ହେଡଲାଇନସ୍:

ଆଇସିଆଇସିଆଇ ବ୍ୟାଙ୍କ୍ ପକ୍ଷରୁ ଏମ୍‌ଏସ୍‌ଏମ୍‌ଇ ପାଇଁ ଭାରତର ପ୍ରଥମ ବ୍ୟାପକ, ସମସ୍ତଙ୍କ ପାଇଁ ଉନ୍ମୁକ୍ତ ଡିଜିଟାଲ୍ ବ୍ୟବସ୍ଥାର ଶୁଭାରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • - ଅନ୍ୟ ବ୍ୟାଙ୍କ୍‌ର ଗ୍ରାହକମାନଙ୍କ ସମେତ ଏମ୍‌ଏସ୍‌ଏମ୍‌ଇ ସେବା ଗୁଡ଼ିକୁ ହାସଲ କରିପାରିବେ

  • - ଯକୌଣସି ଏମ୍‌ଏସ୍‌ଏମ୍‌ଇ ତତ୍କାଳ ଓଭର୍‌ଡ୍ରାଫ୍ଟ (ଓଡି) ମଂଜୁରି ପାଇପାରିବେ

  • -ଏହି ବ୍ୟବସ୍ଥା ଭିଡିଓ କେୱାଇସି ଜରିଆରେ ସମ୍ପୂର୍ଣ୍ଣ ଡିଜିଟାଲ୍ ମାଧ୍ୟମରେ ଓ ତୁରନ୍ତ ଚଳନ୍ତୀ ଖାତା ଖୋଲିବା ସୁବିଧା ପ୍ରଦାନ କରୁଛି

  • -ଏହା ଗୋଟିଏ ସ୍ଥାନରେ ସମ୍ପୂର୍ଣ୍ଣ ବର୍ଗର ବ୍ୟାଙ୍କିଙ୍ଗ୍ ଓ ମୂଲ୍ୟ ଯୁକ୍ତ ସେବା ପ୍ରଦାନ କରୁଛି


