟୋଗ ଶ୍ରେଣୀର ଇଣ୍ଡୋନେସିଆନ୍ ଫୁଡସ୍ ପ୍ରା.ଲିଃରେ 265 ଜଣ କର୍ମନିଯୁକ୍ତି ପାଇଥିବା ବେଳେ 2018 ରେ ଏହାର ଉତ୍ପାଦନ କ୍ଷମତାକୁ ସଂପ୍ରସାରିତ କରାଯାଇ ଏଥିରେ ଆଉ ଅଧିକ 85 ଜଣ କର୍ମନିଯୁକ୍ତି ପାଇଛନ୍ତି । ସେହିପରି 24.09 କୋଟି ଟଙ୍କା ନିବେଶରେ ବାର୍ଷିକ 6000 ମେଟ୍ରିକ ଟନ୍ ଚିଙ୍ଗୁଡି ପ୍ରକ୍ରିୟାକରଣ କ୍ଷମତା ରଖୁଥିବା ଡେରାସ୍ ସ୍ଥିତ ବି.ଓ୍ୱାନ୍. ବିଜନେସ ପ୍ରା. ଲିଃ. ରେ 200 ଜଣ କର୍ମନିଯୁକ୍ତି ପାଇଥିବା ବେଳେ ବାର୍ଷିକ 10 ହଜାର 500 ମେଟ୍ରିକ୍ ଟନ ପ୍ରକ୍ରିୟାକରଣ କ୍ଷମତା ରଖୁଥିବା 25.09 କୋଟି ଟଙ୍କା ନିବେଶରେ ସ୍ଥାପିତ ଏହାର ଦ୍ୱିତୀୟ ୟୁନିଟ୍ ରେ 600 ଜଣ କର୍ମନିଯୁକ୍ତି ପାଇଛନ୍ତି । ସମସ୍ତ ଉଦ୍ୟୋଗ ପରିଦର୍ଶନ କରି ମନ୍ତ୍ରୀ କ୍ୟାପଟେନ୍ ମିଶ୍ର ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଶିଳ୍ପଦ୍ୟୋଗ ଗୁଡିକର ନିରନ୍ତର ଅଭିବୃଦ୍ଧି ନିମନ୍ତେ ସେସବୁର ନିୟମିତ ଅନୁଧ୍ୟାନ କରିଯେଉଁସବୁ ସରକାରୀ ସହାୟତା ଓ ସହଯୋଗର ଆବଶ୍ୟକତା ରହିଛି, ସେ ସଂପର୍କରେ ସହାୟତା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ବିଜୟାଗ୍ୟାସ୍ ପାଇଁ 1.008 ଏକର ଜାଗା ଯୋଗାଇ ଦିଆଯାଇଛି । ଏଠାରେ ମେଡିକାଲ ଅକ୍ସିଜେନ୍, ଶିଳ୍ପପାଇଁ ଅକ୍ସିଜେନ୍ ଓ ନାଇଟ୍ରୋଜେନ୍ ଗ୍ୟାସ ଉତ୍ପାଦିତ ହେଉଛି । 1.71 କୋଟି ନିବେଶରେ ଏହା 2014 ମସିହାରୁ କାର୍ଯ୍ୟ କରୁଥିବା ବେଳେ କୋଭିଡ୍-19 ସମୟରେ ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାକୁ ମେଡିକାଲ ଅକ୍ସିଜେନ୍ ଯୋଗାଇବାରେ ଏହା ଉଲ୍ଲେଖନୀୟ ଯୋଗଦାନ କରିଥିଲା ।ଉଦ୍ୟୋଗୀମାନଙ୍କ ସହ ଆଲୋଚନା ପରିପ୍ରେକ୍ଷୀରେ ଏମଏସଏମଇ କ୍ଷେତ୍ରରେ ଯୁବ ଉଦ୍ୟୋଗୀମାନଙ୍କ ପାଇଁ ବ୍ୟାପକ ସୁଯୋଗ ରହିଛି ଓ ଏହାର ସୁବିଧା ନେବାକୁ କ୍ୟାପଟେନ୍ ମିଶ୍ର କହିଛନ୍ତି ।
ଏହି ପରିଦର୍ଶନ ସମୟରେ ଶିଳ୍ପ ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ, ଏକ୍ସପୋର୍ଟ ପ୍ରମୋଶନ ଓ ମାର୍କେଟିଂ ନିର୍ଦ୍ଦେଶକ, ଜେନେରାଲ ମ୍ୟାନେଜର, ଜିଲ୍ଲା ଶିଳ୍ପକେନ୍ଦ୍ର,ଭୁବନେଶ୍ୱର ଏବଂ ସଂପୃକ୍ତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଉଦ୍ୟୋଗ ପରିଦର୍ଶନ ପରେ ମନ୍ତ୍ରୀ କ୍ୟାପଟେନ ମିଶ୍ର କଟକ ଗସ୍ତ କରି ଭାରତ ମସଲା ପ୍ରା.ଲିମିଟେଡ୍ ପରିଦର୍ଶନ କରିଥିଲେ ।

0
0
0
s2sdefault