ଭୁବନେଶ୍ୱର: ଆଇସିଆଇସିଆଇ ବ୍ୟାଙ୍କ୍ ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ଏହା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ପାଇଁ ଭାରତର ପ୍ରଥମ ବ୍ୟାପକ ଡିଜିଟାଲ୍ ବ୍ୟବସ୍ଥାର ଶୁଭାରମ୍ଭ କରିଛି ଯାହାକୁ ଅନ୍ୟ ବ୍ୟାଙ୍କ୍‌ର ଗ୍ରାହକମାନେ ମଧ୍ୟ ହାସଲ କରିପାରିବେ । ଏହି ବ୍ୟବସ୍ଥାର ତିନିଟି ସ୍ତମ୍ଭ ରହିଛି । ତାହା ହେଉଛି ୧) ପୁରୁଣା ଗ୍ରାହକଙ୍କ ପାଇଁ ଉନ୍ନତ ବ୍ୟାଙ୍କିଙ୍ଗ୍ ସେବା, ୨) ଅନ୍ୟ ବ୍ୟାଙ୍କ୍‌ର ଗ୍ରାହକ ଥିବା ଏମ୍‌ଏସ୍‌ଏମ୍‌ଇ ଗୁଡ଼ିକ ପାଇଁ ବହୁ ବ୍ୟାଙ୍କିଙ୍ଗ୍ ସେବା ଏବଂ ୩) ସମସ୍ତଙ୍କ ପାଇଁ ଏକ ପୂର୍ଣ୍ଣ ବର୍ଗର ମୂଲ୍ୟ ଯୁକ୍ତ ସେବା । ଏହି ବ୍ୟବସ୍ଥାରେ ଶିଳ୍ପର ଅନେକ ପ୍ରଥମ ଧରଣର ସମାଧାନ ରହିଛି ଯେଉଁଥିରେ କେବଳ ନିଜ ବ୍ୟାଙ୍କ୍‌ର ଗ୍ରାହକଙ୍କୁ ସେବା ପ୍ରଦାନ କରିବାର ବ୍ୟବସ୍ଥାରେ ଉଲ୍ଲେଖନୀୟ ରୂପାନ୍ତରଣ ହୋଇଛି ।
ଗୁଗୁଲ୍ ପ୍ଲେ ଷ୍ଟୋର୍‌, ଆପଲ୍ ଆପ୍ ଷ୍ଟୋର୍ କିମ୍ବା ବ୍ୟାଙ୍କ୍‌ର କର୍ପୋରେଟ୍ ଇଟଂରନେଟ୍ ବ୍ୟାଙ୍କିଙ୍ଗ୍ ପ୍ଲାଟ୍‌ଫର୍ମ (ସିଆଇବି)ରୁ ବ୍ୟବସାୟୀଙ୍କ ପାଇଁ ପ୍ରସ୍ତୁତ ସୁପର ଆପ୍ ‘ଇନଷ୍ଟାବିଜ୍‌’ର ନୂଆ ଭର୍ସନକୁ ଯେକେହି ସହଜରେ ଡାଉନ୍‌ଲୋଡ୍ କରି ଆଇସିଆଇସିଆଇ ବ୍ୟାଙ୍କ୍‌ର ଡିଜିଟାଲ୍ ସମାଧାନର ଲାଭ ହାସଲ କରିପାରିବେ ।
ଏ ସମ୍ପର୍କରେ ଆଇସିଆଇସିଆଇ ବ୍ୟାଙ୍କ୍‌ର କାର୍ଯ୍ୟନିର୍ବାହୀ ନିର୍ଦେଶକ ଶ୍ରୀଯୁକ୍ତ ଅନୁପ୍ ବାଗ୍‌ଚୀ କହିଛନ୍ତି ଯେ, “ଆଇସିଆଇସିଆଇ ବ୍ୟାଙ୍କ୍‌ରେ ଆମେ ସର୍ବଦା ବିଶ୍ୱାସ କରୁ ଯେ ଭାରତୀୟ ଅର୍ଥନୀତିର ମେରୁଦଣ୍ଡ ହେଉଛି ଏମ୍‌ଏସ୍‌ଏମ୍‌ଇ । ଏମ୍‌ଏସ୍‌ଏମ୍‌ଇ ପାଇଁ ବ୍ୟବସାୟକୁ ସହଜ କରିବାରେ ଏବଂ ସେମାନଙ୍କ ଅଭିବୃଦ୍ଧିରେ ସହଯୋଗୀ ହେବା ହେଉଛି ଆମର ମୂଳ ଦର୍ଶନ ।
ଆମ ଗବେଷଣାରୁ ଆମେ ଜାଣିପାରିଛୁ ଯେ ପ୍ରଯୁକ୍ତି ପ୍ରଦାନ କରୁଥିବା ଲାଭକୁ ଏମ୍‌ଏସ୍‌ଏମ୍‌ଇ ଗୁଡ଼ିକ ବୁଝିଛନ୍ତି । କାରବାର କରିବାକୁ ସହଜ କରିବା ଲାଗି ଡିଜିଟାଲ୍ ସମାଧାନକୁ ବ୍ୟବହାର କରିବା ପାଇଁ ସେମାନେ ବେଶ୍ ଆଗ୍ରହୀ, ତେଣୁ ସେମାନେ ଅଭିବୃଦ୍ଧି ଉପରେ ମନୋନିବେଶ କରିପାରିବେ । ପୁନଶ୍ଚ, ଆମର ବିଶ୍ୱାସ ରହିଛି ଯେ ଆମର ଉତ୍ପାଦ ଓ ସେବା କେବଳ ଆମ ଗ୍ରାହକଙ୍କ ମଧ୍ୟରେ ସୀମିତ ନରହୁ, ଅନ୍ୟ ବ୍ୟାଙ୍କ୍‌ର ଗ୍ରାହକ ମାନେ ମଧ୍ୟ ତାହାକୁ ଅନୁଭବ କରିବାର ସୁଯୋଗ ପାଇପାରିବେ ।
ସେହି ସିଦ୍ଧାନ୍ତ ଆଧାରରେ ଆମେ ବ୍ୟାଙ୍କିଙ୍ଗ୍ ସେବାକୁ ମୂଲ୍ୟ ଯୁକ୍‌ତ ସେବା ସହିତ ମିଶାଇ ଏକ ବ୍ୟାପକ ଡିଜିଟାଲ୍ ବ୍ୟବସ୍ଥାର ଶୁଭାରମ୍ଭ କରିପାରୁଛୁ ଯାହା ପ୍ରାୟ ୬ କୋଟି ଏମ୍‌ଏସ୍‌ଏମ୍‌ଇଙ୍କୁ ସଶକ୍ତ କରିବ । ଆମର ବିଶ୍ୱାସ ରହିଛି ଯେ ଏମ୍‌ଏସ୍‌ଏମ୍‌ଇଗୁଡ଼ିକ ପାଇଁ ଆମର ଏହି ସମାଧାନ ସେମାନଙ୍କ ଦକ୍ଷତା ବଢ଼ାଇବ ଏବଂ ସେମାନଙ୍କ ବ୍ୟବସାୟକୁ ଦୃଢ଼ କରିବ ।’’
ଇନଷ୍ଟାବିଜ୍‌ର ନୂଆ ଭର୍ସନରେ “ଗେଷ୍ଟ (ଅତିଥି)’ ଭାବେ ଲଗ୍ ଇନ୍ କରି ବ୍ୟାଙ୍କ୍‌ର ଡିଜିଟାଲ ବ୍ୟବସ୍ଥାରେ ଥିବା ସେବାଗୁଡ଼ିକୁ ଅନ୍ୟ ବ୍ୟାଙ୍କ୍‌ର ଗ୍ରାହକ ଥିବା ଏମ୍‌ଏସ୍‌ଏମ୍‌ଇଗୁଡ଼ିକ ବ୍ୟବହାର କରିପାରିବେ । ଏହି ସେବାଗୁଡ଼ିକ ତାଲିକାରେ ଥିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ ସେବା ହେଉଛି ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଓଭର୍‌ଡ୍ରାଫ୍ଟ ସୁବିଧାକୁ ତତ୍କାଳ ଓ କାଗଜବିହୀନ ଭାବେ ମଂଜୁର କରିବା । ‘ଇନଷ୍ଟାଓଡି ପ୍ଲସ୍‌’ ଭାବେ ପରିଚିତ ଶିଳ୍ପର ଏହି ପ୍ରଥମ ଧରଣର ଉପସ୍ଥାପନା ଯେକୌଣସି ବ୍ୟାଙ୍କ୍‌ର ଗ୍ରାହକଙ୍କୁ ଇନଷ୍ଟାବିଜ୍‌ର ନୂଆ ଭର୍ସନ କିମ୍ବା ସିଆଇବିରୁ କିଛି କ୍ଲିକ୍ ଜରିଆରେ ତୁରନ୍ତ ଓଭର୍‌ଡ୍ରାଫ୍ଟ ସୁବିଧା ହାସଲ କରିବାରେ ସହାୟକ ହେବ । ଆଇସିଆଇସିଆଇ ବ୍ୟାଙ୍କ୍‌ର ଗ୍ରାହକମାନେ ନିଜ ଚଳନ୍ତୀ ଖାତାରେ ତୁରନ୍ତ ଓଡିକୁ ସକ୍ରିୟ କରିପାରିବେ ଏବଂ ଅନ୍ୟ ବ୍ୟାଙ୍କ୍‌ର ଗ୍ରାହକମାନେ ଭିଡିଓ କେୱାଇସି ଜରିଆରେ ଡିଜିଟାଲ୍ ମାଧ୍ୟମରେ ବ୍ୟାଙ୍କ୍‌ରେ ଚଳନ୍ତୀ ଖାତା ଖୋଲି ଏହି କାର୍ଯ୍ୟ କରିପାରିବେ ।
ପ୍ରଦାନ କରାଯାଉଥିବା ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ସୁବିଧା ହେଉଛି ଡିଜିଟାଲ୍ ମାଧ୍ୟମରେ ତୁରନ୍ତ ଚଳନ୍ତୀ ଖାତା ଖୋଲିହେବ । ବ୍ୟାଙ୍କ୍‌ର ଉନ୍ନତ ଏପିଆଇ ବ୍ୟବହାର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କାଗଜବିହୀନ ପ୍ରକ୍ରିୟା ଯାହା ଚଳନ୍ତୀ ଖାତା ଫର୍ମକୁ ସ୍ୱୟଂକ୍ରିୟ ଭାବେ ପୂରଣ କରିବ ଓ ତୁରନ୍ତ ପାନ୍‌/ ଆଧାରକୁ ପ୍ରମାଣିତ କରିବ ଏବଂ ଭିଡିଓ କେୱାଇସି ଜରିଆରେ ଚଳନ୍ତୀ ଖାତା ଖୋଲିବାର ଅନୁମତି ଦେବ ।
ପୁନଶ୍ଚ, ଏମ୍‌ଏସ୍‌ଏମ୍‌ଇଗୁଡ଼ିକର ଅଭିବୃଦ୍ଧି ଓ ଦକ୍ଷତାକୁ ଆହୁରି ବଢ଼ାଇବା ପାଇଁ ଇନଷ୍ଟା ବିଜ୍ ପକ୍ଷରୁ ଉଭୟ ବ୍ୟାଙ୍କ୍ ଓ ଅଣ ବ୍ୟାଙ୍କ୍ ଏମ୍‌ଏସ୍‌ଏମ୍‌ଇ ଗ୍ରାହକମାନଙ୍କୁ ବିଭିନ୍ନ ମୂଲ୍ୟ ଯୁକ୍ତ ସେବା ପ୍ରଦାନ କରୁଛି । ନିଜର ବିବିଧ ଆବଶ୍ୟକତା ପୂରଣ କରିବା ଲାଗି ଏକାଧିକ ବିଶେଷଜ୍ଞଙ୍କ ସହ ସଂଯୋଜନା ରକ୍ଷା କରିବା ଲାଗି ଏମ୍‌ଏସ୍‌ଏମ୍‌ଇଗୁଡ଼ିକର ଆବଶ୍ୟକତାକୁ ଏଡ଼ାଇବା ଲାଗି ଆଇସିଆଇସିଆଇ ବ୍ୟାଙ୍କ୍ ବିଭିନ୍ନ ସହଯୋଗୀଙ୍କ ସହ ସହବନ୍ଧନ ସ୍ଥାପନ କରିଛି । ସେହି ସହଯୋଗୀମାନେ ହେଉଛନ୍ତି ଇଣ୍ଡିଆ ଫାଇଲିଙ୍ଗସ୍ (ବ୍ୟବସାୟ ନିୟମ ପାଳନ ଓ ପଞ୍ଜୀକରଣ ପାଇଁ), ଇଣ୍ଡିଆମାର୍ଟ (ବ୍ୟବସାୟକୁ ତାଲିକାଭୁକ୍ତ କରିବା), ଏୟାରଟେଲ୍ (ସଂଯୋଗ ଓ ବ୍ୟବସାୟ ଯୋଗାଯୋଗ), କ୍ଲିୟରଟ୍ୟାକ୍ସ (ଟିକସ ପଇଠ ଓ ଉପଦେଶ), ଜୋହୋ ବୁକ୍‌ସ (ଆକାଉଟିଂ ସମାଧାନ), ଗ୍ଲୋବାଲ୍ ଲିଙ୍କର (ବ୍ୟବସାୟ ନେଟୱର୍କିଂ ଓ ଡିଜିଟାଲ ଷ୍ଟୋର ପରିଚାଳନା), ସେରଲକ୍ ଡଟ୍ ଏଆଇ (ଡିଜିଟାଲ ମାର୍କେଟିଂ ଓ ଡାଟା ଆନାଲିଟିକ୍ସ) । ଏମ୍‌ଏସଏମ୍‌ଇମାନେ ସେମାନଙ୍କ ପ୍ଲାଟ୍‌ଫର୍ମରେ ତୁରନ୍ତ ଯୋଡ଼ି ହୋଇ ଏହି ବିଶେଷଜ୍ଞମାନଙ୍କ ସ୍ୱତନ୍ତ୍ର ସେବା ପାଇପାରିବେ ।
ପୁନଶ୍ଚ, ବ୍ୟାଙ୍କ୍ ଗ୍ରାହକ ଥିବା ଓ ନଥିବା ଏମ୍‌ଏସ୍‌ଏମ୍‌ଇଗୁଡ଼ିକ ବ୍ୟାଙ୍କ୍‌ର ଡିଜିଟାଲ ପ୍ଲାଟ୍‌ଫର୍ମ, ଟ୍ରେଡ ଇମର୍ଜ, ଲେଟର ଅଫ କ୍ରେଡିଟ୍‌, ବ୍ୟାଙ୍କ୍ ଗ୍ୟାରେଂଟି, ବ୍ୟବସାୟ ଋଣ, ବ୍ୟବସାୟ କାରବାର ଏବଂ ଆହୁରି ବହୁତ କିଛି ଏଭଳି ବ୍ୟାପକ ବ୍ୟବସାୟ ସେବା ଆଦିକୁ ହାସଲ କରିପାରିବେ ।
ସେହିପରି, ଇନଷ୍ଟାବିଜ୍ ଜରିଆରେ ମର୍ଚାଂଟ୍‌, ରିଟେଲର ଓ ଡାକ୍ତର ଏବଂ ଆଇନଜୀବୀଙ୍କ ଭଳି ପେସାଦାରମାନେ ୟୁପିଆଇ ଓ କାର୍ଡ ଜରିଆରେ ତୁରନ୍ତ ପେମେଂଟ୍ ଗ୍ରହଣ କରିପାରିବେ । ସେମାନେ କ୍ୟୁଆର୍ କୋଡ୍ ସୃଷ୍ଟି କରିପାରିବେ ଏବଂ ଡିଜିଟାଲ୍ ମାଧ୍ୟମରେ ପଏଂଟ୍ ଅଫ୍ ସେଲ୍ (ପିଓଏସ୍‌) ଡିଭାଇସ୍ ପାଇଁ ଆବେଦନ କରିପାରିବେ । ପେମେଂଟ୍‌ର ତୁରନ୍ତ ଫଇସଲା, ମାତ୍ର ୩୦ ମିନିଟ୍‌ରେ ନିଜ ଦୋକାନକୁ ଅନଲାଇନ ଷ୍ଟୋର୍‌ରେ ପରିଣତ କରିବା ଏବଂ ପେମେଂଟ୍ ଗ୍ରହଣ ହୋଇଥିବା ସ୍ପଷ୍ଟ କରୁଥିବା ଭଏସ୍‌-ମେସେଜିଂ ଡିଭାଇସ୍ ପାଇଁ ଆବେଦନ କରିବା ଭଳି ମୂଲ୍ୟ ଯୁକ୍ତ ସେବା ମଧ୍ୟ ସେମାନେ ପାଇପାରିବେ ।
ଏହି ଡିଜିଟାଲ୍ ବ୍ୟବସ୍ଥାରେ ବ୍ୟାଙ୍କ୍‌ର ପୁରୁଣା ଗ୍ରାହକମାନେ ଉନ୍ନତ ସେବା ପାଇବେ । ନିଜର ବ୍ୟବସାୟ ଓ ବୈଦେଶିକ ବିନିମୟ କାରବାର ଆବଶ୍ୟକତା ଲାଗି ବ୍ୟାଙ୍କ୍‌ର ଟ୍ରେଡ୍ ଅନଲାଇନ୍ ପ୍ଲାଟ୍‌ଫର୍ମରେ ସାମିଲ ହେବାର ନିରବଚ୍ଛିନ୍ନ ଅନୁଭୂତି ପାଇପାରିବେ । ସେମାନେ ସହଜରେ ଓ ଡିଜିଟାଲ୍ ମାଧ୍ୟମରେ ଜିଏସ୍‌ଟି ପଇଠ କରିପାରିବେ, ପିଓଏସ୍ ଡିଭାଇସ୍ ପାଇଁ ଆବେଦନ କରିପାରିବେ । ସୁଦୃଢ଼ ପ୍ରଯୁକ୍ତି ଓ ସମ୍ମିଳିତ ଆନାଲିଟିକ୍ସକୁ ନେଇ ଇନଷ୍ଟାବିଜ୍‌ର ନୂଆ ଭର୍ସନ ଆପ୍ ଗ୍ରାହକମାନଙ୍କ ପ୍ରୋଫାଇଲ୍ ଅନୁସାରେ ବିଭିନ୍ନ ରିମାଇଣ୍ଡର ପ୍ରଦାନ କରିବ । ଉଦାହରଣ ସ୍ୱରୂପ, ଜିଏସ୍‌ଟି ଦାଖଲ କରିବାକୁ ଥିବା ଗ୍ରାହକଙ୍କୁ ପେମେଂଟ୍‌ର ଶେଷ ତାରିଖ ପୂର୍ବରୁ ଜିଏସ୍‌ଟି ପେମେଂଟ୍ କରିବାକୁ, ଟ୍ରେଡ୍ ଅନଲାଇନ୍ ସକ୍ରିୟ କରିବା ଲାଗି ରପ୍ତାନିକାରୀ/ ଆମଦାନିକାରୀ ଙ୍କୁ ଓ ମର୍ଚାଂଟଙ୍କ ପାଇଁ ଡିଜିଟାଲ ମାଧ୍ୟମରେ ପିଓଏସ୍ ଡିଭାଇସ୍ ପାଇଁ ଆବେଦନ କରିବା ଲାଗି ପପ୍‌-ଅପ୍ ପାଇବା ଲାଗି ଏହି ବ୍ୟବସ୍ଥା ସୂଚନା ଦେବ ।

 

 

 

 

 

 

0
0
0
s2sdefault